ସରକାରଙ୍କ ବଡ଼ ଘୋଷଣା: ଖୋଲିବ NIA ଶାଖା

ଭୁବନେଶ୍ୱର,୧୮।୫: ରାଜ୍ୟ ସରକାର ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ବରରେ ଏକ NIA ଶାଖା ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ଭୁବନେଶ୍ୱରର ଭିଏସ୍‌ଏସ୍‌ନଗରରେ ପ୍ରାରମ୍ଭିକ ଭାବେ NIAର ଶାଖା କାର୍ଯ୍ୟ କରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଜଣେ ଏସ୍‌ପି ପାହ୍ୟାର ଅଧିକାରୀ ଶାଖାର ମୁଖ୍ୟ ରହିବେ ବୋଲି ସୂଚନା ଦିଆଯାଇଛି।