ଭୁବନେଶ୍ୱର,୨୩।୯: ନିଯୁକ୍ତି ପରୀକ୍ଷା ବିଭ୍ରାଟ ଅନେକ ସମୟରେ ଖବରର ଶିରୋନାମା ମଣ୍ଡନ କରୁଥିବା ବେଳେ ଏବେ ଏହାକୁ ରୋକିବାକୁ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ନୂଆ ନିୟମ ଅନୁଯାୟୀ ଏଣିକି କେବଳ ସରକାରୀ ପ୍ରେସରେ ଛପାଯିବ ପ୍ରଶ୍ନପତ୍ର। ପୋଲିସ ଓ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଏହା ପ୍ରଣ୍ଟିଂ କରାଯିବ। ଏଥିପାଇଁ ସ୍ବତନ୍ତ୍ର ପ୍ରଣ୍ଟିଂ ମେଶିନ ବି ସ୍ଥାପନ କରାଯିବ ବୋଲି ଜଣାପଡିଛି। ପ୍ରଶ୍ନପତ୍ରକୁ ଉପୟ ପଟୁ ସିଲ୍ କରାଯିବ। ଏହା ଖୋଲାଯିବା ସମୟରେ ଭିଡିଓଗ୍ରାଫି କରାଯିବ। ପରୀକ୍ଷା କେନ୍ଦ୍ରରେ ବି ଏଆଇ ଟୁଲ ବ୍ୟବହାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସିସିଟିଭିର ଲାଇଭ୍ ଷ୍ଟ୍ରିମିଂ କଣ୍ଟ୍ରୋଲ ଓକାକ୍ ବା ଏନଆଇସି ପାଖରେ ରହିବ। ସମସ୍ତ ନିଯୁକ୍ତି ପରୀକ୍ଷା ସରକାରୀ କଲେଜ ବା ବିଶ୍ୱିଦ୍ୟାଳୟରେ କରାଯିବ। ଏହା ହେବା ଫଳରେ ପରୀକ୍ଷା ପ୍ରଶ୍ନପତ୍ର ଲିକ ବା ପରୀକ୍ଷା ବିଭ୍ରାଟକୁ ରୋକାଯାଇ ପାରିବ।