ଭୁବନେଶ୍ୱର,୨୫ା୮: ରାଜ୍ୟରେ ଧାରଣାରତ ରାଜସ୍ଵ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜସ୍ଵ ବିଭାଗ ଚେତାବନୀ ଦେଇଛି। ଏ ନେଇ ସମସ୍ତ ଜିଲାପାଳଙ୍କୁ ରାଜସ୍ଵ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି।
ଚିଠିରେ ଛୁଟିରେ ଥିବା ସମସ୍ତ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଛୁଟି ବାତିଲ କରାଯାଇଥିଲେ ମଧ୍ୟ ଅନେକ କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ଏହାକୁ ଗମ୍ଭୀରତାର ସହ ନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।