Posted inଜାତୀୟ

ଦୀପାବଳି ପୂର୍ବରୁ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର: ତୁରନ୍ତୁ କରିଦିଅନ୍ତୁ ଏହି କାମ, ନଚେତ୍‌ ମିଳିବନି ଟଙ୍କା

ନୂଆଦିଲ୍ଳୀ,୫।୯:ଦେଶର କୋଟି ଚାଷୀଙ୍କ ପାଇଁ ଏକ ବଡ଼ ଖବର ଅଛି। ପିଏମ୍‌ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ଏଥର ଦୀପାବଳି ପୂର୍ବରୁ ଆସିବାକୁ ଯାଉଛି। ଏଥିପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। କୃଷକମାନେ ଏହାର ଲାଭ ପାଇବାକୁ ହେଲେ କେନ୍ଦ୍ର ସରକାର କୃଷି ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହା ଅଧୀନରେ ସମସ୍ତ ହିତାଧିକାରୀ ଚାଷୀଙ୍କୁ ଏହି ମାସରେ କଓ୍ବୋଇସି(KYC)ଅପଡେଟ୍‌ କାର୍ଯ୍ୟ କରିବାକୁ କୁହାଯାଇଛି। କୃଷି ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ପୂର୍ବ କିସ୍ତିରେ ଦେଶର ପ୍ରାୟ ନଅ କୋଟି ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚିଥିଲା।

ଦୀପାବଳି ପୂର୍ବରୁ କୃଷି ମନ୍ତ୍ରଣାଳୟ ହିତାଧିକାରୀ ଚାଷୀଙ୍କୁ ସମ୍ମାନ ନିଧି ଟଙ୍କା ଦେବାକୁ ଯାଉଛନ୍ତି। ଏଥିପାଇଁ ମନ୍ତ୍ରଣାଳୟ କୃଷକମାନଙ୍କୁ ସେମାନଙ୍କର କଓ୍ବୋଇସି କାର୍ଯ୍ୟ କରିବାକୁ କହିଛି। କୃଷି ମନ୍ତ୍ରଣାଳୟର ଅଧିକାରୀମାନେ ସଂପୃକ୍ତ ବିଭାଗ ମାଧ୍ୟମରେ ଗୁରୁବାର ଦେଶର ସମସ୍ତ କୃଷି ଅଧିକାରୀଙ୍କୁ ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁସାରେ, ଦେଶର ଅନେକ ହିତାଧିକାରୀ କୃଷକ ଏପର୍ଯ୍ୟନ୍ତ ସେମାନଙ୍କର କଓ୍ବୋଇସ ଅପ୍‌ଡେଟ୍‌ କରିନାହାଁନ୍ତି। ତେଣୁ ଯଥାଶୀଘ୍ର ଏହାର ଲାଭ ପାଇବାକୁ କେନ୍ଦ୍ର ସରକାର ସମସ୍ତ ଚାଷୀଙ୍କୁ ଆବଶ୍ୟକ ନିର୍ଦ୍ଦେଶାବଳୀ ପାଳନ କରିବାକୁ କହିଛନ୍ତି।
କୃଷି ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ ଡିପି ସିଂ କହିଛନ୍ତି, କୃଷକମାନଙ୍କୁ ୧୮ତମ କିସ୍ତି ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ। କିନ୍ତୁ ଏହି ଯୋଜନାର ଲାଭ ସେହି କୃଷକମାନଙ୍କ ପାଇଁ ଉପଲବ୍ଧ ହେବ, ଯେଉଁ କୃଷକମାନେ ଇ-କଓ୍ବୋଇସି କରି ନାହାନ୍ତି ସେମାନେ ୧୮ତମ କିସ୍ତି ପାଇପାରିବେ ନାହିଁ। କୃଷି ମନ୍ତ୍ରଣାଳୟ ଅନୁଯାୟୀ, ଅନେକ କୃଷକ ଏପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଶେଷ କରିନାହାଁନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ଏହି ପ୍ରକ୍ରିୟା ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କିଷାନ ସମ୍ମାନ ନିଧି ଅଧୀନରେ ୧୭ଟି କିସ୍ତି ରିଲିଜ୍‌ କରିଛନ୍ତି। ୧୭ତମ କିସ୍ତି ପାଇଁ ୨୦ ହଜାର କୋଟିରୁ ଅଧିକ ମୂଲ୍ୟର ପାଣ୍ଠି ମୁକ୍ତ କରାଯାଇଥିଲା। ଏହି ଅବଧିରେ ୯ କୋଟିରୁ ଅଧିକ ଚାଷୀ ପିଏମ କିଷାନ ସମ୍ମାନ ନିଧି ଯୋଜନାର ଲାଭ ପାଇଥିଲେ। ଏହାପୂର୍ବରୁ ୧୬ତମ କିସ୍ତି ସମୟରେ କେନ୍ଦ୍ର ସରକାର ୨୧ହଜାର କୋଟିରୁ ଅଧିକ ମୂଲ୍ୟର ପାଣ୍ଠି ଛାଡିଥିଲେ। ଏହି ଯୋଜନା ୨୦୧୯ରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ। ଏଥିରେ କୃଷକମାନଙ୍କୁ ପ୍ରତିବର୍ଷ ତିନି କିସ୍ତିରେ ଛଅ ହଜାର ଟଙ୍କା ଦିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?