Posted inଜାତୀୟ

DA Hike: ସରକାରୀ କର୍ମଚାରୀ-ପେନଶନଭୋଗୀଙ୍କୁ ବଡ଼ ଭେଟି ଦେବେ ସରକାର, ୯୦୦୦ଟଙ୍କା ପେନଶନ ପାଉଥିଲେ ବଢିଯିବ ଏତେ…

ନୂଆଦିଲ୍ଲୀ,୫।୨: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର! 7th Pay Commission ଅନୁଯାୟୀ, ଜାନୁଆରୀ ୨୦୨୫ରୁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR) ୩ ରୁ ୪% ବୃଦ୍ଧି ପାଇପାରେ। ଏହା ପରେ DA ହାର ୫୩% ରୁ ୫୬% କିମ୍ବା ୫୭% କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ହୋଲି ପାଖାପାଖି ଏହା ଘୋଷଣା ହେବାର ଆଶା କରାଯାଉଛି, ଯାହା ଦ୍ୱାରା ୪୮ ଲକ୍ଷ କର୍ମଚାରୀ ଏବଂ ୬୯ ଲକ୍ଷ ପେନଶନଭୋଗୀ ଉପକୃତ ହେବେ।

ଆପଣଙ୍କୁ କହି ରଖୁଛୁ ଯେ କେନ୍ଦ୍ର ସରକାର ପ୍ରତିବର୍ଷ ଜାନୁଆରୀ ଏବଂ ଜୁଲାଇରେ ଦୁଇଥର ମହଙ୍ଗା ଭତ୍ତା ସଂଶୋଧନ କରନ୍ତି। ଗତ ବର୍ଷ, ୨୦୨୪ରେ, ଜାନୁଆରୀରେ ୪% ଏବଂ ଜୁଲାଇରେ ୩% ବୃଦ୍ଧି ଘଟିଥିଲା। ଆଶା କରାଯାଉଛି ଯେ ଏହି ବର୍ଷ ମଧ୍ୟ ଜାନୁଆରୀ ୨୦୨୫ରୁ ମହଙ୍ଗା ଭତ୍ତାର ନୂଆ ହାର ଲାଗୁ ହେବ, ଯାହା ଫେବୃଆରୀ-ମାର୍ଚ୍ଚରେ ଆନୁଷ୍ଠାନିକ ଭାବରେ ଘୋଷଣା ହେବାର ସମ୍ଭାବନା ଅଛି। AICPI ସୂଚକାଙ୍କ ଆଧାରରେ ବୃଦ୍ଧି ନିଷ୍ପତ୍ତି ନିଆଯିବ। ମହଙ୍ଗା ଭତ୍ତା ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (AICPI ସୂଚକାଙ୍କ) ଉପରେ ର୍ନିଭର କରେ। ଜୁଲାଇରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ, AICPI ସୂଚକାଙ୍କ ୧୪୪.୫ ଏବଂ DA ସ୍କୋର ୫୫.୦୫% ରେ ପହଞ୍ଚିଛି। ତଥାପି, ଡିସେମ୍ବର ୨୦୨୪ ତଥ୍ୟ ଉପଲବ୍ଧ ହେବା ପରେ ହିଁ ସଠିକ ଅଭିବୃଦ୍ଧି ଆକଳନ କରାଯାଇପାରିବ।

DA ବୃଦ୍ଧି ଯୋଗୁଁ ଦରମା କେତେ ବୃଦ୍ଧି ପାଇବ? ମହଙ୍ଗା ଭତ୍ତା ବୃଦ୍ଧି ହେବା ଦ୍ୱାରା ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଆୟରେ ଯଥେଷ୍ଟ ବୃଦ୍ଧି ଘଟିବ। ଯଦି DAରେ ୩% ବୃଦ୍ଧି ହୁଏ , ତେବେ ସର୍ବନିମ୍ନ ଦରମା କର୍ମଚାରୀଙ୍କ ଦରମା ଏହିପରି ବୃଦ୍ଧି ପାଇବ।େ ପେନସନଭୋଗୀମାନେ ମଧ୍ୟ ଏହାର ଲାଭ ପାଇବେ। ଯେଉଁମାନଙ୍କର ପେନସନ ୯୦୦୦ ଟଙ୍କା ସେମାନେ ୨୭୦ ଟଙ୍କା ଅଧିକ ପାଇପାରିବେ , ଯେତେବେଳେ ୧,୨୫,୦୦୦ ଟଙ୍କା ପେନସନ ଥିବା ଲୋକମାନେ ୩୭୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri