Posted inଜାତୀୟ

ମାଳଦ୍ୱୀପ ପାଇଁ ଭଣ୍ଡାର ଖୋଲିଦେଲେ ଭାରତ ସରକାର: ଏତିକି କୋଟି ଟଙ୍କା ସହାୟତା ଘୋଷଣା

ନୂଆଦିଲ୍ଲୀ,୭।୧୦: ଭାରତ ଗସ୍ତର ଦ୍ୱିତୀୟ ଦିନରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ଠାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ୧୦୦ ମିଲିୟନ ଡଲାରର ଟ୍ରେଜରି ବିଲ୍‌ ରୋଲ୍‌ଓଭର ଆକାରରେ ମାଳଦ୍ୱୀପକୁ ନଗଦ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଭାରତ ଏହି ଅବସରରେ ସହମତି ପ୍ରକାଶ କରିଛି। ସେହିପରି ଉଭୟ ଭାରତ ଓ ମାଳଦ୍ୱୀପ ୪୦୦ ମିଲିୟନ ଆମେରିକୀୟ ଡଲାରର ମୁଦ୍ରା ବିନିମୟ ଚୁକ୍ତିକୁ ସ୍ବାକ୍ଷର କରିଛନ୍ତି। ମାଳଦ୍ୱୀପରେ ଥିବା ବୈଦେଶିକ ମୁଦ୍ରା ଭଣ୍ଡାରର ସମସ୍ୟାକୁ ଦୂର କରିବାରେ ଏହା ସହାୟକ ହେବ। ସେହିପରି ଦ୍ୱିପାକ୍ଷିିକ ସମ୍ପର୍କକୁ ମଜଭୁତ କରିବା ପାଇଁ ଉଭୟ ଦେଶ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ବ୍ୟାପକ ଅର୍ଥନୈତିକ ଓ ସାମୁଦ୍ରିକ ସୁରକ୍ଷା ସହଭାଗିତା, ବାଣିଜ୍ୟ ଓ ଅର୍ଥନୈତିକ ଭାଗିଦାରୀ, ଡିଜିଟାଲ ଓ ବିଭିନ୍ନ ଆର୍ଥିକ ପଦକ୍ଷେପ, ଶକ୍ତି, ସ୍ବାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ୨ ଦେଶ ଆଲୋଚନା କରିଛନ୍ତି।

ସେହିପରି ମାଳଦ୍ୱୀପରେ ରୁପେ କାର୍ଡକୁ ବ୍ୟବହାର କରି ଟଙ୍କା ଦେଣନେଣ ମଧ୍ୟ ଏହି ଅବସରରେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏହାର ସାକ୍ଷୀ ପାଲଟିଛନ୍ତି। ଆଗାମୀ ଦିନରେ ଭାରତ ଓ ମାଳଦ୍ୱୀପ ୟୁପିଆଇ ଜରିଆରେ ପରସ୍ପର ସହ ଯୋଡ଼ି ହେବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏହାଛଡ଼ା ମାଳଦ୍ୱୀପର ହନିମାଧୁ ଅନ୍ତର୍ଜାତୀୟ ବିମାନ ବନ୍ଦରର ରନ୍‌ଓ୍ବେକୁ ଭର୍ଚ୍ଚୁଆଲ ମାଧ୍ୟମରେ ଉଭୟ ନେତା ଉଦ୍‌ଘାଟନ କରିଛନ୍ତି।

ସେହିପରି ଭାରତ ସ୍ବଦେଶୀ ନିର୍ମିତ ୭୦୦ରୁ ଅଧିକ ସାମାଜିକ ଗୃହ ୟୁନିଟକୁ ମାଳଦ୍ୱୀପକୁ ହସ୍ତାନ୍ତର କରିବ ବୋଲି ସହମତି ଦେଖାଇଛି। ମାଳଦ୍ୱୀପର ଅଡ୍ଡୁଠାରେ ଭାରତୀୟ ବାଣିଜ୍ୟ ଦୂତାବାସ ଓ ବେଙ୍ଗାଲୁରୁରେ ମାଳଦ୍ୱୀପର ବାଣିଜ୍ୟ ଦୂତାବାସ ଖୋଲିବା ନେଇ ଉଭୟ ଦେଶ ସହମତି ଦେଖାଇଛନ୍ତି। ତେବେ ସୋମବାର ଭାରତକୁ ନେଇ ମୁଇଜୁଙ୍କ ମନୋଭାବ ସମ୍ପୂର୍ଣ୍ଣ ବଦଳିଥିବା ଦେଖିବାକୁ ମିଳିଛି। ମାଳଦ୍ୱୀପ ଭାରତର ସ୍ବତନ୍ତ୍ର ବନ୍ଧୁ ହୋଇଥିବା ନେଇ ସେ ଏହି ଅବସରରେ କହିଛନ୍ତି। ଅର୍ଥିକ ସହାୟତା ପ୍ରଦାନ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୬୦ତମ ବାର୍ଷିକୀ ପାଳନ କରିବା ପାଇଁ ଆସନ୍ତା ବର୍ଷ ମାଳଦ୍ୱୀପ ଗସ୍ତରେ ଆସିବାକୁ ସେ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri