ସରକାରୀ କର୍ମଚାରୀଙ୍କୁ ଅଫିସ ମନା

ଭୁବନେଶ୍ୱର, ୯।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ୫୦୦ରୁ ଅଧିକ ମାମଲା ଦୃଷ୍ଟିକୁ ଆସୁଛି। ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜନେତାମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେବାକୁ ଲାଗିଲେଣି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା ଆରମ୍ଭ କରିଛନ୍ତି। ଆସନ୍ତା ୩୧ ପର୍ଯ୍ୟନ୍ତ ସରକାରୀ କର୍ମଚାରୀମାନେ ଭୁବନେଶ୍ୱରରେ ରହିଥିବା ନିଜସ୍ବ ଅଫିସ ଆସିପାରିବେ ନାହିଁ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ କଟକ ମହାନଗର ଏବଂ ଖୋର୍ଦ୍ଧା ପୌରାଞ୍ଚଳକୁ ଛାଡି ଅନ୍ୟ ସ୍ଥାନରୁ ଆସୁଥିବା ସରକାରୀ କର୍ମଚାରୀମାନଙ୍କୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଥିବା ବିଭିନ୍ନ ସରକାରୀ ଅଫିସକୁ ନ ଆସିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେହିପରି କୋଭିଡ୍‌-୧୯ ମାର୍ଗଦର୍ଶିକା ଆଧାରରେ ରାଜଭବନକୁ ୩୧ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଆବଶ୍ୟକସ୍ଥଳେ ଟେଲିଫୋନ୍‌/ଫ୍ୟାକ୍ସ/ଇମେଲରେ ଯୋଗାଯୋଗ କରିବାକୁ ରାଜଭବନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ରାଜଧାନୀର ଦୁଇଟି ଆର୍‌ଟିଓ କାର୍ଯ୍ୟାଳୟ( ୧ ଏବଂ ୨)କୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଯେହେତୁ ମଙ୍ଗଳବାର ଆର୍‌ଟିଓ ୧ କାର୍ଯ୍ୟାଳୟର ୩ଜଣ କର୍ମଚାରୀଙ୍କ କରୋନା ପଜିଟିଭ ଚିହ୍ନଟ ହେଲା, ଏହାପରେ ସେମାନଙ୍କ ସହ ଅନ୍ୟ ଅଧିକାରୀମାନେ ମିଶିଥିବା ଆଶଙ୍କାରେ ବନ୍ଦ କରାଯାଇଛି। ସେହିପରି ଉଭୟ ଆର୍‌ଟିଓ କାର୍ଯ୍ୟାଳୟକୁ ମଧ୍ୟ ସାନିଟାଇଜ କରାଯାଉଛି।
କିଛିଦିନ ତଳେ ସାଧାରଣ ଲୋକମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ ଲାଗି ବାରଣ କରାଯାଇଥିଲା । ସେହିପରି ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ କାର୍ଯ୍ୟ କରିବାକୁ ଘୋଷଣା ହୋଇଥିଲା। ବର୍ତ୍ତମାନ ଅଫିସରଙ୍କ ଅଫିସ ଆସିବା ଉପରେ ସରକାର କଟକଣା ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଗ୍ୟ ପରଖିବେ ୨ ମହାରଥୀ

ଖଇରା, ୨୬ ।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ୩ନଂ. ଜୋନର ଭୋଟ ଗଣତି କାର୍ଯ୍ୟ ଶନିବାର ଖଇରା ମହାବିଦ୍ୟାଳୟ ପରିସରରେ କରାଯିବାକୁ ସବୁପ୍ରକାର ବନ୍ଦୋବସ୍ତ...

କୁଷ୍ଠ ଯନ୍ତ୍ରଣାରେ କଲବଲ କାଳିଆ

ଢେଙ୍କାନାଳ ଅଫିସ, ୩।୭ ଚିକିତ୍ସା ବିଜ୍ଞାନର ଚମତ୍କାରିତା ପରେ କୁଷ୍ଠ ଆଉ ଦୁରାରୋଗ୍ୟ ବ୍ୟାଧି ହୋଇ ରହିନାହିଁ। କୁଷ୍ଠରୋଗୀଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବାକୁ ସରକାର...

ବିଜୁ ଜୟନ୍ତୀରେ ମିନି ମାରାଥନ

ଭୁବନେଶ୍ୱର,୫।୩(ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଗୁରୁବାର ଜୟନ୍ତୀ ଉପଲକ୍ଷେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଏହି ଅବସରରେ ସକାଳେ ଭୁବନେଶ୍ୱରରେ ଏକ ମିନି...

ଏନ୍‌ଆର୍‌ଏଲ୍‌ ଜମି ଅଧିଗ୍ରହଣରେ ଭିନ୍ନତା

ପାରାଦୀପ,୬ା୭(ସ୍ବ.ପ୍ର.): ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ ପୋର୍ଟ ସିଟି (ଏସ୍‌ଆଇପିସି) ଯୋଜନାରେ ପାରାଦୀପ ବନ୍ଦର ଜାଗାରେ ୪ଟି ନୂତନ ପ୍ରକଳ୍ପ ନିର୍ମାଣ ଚାଲିଛି। ସେଗୁଡିକ ହେଲା ଏନ୍‌ଆର୍‌ଏଲ (ନୁମାଲିଗଡ...

ବାରବାଟୀରେ ଖେଳାଯିବ ଟି-ଟ୍ବେଣ୍ଟି!

କଟକ ଅଫିସ,୪।୨: ଆସନ୍ତା ଜୁନ୍‌ରେ ବାରବାଟୀରେ ଦକ୍ଷିଣ ଆଫ୍ରିକା-ଭାରତ ଟି-ଟ୍ବେଣ୍ଟି ମ୍ୟାଚ୍‌ ଖେଳାଯିବ। ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ବାରବାଟୀରେ ମ୍ୟାଚ କରାଇବା...

ସମ୍ବଲପୁରରେ ରାସେଶ୍ୱରୀ ଆଗୁଆ

ସମ୍ବଲପୁର,୨୩।୫: ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସମ୍ବଲପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଡା. ରେସେଶ୍ୱରୀ ପାଣିଗ୍ରୀହୀ ଆଗୁଆ ରହିଛନ୍ତି। ରାସେଶ୍ୱରୀ ୫୩୪୩ ଭୋଟ...

ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍‌, ୨ ସପ୍ତାହ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୨।୭(ବ୍ୟୁରୋ): କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ  ନୋଟିସ୍‌। ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ଏହି କାରଣ...

୭ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୯ା୭(ବ୍ୟୁରୋ)- ଦକ୍ଷିଣ ଓଡିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର,...

Advertisement
Archives

Model This Week