ଭୁବନେଶ୍ୱର,୨୮।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ରବିବାର ଗୋବିନ୍ଦ ସାହୁଙ୍କ ପରିବାର ଲୋକେ ପହଞ୍ଚିଥିଲେ। ଏହି ଅବସରରେ ଗୋବିନ୍ଦଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଗୋବିନ୍ଦଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ।
ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଗୋବିନ୍ଦ ସାହୁ। ୨୦୨୨ ଡିସେମ୍ବର ୨୦ତାରିଖରେ କଣ୍ଟାବାଞ୍ଜି ସବ୍ଜେଲରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା। ଗୋବିନ୍ଦଙ୍କ ମୃତ୍ୟୁକୁ ନେଇ ଏବେବି ରହସ୍ୟ ରହିଥିବା ବେଳେ ଘଟଣାର ତଦନ୍ତ କରି ଲୋକଲୋଚନକୁ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ପରିବାର ଲୋକେ ।


