Posted inଜାତୀୟ

DA Hike: ସରକାରୀ କର୍ମଚାରୀ-ପେନଶନଭୋଗୀଙ୍କୁ ବଡ଼ ଭେଟି ଦେବେ ସରକାର, ୯୦୦୦ଟଙ୍କା ପେନଶନ ପାଉଥିଲେ ବଢିଯିବ ଏତେ…

ନୂଆଦିଲ୍ଲୀ,୫।୨: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର! 7th Pay Commission ଅନୁଯାୟୀ, ଜାନୁଆରୀ ୨୦୨୫ରୁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR) ୩ ରୁ ୪% ବୃଦ୍ଧି ପାଇପାରେ। ଏହା ପରେ DA ହାର ୫୩% ରୁ ୫୬% କିମ୍ବା ୫୭% କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ହୋଲି ପାଖାପାଖି ଏହା ଘୋଷଣା ହେବାର ଆଶା କରାଯାଉଛି, ଯାହା ଦ୍ୱାରା ୪୮ ଲକ୍ଷ କର୍ମଚାରୀ ଏବଂ ୬୯ ଲକ୍ଷ ପେନଶନଭୋଗୀ ଉପକୃତ ହେବେ।

ଆପଣଙ୍କୁ କହି ରଖୁଛୁ ଯେ କେନ୍ଦ୍ର ସରକାର ପ୍ରତିବର୍ଷ ଜାନୁଆରୀ ଏବଂ ଜୁଲାଇରେ ଦୁଇଥର ମହଙ୍ଗା ଭତ୍ତା ସଂଶୋଧନ କରନ୍ତି। ଗତ ବର୍ଷ, ୨୦୨୪ରେ, ଜାନୁଆରୀରେ ୪% ଏବଂ ଜୁଲାଇରେ ୩% ବୃଦ୍ଧି ଘଟିଥିଲା। ଆଶା କରାଯାଉଛି ଯେ ଏହି ବର୍ଷ ମଧ୍ୟ ଜାନୁଆରୀ ୨୦୨୫ରୁ ମହଙ୍ଗା ଭତ୍ତାର ନୂଆ ହାର ଲାଗୁ ହେବ, ଯାହା ଫେବୃଆରୀ-ମାର୍ଚ୍ଚରେ ଆନୁଷ୍ଠାନିକ ଭାବରେ ଘୋଷଣା ହେବାର ସମ୍ଭାବନା ଅଛି। AICPI ସୂଚକାଙ୍କ ଆଧାରରେ ବୃଦ୍ଧି ନିଷ୍ପତ୍ତି ନିଆଯିବ। ମହଙ୍ଗା ଭତ୍ତା ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (AICPI ସୂଚକାଙ୍କ) ଉପରେ ର୍ନିଭର କରେ। ଜୁଲାଇରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ, AICPI ସୂଚକାଙ୍କ ୧୪୪.୫ ଏବଂ DA ସ୍କୋର ୫୫.୦୫% ରେ ପହଞ୍ଚିଛି। ତଥାପି, ଡିସେମ୍ବର ୨୦୨୪ ତଥ୍ୟ ଉପଲବ୍ଧ ହେବା ପରେ ହିଁ ସଠିକ ଅଭିବୃଦ୍ଧି ଆକଳନ କରାଯାଇପାରିବ।

DA ବୃଦ୍ଧି ଯୋଗୁଁ ଦରମା କେତେ ବୃଦ୍ଧି ପାଇବ? ମହଙ୍ଗା ଭତ୍ତା ବୃଦ୍ଧି ହେବା ଦ୍ୱାରା ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଆୟରେ ଯଥେଷ୍ଟ ବୃଦ୍ଧି ଘଟିବ। ଯଦି DAରେ ୩% ବୃଦ୍ଧି ହୁଏ , ତେବେ ସର୍ବନିମ୍ନ ଦରମା କର୍ମଚାରୀଙ୍କ ଦରମା ଏହିପରି ବୃଦ୍ଧି ପାଇବ।େ ପେନସନଭୋଗୀମାନେ ମଧ୍ୟ ଏହାର ଲାଭ ପାଇବେ। ଯେଉଁମାନଙ୍କର ପେନସନ ୯୦୦୦ ଟଙ୍କା ସେମାନେ ୨୭୦ ଟଙ୍କା ଅଧିକ ପାଇପାରିବେ , ଯେତେବେଳେ ୧,୨୫,୦୦୦ ଟଙ୍କା ପେନସନ ଥିବା ଲୋକମାନେ ୩୭୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri