ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP, DCPଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସର୍ବାଧିକ ଦେଢ଼ ଲକ୍ଷ ପର୍ଯ୍ୟନ୍ତ କ୍ୟାସ୍‌ଲେସ ଚିକିତ୍ସା ଯୋଗାଇ ଦିଆଯିବ। କ୍ୟାସ୍‌ଲେସ ଚିକିତ୍ସାରେ ଦୁର୍ଘଟଣା ପରଠୁ ୭ ଦିନ ଯାଏ ଚିକିତ୍ସା ସୁବିଧା ମିଳିବ। ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ଆହତ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ। ଏଥିପାଇଁ ଜିଲାରେ ଜଣେ DySP ପାହ୍ୟାର ଅଧିକାରୀ ନୋଡାଲ ଅଫିସର ଭାବେ ନିଯୁକ୍ତି ହେବେ। ଜାଲିଆତି ରୋକିବା ପାଇଁ ସିସିଟିଭି ଓ ଟୋଲ ତଥ୍ୟର ସହାୟତା ନିଆଯିବ ବୋଲି ସୂଚନା ମିଳିଛି।

Dharitri – Odisha’s No.1 Odia Daily

Share