ଲକ୍ଷାଧିକ ଟଙ୍କା ଲୁଟିନେଲେ ସରକାରୀ କର୍ମଚାରୀ, ଅଞ୍ଚଳରେ ଚାଞ୍ଚଲ୍ୟ

ଗଜପତି,୨୮।୧୧(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗାରାବନ୍ଧ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ଛକ ନିକଟରେ ଚଳିତ ମାସ ନଭେମ୍ବର ୩ ତାରିଖ ରାତ୍ର ୧୦. ୩୦ ସମୟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟପାଟ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଗାରାବନ୍ଧ ପୋଲିସ । ଏହି ଲୁଟେରାଙ୍କ ମଧ୍ୟରେ ଜଣେ ସରକାରୀ କର୍ମଚାରୀ ଥିବାନେଇ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଘଟଟଣାରୁ ପ୍ରକାଶ ଯେ, ଚଳିତ ମାସ ନଭେମ୍ବର ୩ ତାରିଖରେ ଏକ ସ୍କୁଟି ଯୋଗେ କାଜୁ ବ୍ୟବସାୟରେ ନିବେଶ ହୋଇଥିବା ଲକ୍ଷାଧିକ ଟଙ୍କା ଧରି ମାଛମରା ଗ୍ରାମର ସୁରେଶ ନାଇଡୁ ନାମକ ବ୍ୟକ୍ତି ଆସୁଥିବାବେଳେ ଲୁଟେରା ଦଳ ପୂର୍ବରୁ ଛକି ମରଣାନ୍ତକ ଆକ୍ରମଣ କରି ଟଙ୍କା ଧରି ଫେରାର୍‌ ହୋଇଯାଇଥିଲେ । ସୁରେଶ ନାଇଡୁଙ୍କୁ ଅଟକାଇ ଦୁର୍ବୃତ୍ତମାନେ ପ୍ରଥମେ ନିସ୍ତୁକ ମାଡ ମାରିବା ସହ ଏକ କାତିରେ ଚୋଟ ମାରିଥିଲେ । ସୌଭାଗ୍ୟବସତଃ କାତି ଚୋଟଟି ସୁରେଶଙ୍କ ଶରୀରରେ ନବାଜି ତାଙ୍କ ସ୍କୁଟିର ସମ୍ମୁଖ ଭାଗରେ ବାଜିଥିଲା । ଏହାପରେ ସ୍କୁଟି ଡିକି ଚାବି ମାଗିଥିଲେ । ଏଥିରେ ସୁରେଶ ଅମଙ୍ଗ ହୋଇ ନିଜ ହାତରେ ଜାବୁଡି ଧରିଥିଲେ । ତେବେ ଦୁର୍ବୃତ୍ତମାନେ ଚାବି ଛଡାବାକୁ ଯାଇ ସୁରେଶଙ୍କ ଦୁଇ ହାତକୁ କାଠଫାଳିଆରେ ମାରି ହାତ ଏବଂ ଆଙ୍ଗୁଠି ଗୁଡିକ ଭାଙ୍ଗିଦେଇ ଚାବି ଛଡାଇ ନେଇଥିଲେ । ଏହାପରେ ସ୍କୁଟିର ଡିକି ଖୋଲି ଥିବା ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ । ତେବେ ସୁରେଶଙ୍କ ସହିତ ଅନ୍ୟ ଦୁଇ ଜଣ ଏପରି ଘଟଣା ଦେଖି ଘଟଣାସ୍ଥଳରୁ ଭୟଭୀତ ହୋଇ ଚମ୍ପଟ ମାରିଥିବାର ସେତେବେଳେ ପୋଲିସ ଆଗରେ ସ୍ବୀକାର କରିଥିବାର ଜଣାପଡିଛି ।

ଘଟଣାକୁ ନେଇ ଗାରାବନ୍ଧ ଥାନାରେ ଏମଏସ ପୁରର ପି.ରାମାରାଓ ଲିଖିତ ଅଭିଯୋଗ କରିଥିଲେ । ଯାହାକୁ ନେଇ ଗାରାବନ୍ଧ ଥାନାରେ ୯୨/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା । ଲୁଟେରାଙ୍କୁ ଧରିବାପାଇଁ ଥାନା ଅଧିକାରୀ ପ୍ରଶାନ୍ତ ନିସିକାଙ୍କ ତତ୍ବାବଧାନରେ ବିଭିନ୍ନ ଟିମ ଗଠନ କରାଯାଇ ତଦନ୍ତ ଓ ଚଢାଉ କରାଯାଇଥିଲା । ତେବେ ଆଜି ଉଭୟଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି । ଗିରଫ ଲୁଟେରା ମାନେ ହେଉଛନ୍ତି ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁରୁଷ ସ୍ବାସ୍ଥ୍ୟ କର୍ମଚାରୀ ବାବୁଲା ଜେନା (୪୨) ଏବଂ ଗୁରାଣ୍ଡି ଗ୍ରାମର ଗଣେଶ ବିଶୋଇ (୪୦) ବୋଲି ଜଣାପଡିଛି । ଉଭୟ ଅଭିଯୁକ୍ତଙ୍କ ନିକଟରୁ ପୃଥକ ପୃଥକ ଭାବେ ୧ଲକ୍ଷ ଟଙ୍କା ଲେଖାଏଁ ଜବତ କରାଯାଇଥିବା ବେଳେ ତିନିଗୋଟି ମୋବାଇଲ ଫୋନ, ଗୋଟିଏ ମୋଟର ସାଇକେଲ ଜବତ ହୋଇଥିବା ଏବଂ ଘଟଣାକୁ ନେଇ ଅଧିକା ତଦନ୍ତ ଜାରୀ ରହିଥିବାର ଥାନା ଅଧିକାରୀ ଶ୍ରୀ ନିସିକା ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

ଚା’ ବଦଳରେ ସକାଳୁ ଏଥିରୁ ପିଅନ୍ତୁ ଗୋଟିଏ ଗ୍ଲାସ, ଉପକାରିତା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟଙ୍କ ସକାଳ ଗରମ ଚା’ ସହିତ ଆରମ୍ଭ ହୁଏ। ତଥାପି, ଖାଲି ପେଟରେ ଚା ପିଇବା ସ୍ବାସ୍ଥ୍ୟକର ନୁହେଁ। ଯଦି ଆପଣ ଏକ...

ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହେଲା ନମ୍ବର ବିହୀନ ସ୍କର୍ପିଓ ଗାଡ଼ି, ଘଟଣାସ୍ଥଳରେ ନଥିଲେ କେହି…

ମୋହନା, ୨୦।୧( ମନ୍ମଥ ମିଶ୍ର ): ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହେଲା ନମ୍ବର ବିହୀନ ସ୍କର୍ପିଓ ଗାଡ଼ି। ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ନିକଟ...

US Tariff:‘ପଦ ଛାଡିବେ ଫ୍ରାନ୍ସ ରାଷ୍ଟ୍ରପତି’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୨୦।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫରାସୀ ମଦ ଏବଂ ସାମ୍ପେନ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି...

ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି: ସାମିଲ ହେଲେ ଏସବୁ ନେତା…

ଭୁବନେଶ୍ୱର,୨୦।୧: ବିଜେଡିରେ ହେବ କି ବଡ଼ ପରିବର୍ତ୍ତନ? ବୈଠକ ପରେ ବୈଠକ ବସୁଛି। ଇତି ମଧ୍ୟରେ ମଙ୍ଗଳବାର ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ବାସଭବନରେ ଯାଜପୁର ନେତାଙ୍କ...

ପ୍ରମିଳାଙ୍କ ଘରେ ଏମିତି କ’ଣ ହେଲା? ନବୀନ ନିବାସ ମୁହାଁ ହେଲେ ବରିଷ୍ଠ ନେତା, ରାଜନୀତି ହଲଚଲ

ଭୁବନେଶ୍ୱର,୨୦।୧: ନବୀନ ନିବାସରେ ବଡ଼ ହଲଚଲ। ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚିଛନ୍ତି। ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି ପରେ ଅଚାନକ ନବୀନ ନିବାସରୁ...

ପ୍ରମିଳାଙ୍କ ଘରେ ବୈଠକ ପରେ ପ୍ରୀତିରଞ୍ଜନ ଘଡ଼ାଇଙ୍କ ବିସ୍ଫୋରଣ, କହିଲେ ନିଜକୁ ବାଘ…

ଭୁବନେଶ୍ବର, ୨୦|୧ : ପ୍ରମିଳା ମଲ୍ଲିକଙ୍କ ଘରେ ପୁଣିଥରେ ଯାଜପୁର ବିଜେଡି ନେତାଙ୍କ ମେଳି ଦେଖିବାକୁ ମିଳିଛି । ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ପ୍ରୀତିରଞ୍ଜନ...

ବରଗଡ଼ରେ କଂଗ୍ରେସର ଚାଷୀ ସମାବେଶ: ଧାନବିକ୍ରି ଅବ୍ୟବସ୍ଥା ନେଇ ସରକାରଙ୍କ ବିରୋଧରେ ଗର୍ଜିଲେ…

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ):  ରାଜ୍ୟରେ ଖରିଫ୍ ଧାନବିକ୍ରି ବ୍ୟବସ୍ଥା ବାଟବଣା ହୋଇ ପଡିଛି। ଟୋକନ କଟକଣା, ଧାନ ଉଠାଣରେ ଶିଥିଳତା, କଟନୀଛଟନୀ ଆଦି ସମସ୍ୟା ଯୋଗୁ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri