ସରକାରଙ୍କ ବଡ଼ ନିଷ୍ପତ୍ତି: ଲଗାଇବେ ସ୍ମାର୍ଟ ମିଟର, ଖର୍ଚ୍ଚ ହେବ…

ଭୁବନେଶ୍ୱର,୩ା୧: ରାଜ୍ୟ ସରକାର ସ୍ମାର୍ଟ ମିଟର ଲଗାଇବେ। କ୍ୟାବିନେଟ ନିଷ୍ପତ୍ତି ପରେ ଶକ୍ତି ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏଥିନିମନ୍ତେ ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ୨ କିଲୋ ଓ୍ବାଟ ଯାଏ ଥିବା ୮.୭୫ ଲକ୍ଷ ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ। ଏହି ବାବଦକୁ ୩୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗାଇବାକୁ ୮୮ କୋଟି ଖର୍ଚ୍ଚ ହେବ। ସ୍ମାର୍ଟ ମିଟର ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ ରହିବ। ଏହା DISCOM ଦ୍ୱାରା ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Dharitri – Odisha’s No.1 Odia Daily

Share