ଦୀପାବଳିରେ ସରକାରଙ୍କ ବଡ଼ ପଦକ୍ଷେପ: ୧୬୪ ହିତାଧିକାରୀଙ୍କୁ ମିଳିଲା…

ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): ରବିବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ। ଭୁବନେଶ୍ୱରରୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ରାଜ୍ୟରେ ପଞ୍ଚାୟତ ଭବନ ପାଇଁ ଭିତ୍ତି ପ୍ରସ୍ତର କରିଥିବା ବେଳେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇଦେଇଛନ୍ତି।

ଏହି କ୍ରମରେ ଦାରିଙ୍ଗବାଡି ବ୍ଲକ ଭିଡିଓ କନ୍‌ଫରେନ୍ସ ଗୃହରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ୨ଟି ପଞ୍ଚାୟତ ଭବନର ଭିତ୍ତିପ୍ରସ୍ତର କରାଯାଇଛି। ଉକ୍ତ ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ ଏବଂ ବୁଡାଗୁଡ଼ା ପଞ୍ଚାୟତରେ ଏହି ୨ଟି ଭବନ ନିର୍ମାଣ କରାଯିବ।

ସେହିପରି ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଯୋଜନାରେ ମୋଟ୍‌ ୧୬୪ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତାର ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡିଓ ପ୍ରୀତିରଞ୍ଜନ ରଥ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁରେଶ ପଣ୍ଡା, ବିପିସି ଜଗନ୍ନାଥ ରଥ, ବାଡ଼ାବାଙ୍ଗା ସରପଞ୍ଚ ପ୍ରସନ୍ନ କୁମାର ପ୍ରଧାନ, ବୁଡ଼ାଗୁଡ଼ା ସରପଞ୍ଚ ତାତୁରା ପ୍ରଧାନ, ଦାରିଙ୍ଗବାଡ଼ି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଏହି ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ କାର୍ଯ୍ୟାଳୟରୁ ପଞ୍ଚାୟତବାସୀ ସିଧା ପ୍ରସାରଣ ଦେଖିଛନ୍ତି।

Dharitri – The Largest & Most Trusted Odia Daily

Share