ଲକ୍ଷାଧିକ ଟଙ୍କା ଲୁଟିନେଲେ ସରକାରୀ କର୍ମଚାରୀ, ଅଞ୍ଚଳରେ ଚାଞ୍ଚଲ୍ୟ

ଗଜପତି,୨୮।୧୧(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗାରାବନ୍ଧ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ଛକ ନିକଟରେ ଚଳିତ ମାସ ନଭେମ୍ବର ୩ ତାରିଖ ରାତ୍ର ୧୦. ୩୦ ସମୟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟପାଟ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଗାରାବନ୍ଧ ପୋଲିସ । ଏହି ଲୁଟେରାଙ୍କ ମଧ୍ୟରେ ଜଣେ ସରକାରୀ କର୍ମଚାରୀ ଥିବାନେଇ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଘଟଟଣାରୁ ପ୍ରକାଶ ଯେ, ଚଳିତ ମାସ ନଭେମ୍ବର ୩ ତାରିଖରେ ଏକ ସ୍କୁଟି ଯୋଗେ କାଜୁ ବ୍ୟବସାୟରେ ନିବେଶ ହୋଇଥିବା ଲକ୍ଷାଧିକ ଟଙ୍କା ଧରି ମାଛମରା ଗ୍ରାମର ସୁରେଶ ନାଇଡୁ ନାମକ ବ୍ୟକ୍ତି ଆସୁଥିବାବେଳେ ଲୁଟେରା ଦଳ ପୂର୍ବରୁ ଛକି ମରଣାନ୍ତକ ଆକ୍ରମଣ କରି ଟଙ୍କା ଧରି ଫେରାର୍‌ ହୋଇଯାଇଥିଲେ । ସୁରେଶ ନାଇଡୁଙ୍କୁ ଅଟକାଇ ଦୁର୍ବୃତ୍ତମାନେ ପ୍ରଥମେ ନିସ୍ତୁକ ମାଡ ମାରିବା ସହ ଏକ କାତିରେ ଚୋଟ ମାରିଥିଲେ । ସୌଭାଗ୍ୟବସତଃ କାତି ଚୋଟଟି ସୁରେଶଙ୍କ ଶରୀରରେ ନବାଜି ତାଙ୍କ ସ୍କୁଟିର ସମ୍ମୁଖ ଭାଗରେ ବାଜିଥିଲା । ଏହାପରେ ସ୍କୁଟି ଡିକି ଚାବି ମାଗିଥିଲେ । ଏଥିରେ ସୁରେଶ ଅମଙ୍ଗ ହୋଇ ନିଜ ହାତରେ ଜାବୁଡି ଧରିଥିଲେ । ତେବେ ଦୁର୍ବୃତ୍ତମାନେ ଚାବି ଛଡାବାକୁ ଯାଇ ସୁରେଶଙ୍କ ଦୁଇ ହାତକୁ କାଠଫାଳିଆରେ ମାରି ହାତ ଏବଂ ଆଙ୍ଗୁଠି ଗୁଡିକ ଭାଙ୍ଗିଦେଇ ଚାବି ଛଡାଇ ନେଇଥିଲେ । ଏହାପରେ ସ୍କୁଟିର ଡିକି ଖୋଲି ଥିବା ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ । ତେବେ ସୁରେଶଙ୍କ ସହିତ ଅନ୍ୟ ଦୁଇ ଜଣ ଏପରି ଘଟଣା ଦେଖି ଘଟଣାସ୍ଥଳରୁ ଭୟଭୀତ ହୋଇ ଚମ୍ପଟ ମାରିଥିବାର ସେତେବେଳେ ପୋଲିସ ଆଗରେ ସ୍ବୀକାର କରିଥିବାର ଜଣାପଡିଛି ।

ଘଟଣାକୁ ନେଇ ଗାରାବନ୍ଧ ଥାନାରେ ଏମଏସ ପୁରର ପି.ରାମାରାଓ ଲିଖିତ ଅଭିଯୋଗ କରିଥିଲେ । ଯାହାକୁ ନେଇ ଗାରାବନ୍ଧ ଥାନାରେ ୯୨/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା । ଲୁଟେରାଙ୍କୁ ଧରିବାପାଇଁ ଥାନା ଅଧିକାରୀ ପ୍ରଶାନ୍ତ ନିସିକାଙ୍କ ତତ୍ବାବଧାନରେ ବିଭିନ୍ନ ଟିମ ଗଠନ କରାଯାଇ ତଦନ୍ତ ଓ ଚଢାଉ କରାଯାଇଥିଲା । ତେବେ ଆଜି ଉଭୟଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି । ଗିରଫ ଲୁଟେରା ମାନେ ହେଉଛନ୍ତି ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁରୁଷ ସ୍ବାସ୍ଥ୍ୟ କର୍ମଚାରୀ ବାବୁଲା ଜେନା (୪୨) ଏବଂ ଗୁରାଣ୍ଡି ଗ୍ରାମର ଗଣେଶ ବିଶୋଇ (୪୦) ବୋଲି ଜଣାପଡିଛି । ଉଭୟ ଅଭିଯୁକ୍ତଙ୍କ ନିକଟରୁ ପୃଥକ ପୃଥକ ଭାବେ ୧ଲକ୍ଷ ଟଙ୍କା ଲେଖାଏଁ ଜବତ କରାଯାଇଥିବା ବେଳେ ତିନିଗୋଟି ମୋବାଇଲ ଫୋନ, ଗୋଟିଏ ମୋଟର ସାଇକେଲ ଜବତ ହୋଇଥିବା ଏବଂ ଘଟଣାକୁ ନେଇ ଅଧିକା ତଦନ୍ତ ଜାରୀ ରହିଥିବାର ଥାନା ଅଧିକାରୀ ଶ୍ରୀ ନିସିକା ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପୂର୍ୱରୁ ICCର ନିଷ୍ପତ୍ତିକୁ ନେଇ ହଇଚଇ; ଭାରତ ଛାଡିବାକୁ ଜିଦ୍‌ ଧରିଲେଣି ଏହି ଖେଳାଳି

ନୂଆଦିଲ୍ଲୀ,୮।୩: ୨୦୨୬ ଟି୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ, ଭାରତରେ…

ନିଜର ସେବା ଜରିଆରେ ନିଆରା ଉଦାହରଣ ସୃଷ୍ଟି କରିଥିଲେ ଡା. ନାରାୟଣୀ ପଣ୍ଡା: ମହିଳା ଦିବସରେ ବୁଜିଲେ ଆଖି

ସମ୍ବଲପୁର,୮।୩(ପ୍ରମୋଦ ବହିଦାର): ସମ୍ବଲପୁରର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଜଣାଶୁଣା ସମାଜସେବୀ ଡା. ନାରାୟଣୀ ପଣ୍ଡାଙ୍କର ରବିବାର ପୂର୍ବାହ୍ନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

ଫାଇନାଲ ପୂର୍ବରୁ ଅଚାନକ ରିଟାୟର ଘୋଷଣା କଲେ ଏହି ଖେଳାଳି, କ୍ରିକେଟ ଜଗତରେ ହଇଚଇ!

ନୂଆଦିଲ୍‌ଲୀ,୮।୩: ନ୍ୟୁଜିଲାଣ୍ଡର ଷ୍ଟାର ଫାଷ୍ଟ ବୋଲର ଲିଆ ତାହୁହୁ ODI ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ କିୱି ଦଳର ଜଣେ ସଫଳ ଫାଷ୍ଟ ବୋଲର। ୨୦୨୬ରେ…

ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି

ଭୁବନେଶ୍ୱର,୮।୩ ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଆସିବ ସୁଭଦ୍ରା କିସ୍ତି। ହିତାଧିକାରୀଙ୍କ ଆକାଣ୍ଟକୁ ଯିବ ଯୋଜନାର ଚତୁର୍ଥ କିସ୍ତି। ଉପକୃତ ହେବେ ରାଜ୍ୟର କୋଟିଏ ୨ ଲକ୍ଷରୁ…

ଟି-୨୦ ଫାଇନାଲ ଭାରତୀୟ ଅଧିନାୟକଙ୍କ ପାଇଁ ସତର୍କ ଘଣ୍ଟି! ସୂର୍ଯ୍ୟଙ୍କ ଶେଷ ହୋଇଯିବ…

ନୂଆଦିଲ୍‌ଲୀ,୮।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଟିମ ଇଣ୍ଡିଆ ଇତିହାସ ରଚିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ଫାଇନାଲ…

ଧାମରା ରେଳପଥରେ ଅଘଟଣ: ଟ୍ରେନରେ କଟିଗଲେ ଯୁବକ

ତିହିଡି଼,୮।୩(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥରେ ତିହିଡି଼ ଥାନା ଦୋଳସାହି ପଞ୍ଚାୟତ ଅଧୀନ ଗାଜିପୁର ନିକଟରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ରେଳପଥରେ ଟ୍ରେନରେ କଟି…

IND VS NZ: ଫାଇନାଲ ମ୍ୟାଚ ଉପରେ ୪,୫୦୦ ପୋଲିସ କର୍ମଚାରୀଙ୍କ ସହ ନଜର ରଖିବ ୩୦୦ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ନରେନ୍ଦ୍ର ମୋଦି ଷ୍ଟାଡିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri