ଗରିବ ଆଦିବାସୀ, ନାରୀ ସୁରକ୍ଷା ଦେବାରେ ସରକାର ବିଫଳ: ଜୟଦେବ

କେନ୍ଦୁଝର,୧୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସାରା ରାଜ୍ୟରେ ବର୍ତ୍ତମାନ ଆଦିବାସୀ ଓ ନାରୀମାନଙ୍କର ନିର୍ଯାତନା ଦିନକୁ ଦିନ ବଢୁଛି। ଗୋଟିଏ ଦିନରେ ଚାରି ୪ଟି ଗଣବଳାତ୍କାର ଓ ହତ୍ୟା ଘଟଣା ଘଟିଛି। ଅପରାଧୀମାନଙ୍କୁ ଏହି ସରକାର ସୁରକ୍ଷା ଦେଉଛି। ରାଜ୍ୟରେ ମୋହନ ସରକାର ସମ୍ପୂର୍ଣ୍ଣ ବିଫଳ ହେଇଛି ବୋଲି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଗଭୀର କ୍ଷୋଭ ପ୍ରକାଶ କରି କହିଛନ୍ତି।

ଗୁରୁବାର କଂଗ୍ରେସ ପକ୍ଷରୁ ଜୟଦେବ ଜେନାଙ୍କ ନେତୃତ୍ୱରେ ଜିଲାର ବରିଷ୍ଠ କଂଗ୍ରେସ ନେତାମାନେ କେନ୍ଦୁଝର ଜିଲା ହରିଚନ୍ଦନପୁରର ବ୍ଲକର ପଣ୍ଡାପଡ଼ା ଥାନା ଅନ୍ତର୍ଗତ ତେନ୍ତଳାପଶି ଗ୍ରାମର ଗଣବଳାତ୍କାର ଓ ହତ୍ୟା ହୋଇଥିବା ଆଦିବାସୀ ନାବାଳିକା ଘରକୁ ଯାଇଥିଲେ। ସେଠାରେ ନାବାଳିକାଙ୍କ ପରିବାର ଓ ଗ୍ରାମର ଅଧିବାସୀମାନଙ୍କ ପାଖରୁ ଘଟଣା ସମ୍ପର୍କ ପଚାରି ବୁଝିଥିଲେ। ଗତ ୧୬ତାରିଖ ରାତିରେ ଏହି ଘଟଣା ଘଟିଥିଲା। ଏହି କଂଗ୍ରେସ ପ୍ରତିନିଧି ଦଳ ଆଜି ଘଟଣାସ୍ଥଳ ଯାଇ ସ୍ତମ୍ଭୀଭୂତ ହେଲା। ଅତି ଗରିବ ପରିବାରର ଝିଅକୁ ଏପରି ନିର୍ମମ ଭାବେ ହତ୍ୟା କରି ଗଣବଳାତ୍କାର କରାଯାଇଛି ଯାହା ଘୋର ନିନ୍ଦନୀୟ। ଗୋଟେ ନାବାଳିକା ଝିଅକୁ ଘର ପାଖରୁ ଅଧ କିଲୋମିଟର ଦୂର ନେଇ ରାତିରେ ମିଶି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ତେଣୁ ଏହି ସମସ୍ତ ଦୋଷୀଙ୍କୁ ଧରିବାକୁ ସେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାର ଲୋକ ହୋଇ ଚୁପଚାପ ବସିଛନ୍ତି କଣ ପାଇଁ ? ଅତି ଶୀଘ୍ର ନିରପେକ୍ଷ କ୍ରାଇମ ବ୍ରାଞ୍ଚ କିମ୍ବା ସିବିଆଇ ତଦନ୍ତ କରାଇ ଦୋଷୀମାନଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ଦାବି କରିଛନ୍ତି।ମୃତ ନାବାଳିକା ପରିବାରକୁ ଅତି କମ୍‌ରେ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯାଉ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୁରନ୍ତ ନିଜ ଜିଲାର ଏହି ଗୁରୁତର କଥା ନେଇ ମୁହଁ ଖୋଲିବାକୁ ସେ ଦାବି କରାଯାଇଛି।

ଏ ବାବଦରେ ଆଜି ମଧ୍ୟ ଭୁବନେଶ୍ୱରରେ ପିସିସି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଏ ଘଟଣା ପ୍ରତିବାଦରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସହିତ ଆଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହିତ ଜିଲା ସଦର ମହକୁମାଠାରେ ଆନ୍ଦୋଳନ କରାଯିବ ବୋଲି ଜେନା ଚେତାବନୀ ଦେଇଛନ୍ତ।

ଏହି କଂଗ୍ରେସ ଟିମ୍‌ରେ ପୂର୍ବତନ ଏମ୍‌ପି ତଥା ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ଯଶୋବନ୍ତ ସିଂ ଲାଗୁରି, ଜିଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡା, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ମହିଳା କଂଗ୍ରେସ ରାଜ୍ୟ ଉପସଭାନେତ୍ରୀ ସଂଗୀତା ସିଂହ, ପିସିସି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, ବରିଷ୍ଠ କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ମହାନ୍ତି, ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଘଟଗାଁ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ନାୟକ, ବରିଷ୍ଠ ଆଦିବାସୀ ନେତା ବୃନ୍ଦାବନ ନାୟକ, କଂଗ୍ରେସ ନେତା ସୁରଥ ଚନ୍ଦ୍ର ସାହୁ, ଲଳିତ ମୋହନ ନାୟକ, ରତ୍ନାକର ଜେନା, ହାଡ଼ିବନ୍ଧୁ ଖୁଣ୍ଟିଆ, ପ୍ରମୋଦ ବେହେରା, ଦିଲ୍ଲୀପ ସାହୁ, ସୁଢଳ କୁମାର ସେଠୀ, ରାଜକିଶୋର ବାରିକ, ଆର୍ତ୍ତତ୍ରାଣ ବେହେରା, ଅଜୟ ବାବୁ, ବିରଞ୍ଚି ଭୁଲ ଗାଁଏ ଓ ବୁଲୁ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri