ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ସରକାର: ହଇଜା, ମ୍ୟାଲେରିଆ, ଡେଙ୍ଗୁ ଜଗ

ଭୁବନେଶ୍ୱର,୨୫।୭: ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିଲା ବେଳେ ହଇଜା, ମ୍ୟାଲେରିଆ, ଡେଙ୍ଗୁ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ସମସ୍ତ ଜିଲାପାଳ, ମୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଦିନରେ ହଇଜାରେ ପ୍ରାୟ ୧୦ ବର୍ଷରୁ କମ୍ ଶିଶୁ ମୃତ୍ୟୁହାରରେ ପ୍ରାୟ ୧୦% ଯୋଗଦାନ କରିଥାନ୍ତି। ଯାହାକୁ ନେଇ ସରକାର ସତର୍କ ରହିଛନ୍ତି। ତେଣୁ ଏହାକୁ କିପରି ରୋକାଯାଇ ପାରିବ ଏବଂ ଔଷଧ ପ୍ରଦାନ କରିବା ସହ ପିଲାଙ୍କୁ ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ପ୍ରଦାନ କରିବାକୁ ଗୁରୁତ୍ୱ ଦିଆଯାଇଛି।

ପ୍ରତିବର୍ଷ ମୌସୁମୀ ସମୟରେ ହଇଜାରେ ପଡ଼ି ଅନେକ ଶିଶୁ ମୃତ୍ୟୁ ବରଣ କରୁଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଶିଶୁ ମୃତ୍ୟୁ ହାରକୁ କମାଇବା ପାଇଁ ଇଣ୍ଟେନ୍ସିଫାଏଡ୍ ଡାଇରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସରକାରଙ୍କ ପକ୍ଷରୁ କରାଯାଏ। ଚଳିତ ବର୍ଷ ଏହି ଅଭିଯାନକୁ ‘ଷ୍ଟପ୍ ଡାଇରିଆ’ ଅଭିଯାନ ନାମରେ ନାମିତ କରାଯାଇଛି।

ମୌସୁମୀ ସମୟରେ ରାଜ୍ୟରେ ଡାଇରିଆ ଏବଂ ମଶା, ମାଛି ଦ୍ୱାରା ବ୍ୟାପୁଥିବା ରୋଗ ଯଥା ମ୍ୟାଲେରିଆ, ହଇଜା, ଡେଙ୍ଗୁ, ଯକ୍ଷ୍ମା ଏବଂ କୁଷ୍ଠ ରୋଗର ଚିହ୍ନଟ ରୋଗୀଙ୍କ ଚିକିତ୍ସା ଏବଂ ଗର୍ଭବତୀ ମହିଳାମାନଙ୍କ ପାଇଁ ପରୀକ୍ଷା କରାଯାଇନଥିବା ମାମଲା ଏବଂ ଚିହ୍ନଟ ମାନଙ୍କୁ ଚିକିତ୍ସା ଯୋଗାଇବାକୁ ସରକାର ବିଭିନ୍ନ ପଦକ୍ଷେପ ନେଇଥାନ୍ତି।

ଏହାରି ମଧ୍ୟରେ ଗାଁ, ବସ୍ତି ଏବଂ ବିଦ୍ୟାଳୟ ସ୍ତରରେ ଅଶନ, ଏଡବ୍ଲୁଡବ୍ଲୁ ଏବଂ ଏଏନଏମ ମାନଙ୍କ ଦ୍ୱାରା ଲୋକମାନଙ୍କୁ ବୁଝାଇବା, ବିଦ୍ୟାଳୟରେ ହାତ ଧୋଇବା କାର୍ଯ୍ୟକ୍ରମ କରିବା ଏବଂ ଶିକ୍ଷାଗତ ସଚେତନତା କାର୍ଯ୍ୟକ୍ରମ କରିବା, ଏବଂ ପରିମଳ ଏବଂ ସ୍ୱଚ୍ଛତା ପାଇଁ ସଚେତନତା ସୃଷ୍ଟି କାର୍ଯ୍ୟକଳାପ, ସବୁ ସ୍ତରରେ ହାତ ଧୋଇବା ଭଳି ଉପାଦାନଗୁଡ଼ିକ ଉପରେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଚାଲିଛି। ଏଠାରେ ସମସ୍ତ ପରିବାରକୁ ପ୍ରୋଫାଇଲାକ୍ଟିକ୍ ଓଆରଏସ ପ୍ୟାକେଟ୍ ଏବଂ ଜିଙ୍କ ଟ୍ୟାବଲେଟ୍ ବଣ୍ଟନ (ଘର ପ୍ରତି ୨ ପ୍ୟାକେଟ୍ ଏବଂ ଘରର ପ୍ରତ୍ୟେକ ପାଞ୍ଚ ବର୍ଷରୁ କମ୍ ପିଲାଙ୍କ ପାଇଁ ୧ ପ୍ୟାକେଟ୍) ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେଇପାରନ୍ତି ଇଶାନ କିଶନ

ନୂଆଦିଲ୍ଲୀ,୧୭ା୩: ଭାରତର ବାମହାତୀ ବିସ୍ଫୋରକ ବ୍ୟାଟର ଇଶାନ କିଶନ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱ ନେଇପାରନ୍ତି। ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ…

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

ପାକିସ୍ତାନ ଉପରେ ନିଆଁବାଣ ହେଲା ଭାରତ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଲା ଦାବି

ଇସଲାମାବାଦ୍‌,୧୭।୩: ପାକିସ୍ତାନ ଦ୍ୱାରା ହୋଇଥିବା କଥିତ ବିମାନ ଆକ୍ରମଣରେ କାବୁଲରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣା…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ ମଧ୍ୟ ମ୍ୟାଟରନିଟି ଲିଭ୍ ପାଇବା ହକଦାର

ନୂଆଦିଲ୍ଲୀ,୧୭।୩: ସୁପ୍ରିମକୋର୍ଟ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା…

ଶୀଘ୍ର କରନ୍ତୁ ଏହି କାମ: ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ସରକାରଙ୍କ ଘୋଷଣା, ବାଧ୍ୟତାମୂଳକ ହେଲା…

ନୂଆଦିଲ୍ଲୀ,୧୭।୩: ସରକାର ସମସ୍ତ ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ବା eKYCକୁ ବାଧ୍ୟତାମୂଳକ କରିଛନ୍ତି। ସବସିଡି ଲାଭ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚିବା…

ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୧୯ ରୁ ୨୧ ପର୍ଯ୍ୟନ୍ତ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ରହିବେ। ଏହି ସମୟ ମଧ୍ୟରେ ସେ ଅଯୋଧ୍ୟା,…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ କାହିଁକି ଫାଇଟର ଜେଟ ବ୍ୟବହାର କରୁନାହିଁ ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ତେହରାନ୍‌,୧୭।୩: ଏବେବି ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି, ଯାହା ଏହାର ୧୮ ତମ ଦିନ ପୂରଣ କରୁଛି। ‘ଅପରେଶନ ଏପିକ ଫ୍ୟୁରି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri