ଭୁବନେଶ୍ୱର,୧୬।୧: ଆସନ୍ତା ୨୨ରେ ପ୍ରାଥମିକ ଶିକ୍ଷକଙ୍କ ସହ ବୈଠକ କରିବ ଉଚ୍ଚସ୍ତରୀୟ କମିଟି। ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି ଏହି ବୈଠକ କରିବ। ଅବସରପ୍ରାପ୍ତ IAS ଅଶୋକ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ
ହେବ। ତୋଷାଳୀ ଭବନରେ ଦିନ ୧୧ଟା ୩୦ରେ ବୈଠକ ଅନୁଷ୍ଠିତ ହେବ।ପ୍ରାଥମିକ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ହେବ ଆଲୋଚନା। ଏନେଇ ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଗଠନକୁ ଗଣଶିକ୍ଷା ବିଭାଗ ଚିଠି କରିଛନ୍ତି।