Posted inଜାତୀୟ

ସରକାର ଏକଛତ୍ରବାଦୀ ଶାସନ ଆଣିବାକୁ ଚାହୁଁଛନ୍ତି: କପିଲ ସିବଲ

ନୂଆଦିଲ୍ଲୀ,୧୩।୮: କେନ୍ଦ୍ର ସ୍ବମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଲୋକସଭାରେ ଉପସ୍ଥାପିତ ହୋଇଥିବା ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ବିଲ୍‌କୁ ଅସାମ୍ବିଧାନିକ ବୋଲି କହିଛନ୍ତି ପୂର୍ବତନ ଆଇନମନ୍ତ୍ରୀ କପିଲ ସିବଲ। ସେ ଅଭିଯୋଗ କରି କହିଛନ୍ତି, ଔପନିବେଶିକ ଯୁଗର ଆଇନକୁ ଶେଷ କରିବା ବିଷୟରେ ସରକାର ଆଲୋଚନା କରୁଛନ୍ତି, କିନ୍ତୁ ତାଙ୍କ ଚିନ୍ତାଧାରା ହେଉଛି ସେମାନେ ଏହିପରି ଆଇନ ମାଧ୍ୟମରେ ଏକଛତ୍ରବାଦୀ ଶାସନ ଆଣିବାକୁ ଚାହୁଁଛନ୍ତି। ଯଦି ନୂତନ ନିୟମ ବାସ୍ତବରେ ପରିଣତ ହୁଏ ତେବେ ସେମାନେ ଦେଶର ଭବିଷ୍ୟତକୁ ବିପଦରେ ପକାଇବେ।
ବିଏନଏସ ବିଲ ବିଷୟରେ ସୂଚନା ଦେଇ ସିବଲ କହିଛନ୍ତି ଯେ, ଏହା ବିପଜ୍ଜନକ ଏବଂ ଯଦି ଏହା ପାରିତ ହୁଏ ତେବେ ସମସ୍ତ ଅନୁଷ୍ଠାନ କେବଳ ସରକାରଙ୍କ ଦ୍ୱାରା ପରିଚାଳିତ ହେବ। ମୁଁ ବିଚାରପତିମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରୁଛି। ଏହି ଆଇନ ପ୍ରଣୟନ ହେଲେ ଦେଶର ଭବିଷ୍ୟତ ବିପଦରେ ପଡ଼ିବ। ମୁଁ ସରକାରଙ୍କୁ ଏହି ବିଲ ପ୍ରତ୍ୟାହାର କରିବାକୁ ଅନୁରୋଧ କରୁଛି।
ପାର୍ଲାମେଣ୍ଟ ମୌସୁମୀ ଅଧିବେଶନର ଶେଷ ଦିନରେ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ଲୋକ ସଭାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ବିଧେୟକ-୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌) ବିଧେୟକ-୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ (ବିଏସ୍‌) ବିଧେୟକ-୨୦୨୩ ଆଗତ କରିଛନ୍ତି। ଏହି ୩ ବିଲ୍‌ ଯଥାକ୍ରମେ ଉପନିବେଶ ଯୁଗୀୟ ଇଣ୍ଡିଆନ୍‌ ପେନାଲ କୋଡ୍‌ (ଆଇପିସି)୧୮୬୦, କ୍ରିମିନାଲ ପ୍ରସିଡ୍ୟୁର ଆକ୍ଟ (ସିଆର୍‌ପିସି)୧୮୯୮ ଏବଂ ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ ୧୮୭୨ର ସ୍ଥାନ ନେବ ବୋଲି ସେ ଗୃହକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସ୍ବାଗତରେ ଇଥିଓପିଆ ସଂସଦରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ବାଜିଲା ତାଳି

ଅଦିସ ଅବାବା,୧୮।୧୨: ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୦ ସେକେଣ୍ଡ ଧରି ଠିଆ ହୋଇ...

କାଲି ବର୍ଷର ଶେଷ ଅମାବାସ୍ୟା, ଭୂଲରେ ବି ଏ କାମ ଜମା କରନ୍ତୁନି, ନ ହେଲେ…

ହିନ୍ଦୁ ଧର୍ମରେ, ଅମାବାସ୍ୟା ତିଥିର ବିଶେଷ ମହତ୍ତ୍ୱ ରହିଛି, ଏବଂ ଯେତେବେଳେ ବର୍ଷର ଶେଷ ଅମାବାସ୍ୟା ଆସେ, ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଏ। ଶାସ୍ତ୍ରରେ,...

ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ

ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...

‘ଆପଣଙ୍କ ସହ ସାକ୍ଷାତ ପରେ ଲାଗିଲା ଯେମିତି ଭଗବାନଙ୍କ ଦର୍ଶନ ମିଳିଗଲା’, ଓମାନରେ ମୋଦିଙ୍କ ସହ ସାକ୍ଷାତ ପରେ…

ମସ୍କଟ,୧୮।୧୨: ବୁଧବାର ଓମାନର ମସ୍କଟରେ ଏକ ହୋଟେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ବାଗତ କରିଥିଲେ। ଶହ ଶହ ଲୋକ ଭାରତୀୟ...

ପ୍ରବଳ ବର୍ଷା, ତୁଷାରପାତ ସହ ଶୀତଳ ଲହରୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ସବୁ ସ୍ଥାନରେ…

ନୂଆଦିଲ୍ଲୀ,୧୮।୧୨: ସାରା ଦେଶରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ଏବଂ ଆଗାମୀ ୨୪ରୁ ୪୮ ଘଣ୍ଟା ଅନେକ ରାଜ୍ୟ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇପାରେ।...

୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ

ଭୁବନେଶ୍ୱର,୧୮।୧୨(ଅନୁରାଧା ମହାରଣା): ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

ଆରଏସଏସର ସାଧାରଣ ସମ୍ପାଦକ ଦତ୍ତାତ୍ରେୟଙ୍କ ବିବାଦୀୟ ବୟାନ, କହିଲେ ମୁସଲମାନ ନଦୀକୁ ପୂଜା କରନ୍ତୁ…

ନୂଆଦିଲ୍ଲୀ,୧୮।୧୨: ଡିସେମ୍ବର ୧୭, ୨୦୨୫ ରେ, ଗୋରଖପୁରର ଖୋରାବାରରେ ଥିବା ମାଲବ୍ୟ ନଗର ଶ୍ରୀରାମ ବସ୍ତି ଖେଳପଡ଼ିଆରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri