ଖେଲୋ ଇଣ୍ଡିଆ ପଦକ ବିଜେତାଙ୍କୁ ମିଳିବ ସରକାରୀ ଚାକିରି: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬ା୩: ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) କ୍ରୀଡ଼ା ବିଭାଗ ସହଯୋଗରେ ଆଥଲେଟମାନଙ୍କ ନିଯୁକ୍ତି, ପଦୋନ୍ନତି ଏବଂ ପ୍ରୋତ୍ସାହନ ଢାଞ୍ଚାରେ ବ୍ୟାପକ ସଂସ୍କାର ଅଣାଯାଇଛି। ମାର୍ଚ୍ଚ ୪ ରେ ଜାରି ହୋଇଥିବା ଏକ ମେମୋରାଣ୍ଡମରେ ଉପସ୍ଥାପିତ ଏହି ନୂତନ ନିର୍ଦ୍ଦେଶାବଳୀର ଉଦ୍ଦେଶ୍ୟ ହେଉଛି ବର୍ଦ୍ଧିତ ପ୍ରୋତ୍ସାହନ, ସ୍ୱଚ୍ଛତା ଏବଂ ଅନ୍ତର୍ଭୁକ୍ତୀକରଣ ପ୍ରଦାନ କରିବା।

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଘୋଷଣା କରିଛନ୍ତି ଯେ ଖେଲୋ ଇଣ୍ଡିଆ ପଦକ ବିଜେତା ଆଥଲେଟ ମାନେ ଏଣିକି ସରକାରୀ ଚାକିରି ପାଇଁ ଯୋଗ୍ୟ ହେବେ।

ସେ କହିଥିଲେ ଯେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ସୁଦୃଢ଼ କ୍ରୀଡ଼ା ଇକୋସିଷ୍ଟମ୍, ତୃଣମୂଳ ସ୍ତରରେ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ାକୁ ଏକ ଲାଭଦାୟକ ଏବଂ କାର୍ଯ୍ୟକ୍ଷମ କ୍ୟାରିୟର ବିକଳ୍ପରେ ପରିଣତ କରିବା ର ସ୍ୱପ୍ନକୁ ଦୃଷ୍ଟିରେ ରଖି ଖେଲୋ ଇଣ୍ଡିଆ ଆଥଲେଟମାନଙ୍କୁ ଏବେ ସରକାରୀ ଚାକିରି ପାଇଁ ସୁଯୋଗ ଦିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଖୁସିର ସହ ଘୋଷଣା କରୁଛି ଯେ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଇଣ୍ଡିଆ ସ୍ପୋର୍ଟସ ସହ ପରାମର୍ଶ କରି ସରକାରୀ ଚାକିରି ଚାହୁଁଥିବା କ୍ରୀଡ଼ାବିତଙ୍କ ପାଇଁ ଯୋଗ୍ୟତା ମାନଦଣ୍ଡରେ କ୍ରମାଗତ ସଂଶୋଧନ କରିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବେ ଖେଲୋ ଇଣ୍ଡିଆ ଗେମ୍ସ ଯଥା ଯୁବ, ବିଶ୍ୱବିଦ୍ୟାଳୟ, ପାରା ଏବଂ ଶୀତକାଳୀନ କ୍ରୀଡ଼ାର ପଦକ ବିଜେତାଙ୍କୁ ସରକାରୀ ଚାକିରି ପାଇଁ ଯୋଗ୍ୟ ତାଲିମ ପ୍ରଦାନ କରିଛି। ଏହାବ୍ୟତୀତ ବିଭିନ୍ନ କ୍ରୀଡ଼ାରେ ଅନ୍ତର୍ଭୁକ୍ତୀକରଣ ସୁନିଶ୍ଚିତ କରିବା ପାଇଁ ଖେଳ ଏବଂ ଇଭେଣ୍ଟଗୁଡ଼ିକୁ ସ୍ପଷ୍ଟ ଭାବେ ନିର୍ଦ୍ଧାରଣ କରାଯାଇଛି।

ସଂଶୋଧିତ ନିୟମ ଅନୁଯାୟୀ, ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା (୧୮ ବର୍ଷ ରୁ ଅଧିକ ବୟସର ଅଂଶଗ୍ରହଣକାରୀଙ୍କ ପାଇଁ), ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା, ଖେଲୋ ଇଣ୍ଡିଆ ପାରା ଗେମ୍ସ ଏବଂ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଭଳି ଇଭେଣ୍ଟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ବ୍ୟକ୍ତିମାନେ ଏବେ ସରକାରୀ ନିଯୁକ୍ତି ସୁଯୋଗ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଏହାବ୍ୟତୀତ ସ୍କୁଲ ଗେମ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆରେ ସଫଳତା ହାସଲ କରିଥିବା ଖେଳାଳିମାନେ ମଧ୍ୟ ଏଭଳି ପଦବୀ ପାଇଁ ଯୋଗ୍ୟତା ବଜାୟ ରଖିବେ।

ଆଥଲେଟ୍ ମାନେ ସୁବିଧା ପାଇବାର ପ୍ରକ୍ରିୟାକୁ ସରଳ କରିବା ପାଇଁ, ନିଯୁକ୍ତି ପାଇଁ କ୍ରୀଡ଼ାବିତଙ୍କ ଯୋଗ୍ୟତା ଯାଞ୍ଚ କରି ସାର୍ଟିଫିକେଟ୍ ପ୍ରଦାନ କରିବାକୁ କ୍ଷମତାପ୍ରାପ୍ତ ସଂସ୍ଥାର ରୋଷ୍ଟରକୁ ସଂଶୋଧନ କରାଯାଇଛି। ଏବେ ଜାତୀୟ କ୍ରୀଡ଼ା ମହାସଂଘର ସଚିବ (ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ), ରାଜ୍ୟ ସଂଘର ସଚିବ (ଜାତୀୟ ପ୍ରତିଯୋଗିତା ପାଇଁ) ଏବଂ ବିଶ୍ୱବିଦ୍ୟାଳୟର ଡିନ୍ ବା କ୍ରୀଡ଼ା ଅଧିକାରୀ (ଆନ୍ତଃ ବିଶ୍ୱବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟ ପାଇଁ) ଏଭଳି ସାର୍ଟିଫିକେଟ୍ ପ୍ରଦାନ କରିବାର ଅଧିକାର ପାଇବେ।

ଉଲ୍ଲେଖନୀୟ ଭାବେ ଖେଲୋ ଇଣ୍ଡିଆ ଗେମ୍ସକୁ ଜାତୀୟ ସ୍ତରରେ ଗୁରୁତ୍ବପୂର୍ଣ୍ଣ ଇଭେଣ୍ଟ ଭାବେ ସ୍ୱୀକୃତି ମିଳିଛି ଏବଂ ଅନ୍ୟାନ୍ୟ ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଓ ପ୍ରତିଯୋଗିତାରେ ସାମିଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?