ସରକାରଙ୍କ ବଡ଼ ଘୋଷଣା: ହେବନି ନୂଆ ଆଉଟ୍‌ସୋର୍ସିଂ ନିଯୁକ୍ତି

ଭୁବନେଶ୍ୱର,୨୬ା୭ (ରବିନାରାୟଣ ଜେନା):ରାଜ୍ୟରେ ଏଣିକି ଠିକା ସଂସ୍ଥା(ଆଉଟ୍‌ସୋର୍ସିଂ) ଜରିଆରେ ସିଧାସଳଖ ନୂଆ ନିଯୁକ୍ତି ସିଧାସଳଖ ଦିଆଯିବ ନାହିଁ। ପୂର୍ବରୁ ଯେଉଁସବୁ ଆଉଟ୍‌ସୋର୍ସିଂ ସଂସ୍ଥାକୁ ମ୍ୟାନ୍‌ ପାଓ୍ବାର ଲାଗି ନିଯୁକ୍ତ କରାଯାଇଛି ତାହା ବଜାୟ ରହିବ ଏବଂ ସମ୍ପୃକ୍ତ ସଂସ୍ଥା ନବୀକରଣ କରିପାରିବେ। ହେଲେ ସମ୍ପୃକ୍ତ ସଂସ୍ଥା ଅର୍ଥ ବିଭାଗର ବିନା ଅନୁମୋଦନରେ ନୂଆ କରି ଜଣେ ହେଲେ ବି ‘ମ୍ୟାନ୍‌ ପାଓ୍ବାର’ ନିଯୁକ୍ତି ଦେଇପାରିବେ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏ ସଂକ୍ରାନ୍ତରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଗୁରୁବାର ସମସ୍ତ ବିଭାଗ ମୁଖ୍ୟଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ତେବେ ରାଜ୍ୟରେ ଆଉ କେହି ଠିକା ନିଯୁକ୍ତ ହେବନାହିଁ, ‘ଆଉଟ୍‌ସୋର୍ସିଂ’ରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ବୋଲି ୨୦୨୩ ଜୁନ୍‌ରେ ପୂର୍ବ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା। ସେତେବେଳେ ଠିକା ନିଯୁକ୍ତି ଉଚ୍ଛେଦ ହେଲା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ହେଲେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଆବଶ୍ୟକତା ଦୃଷ୍ଟିରୁ ଏହି ପ୍ରକ୍ରିୟା ଅଦ୍ୟାବଧି ଜାରି ରହିଛି।
ସଚିବ ମିଶ୍ର ପତ୍ରରେ ଦର୍ଶାଇଛନ୍ତି ଯେ, ନୂତନ ମ୍ୟାନ୍‌ ପାଓ୍ବାର ନିଯୁକ୍ତି ପୂର୍ବରୁ ଅର୍ଥ ବିଭାଗର ଅନୁମୋଦନ ବାଧ୍ୟତାମୂଳକ। ମାତ୍ର କୌଣସି ଠିକାସଂସ୍ଥାର ସମାନ ସଂଖ୍ୟକ ମ୍ୟାନ୍‌ ପାଓ୍ବାର ନବୀକରଣ ପାଇଁ ଅର୍ଥ ବିଭାଗର ଅନୁମୋଦନ ଆବଶ୍ୟକ ନାହିଁ। ଯଦି ନବୀକରଣ ହେବାକୁ ଥିବା ସଂସ୍ଥା ଅଧିକ ମ୍ୟାନ୍‌ ପାଓ୍ବାର ନିଯୁକ୍ତ କରିବାକୁ ବିଭାଗର ପ୍ରସ୍ତାବ ରହିଥିବ ତେବେ ସେ କ୍ଷେତ୍ରରେ ଅର୍ଥବିଭାଗର ଅନୁମୋଦନ ନିହାତି ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଆଗକୁ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ,ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଶିକ୍ଷକମାନେ ଯେପରି ରାଜରାସ୍ତାରେ ନ ବସିବେ, ପିଲାଙ୍କ ପାଠପଢ଼ାକୁ ଯେପରି ଗୁରୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri