ସରକାରୀ ଚାକିରି ମୋହ

ପିଲାଦିନେ ଯଦି କେହି ପଚାରେ ବଡ଼ ହୋଇ କ’ଣ ହେବୁ -କିଏ କୁହେ ଡାକ୍ତର, ପୋଲିସ ନଚେତ୍‌ ଶିକ୍ଷକ। ଆପଣମାନେ ବି ଛୋଟବେଳେ ଏହି ପ୍ରଶ୍ନର ସମ୍ମୁଖୀନ ହୋଇଥିବେ। ଏହା ମଧ୍ୟ ଭଲ କଥା କି ଗୋଟିଏ ଲକ୍ଷ୍ୟ ନେଇ ଆଗକୁ ବଢ଼ିବା। ଏଥିପ୍ରତି ଏତେ ଭାବ ଆସିବାର କାରଣ ହେଉଛି ଘରୋଇ ସଂସ୍ଥା ଭଳି ସରକାରୀ ଚାକିରିରେ ଛଟେଇହେବାର ଭୟ ନାହିଁ। କାମ ହେଉ କି ନ ହେଉ ଠିକ୍‌ ସମୟରେ ଆକାଉଣ୍ଟକୁ ଟଙ୍କା ପଳାଇଆସେ। ତେଣୁ ଏହା ପ୍ରତି ସମସ୍ତଙ୍କ ଲୋଭ ରହିବା ସ୍ବାଭାବିକ। ସେଥିପାଇଁ ତ ଆମ ଦେଶର ଯୁବପିଢ଼ି ପାଠପଢ଼ା ସରିବା ମାତ୍ରେ ସରକାରୀ ଚାକିରିଟିଏ ପାଇଁ ପ୍ରସ୍ତୁତ ହୋଇଯାଆନ୍ତି।
ତେବେ ଏଠି ଏକ ପ୍ରଶ୍ନ ଉଠେ କି ସରକାରୀ ଚାକିରି ପ୍ରତି ଆସକ୍ତି ହେବା କ’ଣ ଭୁଲ୍‌? ନା, ଆଦୌ ଭୁଲ୍‌ ନୁହେଁ। କିନ୍ତୁ ଗୋଟିଏ କିଛି ପାଇବା ଆଶାରେ ଅନେକ କିଛି ହରାଇ ବସିଥାଉ। କୁହାଯାଏ ଅପେକ୍ଷାର ଫଳ ମିଠା। ତଥାପି ସେହି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଯାଇ ସାଧନାକରନ୍ତି। ଯଦି ଭାଗ୍ୟ ଟିକେ ସାଥ୍‌ ଦେଲା ତେବେ କୁଳରେ ଲାଗନ୍ତି। ନଚେତ୍‌ ବୟସ ଥିବା ଯାଏ ସେହି ସରକାରୀ ଚାକିରି ମୋହରେ ପଡ଼ି ଅନ୍ୟ ନିଯୁକ୍ତିକୁ ବି ହାତଛଡ଼ା କରନ୍ତି। ଫଳରେ ବେକାରିର ଆଖ୍ୟା ନେଇ ସମାଜରେ ଘୂରିବୁଲନ୍ତି। ଏକ ରିପୋର୍ଟକୁ ଯଦି ନେବା ୨୦୦୦ରୁ ୨୦୨୪ ମସିହା ମଧ୍ୟରେ ୨୦୦୦ରେ ୫୪% ବେରୋଜଗାରୀ ଥିବାବେଳେ ୨୦୨୪ରେ ଏହା ୬୫.୭% ବୃଦ୍ଧି ପାଇଛି। ଏଥିମଧ୍ୟରୁ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ(ଆଇଏଲ୍‌ଓ) ତଥ୍ୟ ଅନୁଯାୟୀ ୧୫ରୁ ୨୯ ବର୍ଷର ଯୁବବର୍ଗଙ୍କ ସଂଖ୍ୟା ୮୩% କେବଳ। ଗୋଟିଏ ଉକ୍ତି ଅଛି ଆଜିର ଯୁବକ କାଲିର ଭବିଷ୍ୟତ। ଯଦି ଏହି ଭବିଷ୍ୟତ ଏମିତି ବେକାରି ହେବେ ତେବେ ଦେଶର ଅର୍ଥନୀତି ସୁଦୃଢ଼ ହେବ ନା ଅବନତି ଘଟିବ ଏଥିରୁ ଅନୁମେୟ କରିହେବ। ଉଦାହରଣ ସ୍ବରୂପ ୨୦୨୨ରେ ୟୁପିଏସ୍‌ସି ପରୀକ୍ଷା ପାଇଁ ୧୧ଲକ୍ଷ ୩୫ହଜାର ୬୯୭ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ସେଥିରୁ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେଲେ। କିନ୍ତୁ ଆଉ ଏତେ ପରିମାଣରେ ଯେଉଁ ବଳିପଡ଼ିଲେ ସେମାନେ କ’ଣ କରିବେ। ପୁଣି ପ୍ରତିବର୍ଷ ୧୦ଲକ୍ଷ ପିଲା ଗ୍ରାଜୁଏଶନ ପାସ୍‌ କରୁଛନ୍ତି। ତେବେ ଏଠାରେ ସ୍ପଷ୍ଟ ବାରି ହେଉଥିବ କି ଆମ ଦେଶରେ ଯୁବବର୍ଗଙ୍କ ତୁଳନାରେ ସେତିକି ନିଯୁକ୍ତି ସୁଯୋଗ ନାହିଁ କହିଲେ ଚଳେ। ଏହି କଥା ଲେଖିବାବେଳେ ମୋର ଭଲ କଥା ଗୋଟେ ମନେପଡ଼େ। ଜଣେ ସମ୍ପର୍କୀୟ ଭାଇଙ୍କ ସହ କଥା ହେବା ଛଳରେ ଗୋଟିଏ କଥା ପଚାରିଦେଲି, ଆଉ ଭାଇ ଆପଣ ବିବାହ କରୁଛନ୍ତି କେବେ? ସେ ଉତ୍ତର ଦେଲେ ଚାକିରି ନାହିଁ, କିଏ ମୋତେ ଝିଅ ଦେବ। ଯେତେ ଝିଅ ଦେଖିଯାଉଛି ସବୁ ସରକାରୀ ଚାକିରିଆ ଖୋଜୁଛନ୍ତି। ସେହି ଚାକିରି ଖୋଜି ଖୋଜି ତ ବୟସ ଆସି ୩୧ ହେଲାଣି। ଆଉ ଏ ଜନ୍ମରେ ଚାକିରି ନାହିଁ କି ବିବାହ ଯୋଗ ବି ନାହିଁ। ଆଉ କିଛି ନ କହି ତାଙ୍କ ଉତ୍ତର ଶୁଣି ବିଦାୟ ନେଇ ତାଙ୍କ ପାଖରୁ ଚାଲିଆସିଲି। ପରେ ଆସି ଭାବିଲି ଚାକିରି ମୋହ ଲୋକଙ୍କୁ ଏତେ ପାଗଳ କଲାଣି କି ବିବାହ କରିବାକୁ ହେଲେ ବି ସରକାରୀ ଷ୍ଟାମ୍ପ ଲାଗିବା ବି ଅତ୍ୟନ୍ତ ଜରୁରୀ ହୋଇପଡ଼େ ନଚେତ୍‌ ଝିଅ ମିଳୁନାହିଁ। ଆଶ୍ଚର୍ଯ୍ୟ କଥା ନୁହେଁ କି ?
ଛାଡ଼, ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ।
୨୦୧୮ରେ ଉତ୍ତରପ୍ରଦେଶ ପୋଲିସ ବିଭାଗ ପକ୍ଷରୁ ୪ର୍ଥ ଶ୍ରେଣୀ କର୍ମଚାରୀରେ ୬୨ଟି ପୋଷ୍ଟ ବାହାରିଥିଲା। କିନ୍ତୁ ଆବେଦନକାରୀଙ୍କ ସଂଖ୍ୟା ଥିଲା ୫୨ ହଜାର। ତେବେ ଗୋଟିଏ ସାଧାରଣ ୪ର୍ଥ ଶ୍ରେଣୀର କର୍ମଚାରୀ ଚାକିରି ପାଇଁ ମଧ୍ୟ ଆମ ଯୁବପିଢ଼ି ବିକଳ। କେମିତି ବା ନ ହେବେ, କମ୍‌ ଦରମା ହେଉ ପଛେ କିନ୍ତୁ ନିଯୁକ୍ତିରେ ସ୍ଥାୟିତ୍ୱ ଅଛି। ଏହି ବିଷୟକୁ ଯଦି ତର୍ଜମା କରାଯାଏ ତେବେ ଏହା ଅତି ଗମ୍ଭୀର ଏବଂ ଅତି ଦୁଃଖଦ ବିଷୟ। ଯୁବବର୍ଗ ଯଦି ଚାକିରି ପଛରେ ନ ଗୋଡ଼ାଇ ନିଜେ କିଛି ଉଦ୍ୟୋଗ କରିପାରନ୍ତେ ତେବେ କେମିତି ହୁଅନ୍ତା। ପାଠପଢ଼ାକୁ ପାଠପଢ଼ା ହୁଅନ୍ତା, ତା’ସହ ନିଜେ ଆତ୍ମନିର୍ଭରଶୀଳ ହୋଇପାରନ୍ତେ। କିନ୍ତୁ ଆମ ଶିକ୍ଷା ବ୍ୟବସ୍ଥାରେ ପ୍ରଥମେ ପରିବର୍ତ୍ତନ ଆଣିପାରିଲେ ଯାଇ ଏହା ସମ୍ଭବ ହୋଇପାରିବ। କିନ୍ତୁ ଏଥିପ୍ରତି ସରକାରୀ ସ୍ତରରେ ମଧ୍ୟ ଅଧିକ ମାତ୍ରାରେ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି।
ଢେଙ୍କାନାଳ
ମୋ: ୭୬୦୬୯୯୬୦୫୩


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri