ସରକାର ଆପଣାଇବେ ‘ସିଙ୍ଗଲ ସାଇନ୍‌ ଅନ୍‌’

ଭୁବନେଶ୍ୱର,୩୧ା୭, (ରବିନାରାୟଣ ଜେନା): ପ୍ରଶାସନକୁ ଗତିଶୀଳ କରିବା ସହିତ ସ୍ବଚ୍ଛତା ଓ ଉତ୍ତରଦାୟିତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋଟିଏ ପରେ ଗୋଟିଏ ନୂଆ ତରିକା ଆପଣାଯାଉଛି। କେତେବେଳେ ମନ୍ତ୍ରୀଙ୍କ ଦାୟିତ୍ୱ ସଚିବଙ୍କୁ ହସ୍ତାନ୍ତର କରାଯାଉଛି ତ ଆଉ କେତେବେଳେ ଫାଇଲ ପ୍ରୋସେସିଂ ପ୍ରକ୍ରିୟା ୬ରୁ ୩ଟି ପର୍ଯ୍ୟାୟକୁ ହ୍ରାସ କରାଯାଉଛି। ଏହି ପରିପ୍ରେକ୍ଷୀରେ ସରକାରୀ ଅଧିକାରୀଙ୍କ ଦ୍ବାରା ବ୍ୟବହାର କରାଯାଉଥିବା ଭିନ୍ନ ଭିନ୍ନ ଆପ୍ଲିକେଶନ ଲଗ୍‌ଇନ୍‌ ବ୍ୟବସ୍ଥାକୁ ସରଳୀକରଣ କରିବା, ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ସାଇବର ଆଟାକ୍‌ରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଡିଜିଟାଲ୍‌ ପ୍ଲାଟ୍‌ଫର୍ମକୁ ସୁରକ୍ଷିତ ରଖିବା ଲାଗି ସରକାରଙ୍କ ପକ୍ଷରୁ ଏକ ନୂତନ ନୀତି ଆପଣାଯିବାକୁ ରହିଛି। ଯେପରିକି ଗୋଟିଏ କ୍ଲିକ୍‌ରେ ସମସ୍ତ ଆପ୍ଲିକେଶନକୁ ପ୍ରବେଶ ହୋଇପାରିବ। ଏହାକୁ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ଓସ୍ବାସ୍‌ ମାଧ୍ୟମରେ ଏକକ ଲଗ୍‌ଇନ୍‌(ସିଙ୍ଗଲ ସାଇନ ଅନ୍‌-ଏସ୍‌ଏସ୍‌ଓ) ବ୍ୟବସ୍ଥା ପ୍ରଚଳନ କରାଯିବା ନେଇ ସବୁ ବିଭାଗ ମୁଖ୍ୟଙ୍କୁ ଅବଗତ କରାଇଛନ୍ତି।
ମୁଖ୍ୟ ସଚିବ ପ୍ରଦାନ କରିଥିବା ତାଙ୍କର ବ୍ୟକ୍ତିଗତ ନୋଟ୍‌ଶିଟ୍‌ରେ ଦର୍ଶାଇଛନ୍ତି, ଏସ୍‌ଏସ୍‌ଓ ବ୍ୟବସ୍ଥା ଅଗଷ୍ଟ ୩୧ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତିି। ବର୍ତ୍ତମାନ ଓଡ଼ିଶା ସରକାରଙ୍କ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ବିଭିନ୍ନ ଡିଜିଟାଲ୍‌ ଆପ୍ଲିକେଶନରେ ପୃଥକ୍‌ ପୃଥକ୍‌ ଭାବେ ଲଗ୍‌ଇନ୍‌ କରିବାକୁ ପଡୁଛି, ଯାହା ଅନାବଶ୍ୟକ ବିଳମ୍ବ, ବ୍ୟବହାରକାରୀ ଅଭିଜ୍ଞତାରେ ଅସୁବିଧା ଏବଂ ପ୍ରଶାସନିକ ତତ୍ପରତା ଉପରେ ପ୍ରଭାବ ପକାଉଛି। ଏହି ଆପ୍ଲିକେଶନଗୁଡ଼ିକ ମଧ୍ୟରେ ଏଚ୍‌ଆର୍‌ଏମ୍‌ଏସ୍‌, ଏଲ୍‌ଏମ୍‌ଏସ୍‌(ମକଦ୍ଦମା ପରିଚାଳନା), ଇ-ଡେସ୍‌ପାଚ୍‌, ନାଗରିକଙ୍କ ଅଭିଯୋଗ ଶୁଣାଣି ପୋର୍ଟାଲ, ନିଯୁକ୍ତି ପ୍ରକ୍ରିୟା, ଏମ୍‌ଡିଏମ୍‌ଏସ୍‌ ରହିଛି। ସଂପ୍ରତି ଜିଲା ପରିଦର୍ଶନ ମନିଟରିଂ ପୋର୍ଟାଲ, କର୍ମଚାରୀ ପରାମର୍ଶ ଯୋଜନା ପୋର୍ଟାଲ, ଗଣମାଧ୍ୟମରେ ପ୍ରକାଶିତ ଖବର, ଯାହା ଉପରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ସମ୍ମିଶ୍ରଣ ଆପ୍ଲିକେଶନ ରହିବ।
ଏହି ଏକକ ଲଗ୍‌ଇନ୍‌(ଏସ୍‌ଏସ୍‌ଓ) ବ୍ୟବସ୍ଥା ଦ୍ୱାରା ଜଣେ ଅଧିକାରୀ ଗୋଟିଏଥର ଓସ୍ବାସ୍‌ରେ ଲଗ୍‌ଇନ୍‌ କଲେ, ଉପରୋକ୍ତ ସମସ୍ତ ଆପ୍ଲିକେଶନରେ ସୁରକ୍ଷିତ ଓ ନୀରବଚ୍ଛିନ୍ନ ପ୍ରବେଶ ମିଳିପାରିବ। ଏହି ବ୍ୟବସ୍ଥା ଦ୍ବାରା ଉଚ୍ଚସ୍ତରୀୟ ସୁରକ୍ଷା, ଅଡିଟ୍‌ ଏବଂ ଡାଟା ଗୋପନୀୟତା ନିୟମ ପାଳନ ହୋଇପାରିବ। ଏହାକୁ ତ୍ୱରାନ୍ବିତ ଲାଗି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗକୁ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ଏକ ଟାସ୍କଫୋର୍ସ ଗଠନ ହେବ, ଯେଉଁଥିରେ ସିଏମ୍‌ଜିଆଇ, ଏନ୍‌ଆଇସି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରତିନିଧି ରହିବେ। ଏହି ଟାସ୍କଫୋର୍ସ ନିର୍ଦ୍ଦିଷ୍ଟ ସମୟସୀମା ସହିତ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବ। ଏହାପରେ ଟେକ୍ନିକାଲ ଡିଜାଇନ, ପାଇଲଟ ଟେଷ୍ଟିଂ ଏବଂ ପର୍ଯ୍ୟାୟକ୍ରମେ ପ୍ରଚଳନ ପାଇଁ ଏହି ଟାସ୍କଫୋର୍ସ କାର୍ଯ୍ୟ କରିବ।
ଜୁଲାଇ ୩୧ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଭାଗକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri