ବ୍ୟକ୍ତିଗତ ଚକଭୁକ୍ତ ଜମିରେ ସରକାରୀ ରାସ୍ତା

ଜଗତ୍‌ସିଂହପୁର, ୩୧ା୧୦ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲା ବିରିଡ଼ି ତହସିଲ ଅନ୍ତର୍ଗତ ଉତ୍ତରଶାସନ ମୌଜାର ବ୍ୟକ୍ତିଗତ ଚକଭୁକ୍ତ ଜମିରେ ସରକାରୀ ଅର୍ଥ ବିନିମୟରେ ରାସ୍ତା ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ , ଏ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଗଲେ ମିଳୁ ନ ଥିବା କୁହାଯାଇଛି। ଏହାକୁ ନେଇ କ୍ଷତିଗ୍ରସ୍ତ ଜମି ମାଲିକ ତଥା ବିରିଡି ଥାନା ମଧ୍ୟଶାସନ ତରଡ଼ାପାରୀ ଗ୍ରାମର ନୀଳମଣି ସାହୁ ଓ ସନାତନ ସାହୁ ଦୁଃଖ ପ୍ରକାଶ କରିବା ସହ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ, ଜିଲାପାଳ, ଏସ୍‌ପି, ବିରିଡି ଆଇଆଇସି, ଜଗତ୍‌ସିଂହପୁର ଏମ୍‌ପି ଓ ବିରିଡି ବିଡିଓଙ୍କୁ ଅବଗତ କରି ନ୍ୟାୟ ଭିକ୍ଷା କରିଥିବା କହିଛନ୍ତି।
ନୀଳମଣି ଓ ସନାତନ କରିଥିବା ଅଭିଯୋଗ ଅନୁଯାୟୀ, ସେମାନଙ୍କ ଉତ୍ତରଶାସନ ମହାଜନ ସାହିରେ ଖାତା ସଂଖ୍ୟା ୧୦୨୩ ଅନ୍ତର୍ଗତ ଚକ ସଂଖ୍ୟା ୩୩୩ ତଥା ପ୍ଲଟ୍‌ ସଂଖ୍ୟା ୧୬୭୬ରେ ୬୫ ଡିସିମିଲ ଜମି ରହିଛି। ସେହିପରି ଖାତା ସଂଖ୍ୟା ୧୦୨୪ ଅନ୍ତର୍ଗତ ଚକ ସଂଖ୍ୟା ୩୩୪ ଓ ପ୍ଲଟ୍‌ ସଂଖ୍ୟା ୧୬୭୭ରେ ୨୨ ଡିସିମିଲ ଜମି ରହିଛି। ଖାତା ସଂଖ୍ୟା ୪୮୯ ଅନ୍ତର୍ଗତ ଚକ ସଂଖ୍ୟା ୩୩୨ ଓ ପ୍ଲଟ୍‌ ସଂଖ୍ୟା ୧୬୭୫ରେ ୬୪ ଡିସିମିଲ ଜମି ଅଛି। ଦୁଃଖର କଥା ହେଲା ସେମାନଙ୍କ ଏହି ଜମିରେ ବିରଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ଏକ ଢଳେଇ ରାସ୍ତା ନିର୍ମାଣ କରାଯାଇଛି। ଏହା ଉକ୍ତ ଚକ ଜମିକୁ ଦୁଇଫାଳ କରି ଦେଇଛି। ରାସ୍ତା ନିର୍ମାଣ ପୂର୍ବରୁ ସେମାନଙ୍କୁ ସୂଚନା ଦିଆଯିବା ସହ ଅନୁମତି ନିଆଯିବାର ଥିଲା। ଯାହା କରାଯାଇ ନ ଥିଲା। ଏହାଦ୍ୱାରା ଚାଷ କରିବାରେ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ପରିସ୍ଥିତିରେ ସେମାନେ କ’ଣ କରିବେ କିଛି ଭାବିପାରୁନାହାନ୍ତି। ତେଣୁ ରାସ୍ତାଟିକୁ ତୁରନ୍ତ ଉଠାଇ ଦିଆଗଲେ ସେମାନେ ଉପକୃତ ହେବେ ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ ଅଛି। ଏଥିରେ ଏକଥା ସ୍ପଷ୍ଟ ଅଛି ଚକଭୁକ୍ତ ଧାନ ଜମିରେ ବିନା ଅନୁମତିରେ ଚଞ୍ଚକତା ପୂର୍ବକ ସଲାସୁତୁରାରେ ସରକାରୀ ରାସ୍ତା କରାଯାଇଛି। ଏହା ସରକାରୀ ଅର୍ଥର ତୋଷରପାତ ଉଦ୍ଦେଶ୍ୟରେ ହୋଇଥିବା ସେମାନେ ସନ୍ଦେହ କରୁଛନ୍ତି। ଏ ସମ୍ପର୍କରେ ବିରିଡି ବ୍ଲକ କନିଷ୍ଠଯନ୍ତ୍ରୀ ଶାଶ୍ୱତି ଦାଶଙ୍କୁ ପଚାରିବାରେ ସେ ଏ ବିଷୟରେ କିଛି ଜାଣିନାହାନ୍ତି ବୋଲି କହି ପ୍ରସଙ୍ଗକୁ ଏଡାଇଯାଇଥିଲେ। ବିରିଡି ବିଡିଓ ଆୟୁଷୀ ପତି ଓ ସହକାରୀ ଯନ୍ତ୍ରୀ ପ୍ରିୟଙ୍କା ରାୟଙ୍କ ସହ ସେମାନଙ୍କ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେମାନେ ଫୋନ୍‌ ଉଠାଇ ନ ଥିଲେ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ସାଂଘାତିକ ଧମକ ଦେଲେ ଟ୍ରମ୍ପ, ଦେଲେ ୪୮ ଘଣ୍ଟାର ଅଲ୍ଟିମେଟମ୍‌, ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଇରାନ ବିରୁଦ୍ଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ଇରାନକୁ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ଦେଇଛନ୍ତି। ସେ ଚେତାବନୀ…

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri