ବର୍ଦ୍ଧିତ ମୂଲ୍ୟରେ ଇଥାନଲ୍‌ କିଣିବେ ସରକାରୀ ତୈଳ କମ୍ପାନୀ

ଭୁବନେଶ୍ୱର,୩୧।୧୨(ଅନୁରାଧା ମହାରଣା): ଦେଶର ସରକାରୀ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ (ଓଏମ୍‌ସି) ବର୍ତ୍ତମାନ ଅଧିକ ଦାମରେ ତେଲ କ୍ରୟ କରିବେ। ଓଏମ୍‌ସି ପ୍ରତି ଲିଟର ଇଥାନଲ୍‌ ପାଇଁ ୬.୮୭ ଟଙ୍କା ପ୍ରୋତ୍ସାହନ ଘୋଷଣା କରିଛି। ଏହି କାରଣରୁ ଇଥାନଲ୍‌ର ମୂଲ୍ୟ ବର୍ତ୍ତମାନ ଲିଟର ପିଛା ୪୯.୪୧ ରୁ ୫୬.୨୮ ଟଙ୍କାକୁ ବୃଦ୍ଧି ପାଇବ। କେନ୍ଦ୍ର ସରକାର ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍‌ ମିଶ୍ରଣ କରିବାର ଲକ୍ଷ୍ୟ ରଖିଥିବାବେଳେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବିବେଚନା କରାଯାଉଛ। ବର୍ତ୍ତମାନ ଦେଶର ୮୫ ପ୍ରତିଶତ ତୈଳ ବିଦେଶରୁ ଆସୁଛି। ଏହା ସରକାରୀ ରାଜକୋଷ ଉପରେ ଚାପ ପକାଇଥାଏ । ଏଥିସହ ଭାରତ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ଇଥାନଲ ଉତ୍ପାଦକ। ଏହାକୁ ପେଟ୍ରୋଲ ସହ ମିଶ୍ରଣକରି ବ୍ୟବହାର କରିବା କେବଳ ସବୁଜ ଅର୍ଥନୀତିର ରାସ୍ତାକୁ ମଜଭୁତ କରିବ ନାହିଁ ବରଂ ସରକାରୀ ଖନନ ଉପରେ ଭାର ମଧ୍ୟ ହ୍ରାସ କରିବ। ତେବେ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲରେ ୧୦ ପ୍ରତିଶତ ଇଥାନଲ୍‌ ମିଶ୍ରଣ କରିବାର ଲକ୍ଷ୍ୟ ହାସଲ କରାଯାଇଛ। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ସୂଚନାନୁସାରେ ସି ହେଭି ମୋଲାସେସ୍‌ ଚିନି କାରଖାନାର ଏକ ଉପ-ଉତ୍ପାଦ। ଏହା ଇଥାନଲ ତିଆରିରେ ବ୍ୟବହୃତ ହୁଏ, ଯାହା ସବୁଜ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ। ଏହି ହାର ବୃଦ୍ଧି ଘୋଷଣା ଇଥାନଲ ଉତ୍ପାଦକମାନଙ୍କ ପାଇଁ ଏକ ଆଶ୍ୱସ୍ତିର ବିଷୟ ।

ଓଏମ୍‌ସି ନିକଟରେ ଆଖୁରସ ଏବଂ ବି ହେଭି ମୋଲାସେସ୍‌ ଭିତ୍ତିକ ଇଥାନର ସଂଶୋଧିତ ଆବଣ୍ଟନ ପ୍ରକାଶ କରିଛି। ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ବିଭାଗ ଅନୁଯାୟୀ, ପ୍ରତ୍ୟେକ ଡିଷ୍ଟିଲେରକୁ ଇଥାନଲ ଯୋଗାଣ ପାଇଁ ସଂଶୋଧିତ ଆବଣ୍ଟନ ଏବଂ ସଂଶୋଧିତ ଚୁକ୍ତିନାମା ନିଯୁକ୍ତ କରିବାକୁ କୁହାଯାଇଥିଲା। ଚଳିତ ବର୍ଷ ଅକ୍ଟୋବରରେ ଓଏମ୍‌ସି ୨୦୨୩-୨୪ ପାଇଁ ୮୨୫ କୋଟି ଲିଟର ଇଥାନଲ ପାଇଁ ଟେଣ୍ଡର ଜାରି କରିଥିଲା। ପ୍ରାୟ ୧୫୭ କୋଟି ଲିଟର ପୁନଃ ବଣ୍ଟନ କରାଯାଇଛି। ନଭେମ୍ବର ୩୦ ସୁଦ୍ଧା ଦେଶରେ ଇଥାନଲ ଉତ୍ପାଦନ କ୍ଷମତା ପ୍ରାୟ ୧୩୮୦ କୋଟି ଲିଟର। ଏଥିମଧ୍ୟରୁ ପ୍ରାୟ ୮୭୫ କୋଟି ଲିଟର ଗୁଣ୍ଡ ଭିତ୍ତିକ ଏବଂ ପ୍ରାୟ ୫୦୫ କୋଟି ଲିଟର ଶସ୍ୟ ଆଧାରିତ। ଭାରତ ସରକାର ସମଗ୍ର ଦେଶରେ ପେଟ୍ରୋଲରେ ଇଥାନଲ ମିଶ୍ରଣ କରୁଥିବାବେଳେ ଏହା ଅଧୀନରେ ସରକାରୀ ତୈଳ କମ୍ପାନୀଗୁଡିକ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି କରନ୍ତି। ୨୦୨୫ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ପ୍ରାୟ ୧୦୧୬ କୋଟି ଲିଟର ଇଥାନଲ ଆବଶ୍ୟକ ରହିଛି। ଇଣ୍ଡିଆନ ସୁଗାର ଏବଂ ବାୟୋ-ଏନର୍ଜି ଉତ୍ପାଦନକାରୀ ସଂଘ (ଆଇଏସ୍‌ଏମ୍‌ଏ) ପକ୍ଷରୁ ସି ହେବି ମୋଲାସେସ୍‌ରୁ ଉତ୍ପାଦିତ ଇଥାନଲର ମୂଲ୍ୟ ବୃଦ୍ଧି ପାଇଁ ଏହି ନିଷ୍ପତ୍ତିକୁ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ମୁମ୍ବାଇ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫...

ବଦଳିବ ବ୍ୟାଙ୍କିଂ ସମୟ! ଓ଼୍ବାର୍କିଂ ଡେ ରହିବ ଏତିକି, ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪ା୧୨: ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ...

ଡଲାର ତୁଳନାରେ ୯୦ ଟପିଲା ଟଙ୍କା, ସର୍ବକାଳୀନ ନିମ୍ନ ସ୍ତରକୁ ଖସିଲା

ମୁମ୍ବାଇ,୩ା୧୨: ଭାରତୀୟ ଟଙ୍କା ବୁଧବାର ଆମେରିକୀୟ ଡଲାର ତୁଳନାରେ ପ୍ରଥମ ଥର ପାଇଁ ୯୦ ଟଙ୍କା ସ୍ତର ଅତିକ୍ରମ କରିଛି। ଟଙ୍କାର ମୂଲ୍ୟ ଖସିଯାଇ ଡଲାର୍...

ପଲସର୍‌ ଆଣିଲା ଧୂଆଁଧାର ଅଫର୍‌, ମାତ୍ର ଏତିକି ଟଙ୍କାରେ ମିଳିବ…

ନୂଆଦିଲ୍‌ଲୀ,୩।୧୨: ବର୍ଷର ଶେଷ ମାସଗୁଡ଼ିକରେ, ଦୁଇଚକିଆ ଯାନ ନିର୍ମାତା ବାଜାଜ ଅଟୋ ପୁଣି ଥରେ ଏହାର ଲୋକପ୍ରିୟ ପଲସର ହାଟ୍ରିକ ଅଫରକୁ ଆରମ୍ଭ କରିଛି। ଦୀପାବଳି...

ରୁଫ୍‌ଟପ୍‌ ସୋଲାର ସିଷ୍ଟମ ପାଇଁ ଗ୍ରାମପଞ୍ଚାୟତକୁ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର,୩।୧୨,(ଅନୁରାଧା ମହାରଣା): ଟାଟା ପାୱାର ଏବଂ ରାଜ୍ୟ ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏହାର ବ୍ୟବସାୟିକ...

ଏହି ୫ଟି ଟ୍ରାଞ୍ଜାକ୍ସନବେଳେ ରୁହନ୍ତୁ ସତର୍କ! ନଚେତ ସିଧା ଘରେ ପହଞ୍ଚିଯିବ…

ନୂଆଦିଲ୍ଲୀ,୨।୧୨: ଆୟକର ବିଭାଗ କେବଳ ଆପଣଙ୍କ ଆୟ ଉପରେ ଟିକସ ଲଗାଏ ନାହିଁ, ବରଂ କିଛି ପ୍ରକାରର ଆର୍ଥିକ କାରବାର ଉପରେ ମଧ୍ୟ କଡ଼ା ନଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri