Posted inଜାତୀୟ

ଶେଷ ମୁହୂର୍ତ୍ତରେ ଛଡ଼ାଯିବାକୁ ଥିବା ଗ୍ରେନେଡକୁ ଲୁଛାଉଛନ୍ତି ସରକାର: ସ୍ବତନ୍ତ୍ର ଅଧିବେଶନ ନେଇ କଂଗ୍ରେସର ମନ୍ତବ୍ୟ…

ନୂଆଦିଲ୍ଲୀ,୧୪।୯ : ସରକାର ସଂସଦର ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କଂଗ୍ରେସ ଟାର୍ଗେଟ କରିଛି। କଂଗ୍ରେସ କହିଛି ଏଜେଣ୍ଡାରେ କିଛି ନାହିଁ ଯାହା ସରକାର ବର୍ତ୍ତମାନ ସୁଦ୍ଧା ପ୍ରକାଶ କରିଛନ୍ତି। ତେବେ ଶେଷ ମୁହୂର୍ତ୍ତରେ ଛଡ଼ାଯିବାକୁ ଥିବା ଗ୍ରେନେଡକୁ ସରକାର ଲୁଛାଉଛନ୍ତି ବୋଲି କଂଗ୍ରେସ ଆଶଙ୍କା ବ୍ୟକ୍ତ କରିଛି।

ବୁଧବାର ସରକାର ଏଜେଣ୍ଡା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ସେପ୍ଟେମ୍ବର ୧୮ରେ ଅଧିବେଶନର ପ୍ରଥମ ଦିନରେ ସମ୍ବିଧାନ ସଭାରେ ଆରମ୍ଭ ହୋଇଥିବା ୭୫ ବର୍ଷର ସଂସଦୀୟ ଯାତ୍ରା’ ଉପରେ ଆଲୋଚନା କରାଯିବ। ଏହି ଏଜେଣ୍ଡା ସମ୍ପର୍କରେ ସରକାରଙ୍କୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି।

ସ୍ବତନ୍ତ୍ର ଅଧିବେଶନରେ ସଂସଦର ୭୫ ବର୍ଷର ଯାତ୍ରା, ସଫଳତା, ଅଭିଜ୍ଞତା, ସ୍ମୃତି ଏବଂ ସମ୍ବିଧାନସଭାରୁ ଆଜି ପର୍ଯ୍ୟନ୍ତ ଶିକ୍ଷା ବିଷୟରେ ଆଲୋଚନା କରିବା ବ୍ୟତୀତ ଚାରିଟି ବିଲ ମଧ୍ୟ ତାଲିକାଭୁକ୍ତ ହୋଇଛି।

ତାଲିକାଭୁକ୍ତ ଚାରୋଟି ବିଲରେ ଆଡଭୋକେଟ ସଂଶୋଧନ ବିଲ ୨୦୨୩ ଏବଂ ପ୍ରେସ ଏବଂ ପେରିଓଡିକାଲ୍ସ ରେଜିଷ୍ଟ୍ରେଶନ ବିଲ ୨୦୨୩ ଅନ୍ତର୍ଭୁକ୍ତ, ଯାହା ରାଜ୍ୟସଭାରେ ପାରିତ ହୋଇ ଲୋକସଭାରେ ବିଚାରାଧୀନ ଅଛି। ଏହା ସହିତ ପୋଷ୍ଟ ଅଫିସ ବିଲ ୨୦୨୩ ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି, ଅନ୍ୟ ନିର୍ବାଚନ କମିଶନର, ସେବା ସର୍ତ୍ତ ବିଲ ୨୦୨୩ ମଧ୍ୟ ତାଲିକାଭୁକ୍ତ ହୋଇଛି।

ସଂସଦର ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ଘୋଷଣା ପରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଶେଷରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଚିଠିର ଚାପରେ ମୋଦି ସରକାର ପାଞ୍ଚ ଦିନିଆ ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ଘୋଷଣା କରିଛନ୍ତି। ବର୍ତ୍ତମାନ ଏଜେଣ୍ଡାରେ କିଛି ନାହିଁ ବୋଲି ଜଣାପଡ଼ିଛି। ନଭେମ୍ବରରେ ଶୀତ ଅଧିବେଶନ ପର୍ଯ୍ୟନ୍ତ ଅପେକ୍ଷା କରାଯାଇ ପାରିଥାନ୍ତା।

ଏଥି ସହିତ ଜୟରାମ ରମେଶ କହିଛନ୍ତି ମୁଁ ନିଶ୍ଚିତ ସବୁଥର ପରି ସରକାର ଶେଷ ମୁହୂର୍ତ୍ତରେ ହ୍ୟାଣ୍ଡ ଗ୍ରେନେଡ ପକାଇବାକୁ ପ୍ରସ୍ତୁତ ଅଛନ୍ତି। ପରଦା ପଛରେ ଆଉ କିଛି ଅଛି ଯାହାକୁ ପ୍ରକାଶ କରାଯାଉ ନାହିଁ। ଏହା ସତ୍ତ୍ୱେ ଇଣ୍ଡିଆ ଆଲାଇନ୍ସର ସହଯୋଗୀ ଦଳ ସିଇସି ବିଲକୁ ବିରୋଧ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri