ସରକାର ବାଣ୍ଟିଲେଣି ଅଢ଼େଇ ଲକ୍ଷରୁ ଅଧିକ ପକ୍କା ଘର, ଏମିତି କହିଦେଲେ ମନ୍ତ୍ରୀ 

ଭୁବନେଶ୍ୱର,୨୪।୨: ବର୍ଷକରେ ସରକାର ବାଣ୍ଟିଲେଣି ଅଢ଼େଇ ଲକ୍ଷରୁ ଅଧିକ ପକ୍କା ଘର। ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି। ୨୦୨୪-୨୫ ମଧ୍ୟରେ ୨ ଲକ୍ଷ ୮୧ ହଜାର ପରିବାରକୁ ପକ୍କା ଘର ମଞ୍ଜୁର ହୋଇଛି। ୩୦୬ ଭୂମିହୀନ ପରିବାରଙ୍କୁ ଜମି ପ୍ରଦାନ କରାଯାଇଛି।
ଅନ୍ୟପକ୍ଷେ ଅନ୍ତ୍ୟୋଦ୍ୱୟ ଗୃହ ଯୋଜନରେ ଏବେ ସୁଦ୍ଧା ୧.୫୮ ଲକ୍ଷ ପରିବାରକୁ ପକ୍କାଘର ଯୋଗାଇ ଦିଆଯାଇଛି। PM  ଆବାସ ଯୋଜନାରେ ୨୮ ଲକ୍ଷ ୭ ହଜାର ପରିବାର କପକ୍କା ଘରୁ ମିଳିଛି । ଆବାସ ପ୍ଲସ ସର୍ଭେରେ ୩୭. ୮୯ ଲକ୍ଷ ପରିବାର ପକ୍କା ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
Dharitri – Odisha’s No.1 Odia Daily

Share