ସରକାରୀ ବସ୍‌ଷ୍ଟାଣ୍ଡ୍‌, ମିଳୁନି ମୌଳିକ ସେବା: ଯାତ୍ରୀ ହଟହଟା

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକଶିତ ହେଉଛି। ରାସ୍ତାଘାଟ ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଡ୍ରେନ୍‌ ନିର୍ମାଣ କରାଯାଉଛି। ଏଥିପାଇଁ ଅନେକ ଗରିବ ଖଟିଖିଆ ଲୋକଙ୍କୁ ସେମାନଙ୍କ ଉଠା ଦୋକାନ, ଘର ହରାଇବାକୁ ପଡୁଛି। ଅନ୍ୟପଟେ ସହରରେ ଏଭଳି ସମସ୍ୟା ରହିଛି, ଯେଉଁଠି ବିକାଶର ବିକଳ ଚିତ୍ର ବାରି ହୋଇପଡୁଛି। ସହର ପେଣ୍ଠସ୍ଥଳୀରେ ରହିଥିବା ସରକାରୀ ବସ୍‌ଷ୍ଟାଣ୍ଡରୁ ଏହା ଜଳଜଳ ହୋଇ ଦିଶୁଛି। ବସଷ୍ଟାଣ୍ଡ ପରିସରରେ ଏକ ଶୌଚାଳୟ ରହିଛି। ତେବେ ତା’ର ରକ୍ଷଣାବେକ୍ଷଣ ତ ଦୂରର କଥା, ଶୌଚାଳୟର ସଫେଇ ମଧ୍ୟ ହେଉ ନାହିଁ। ଫଳରେ ନାକଫଟା ଗନ୍ଧ ଯୋଗୁ ଶୌଚାଳୟ ଭିତରକୁ ପଶିବା ଯାତ୍ରୀମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡୁଛି। ସେହିପରି ଶୌଚାଳୟର ପାରିପାର୍ଶ୍ୱିକ ଅଞ୍ଚଳ ମଧ୍ୟ ଅପରିଷ୍କୃତ ଭାବେ ପଡ଼ି ରହିଛି ଏବଂ ଏଥିପାଇଁ ନାନା ରୋଗ ଜୀବାଣୁର ଉପଦ୍ରବ ସହିତ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି। ତେବେ ଏହା ସ୍ଥାନୀୟ ଜନ ପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟିରେ ପଡୁନାହିଁ, ତାହା ନୁହେଁ। ସମସ୍ତଙ୍କ ଆଖି ଆଗରେ ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଛି। କିନ୍ତୁ ପ୍ରଶାସନିକ ଏବଂ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ସେହି ସମସ୍ୟା ଅସମାହିତ ହୋଇ ରହି ଯାଇଛି। ରାଜ୍ୟର ସର୍ବପୁରାତନ ବସଷ୍ଟାଣ୍ଡଗୁଡ଼ିକ ମଧ୍ୟରୁ ବରଗଡ଼ ସରକାରୀ ବସଷ୍ଟାଣ୍ଡ୍‌ ଅନ୍ୟତମ। ୧୯୫୨ ମସିହାରୁ ଏହା ପ୍ରତିଷ୍ଠିତ ହୋଇଛି। ଉକ୍ତ ବସଷ୍ଟାଣ୍ଡରେ ଦିନକୁ ଦିନ ଯାତ୍ରୀବାହୀ ବସ୍‌ ସଂଖ୍ୟା ବଢ଼ିଛି। ଯାତ୍ରୀମାନେ ଦୂରସ୍ଥାନକୁ ଯିବାରେ ସେହି ସୁବିଧା ପାଇ ପାରୁଛନ୍ତି ସତ। କିନ୍ତୁ ଏପର୍ଯ୍ୟନ୍ତ ବସଷ୍ଟାଣ୍ଡ୍‌ ପରିସରରେ କିଛି ନୂତନତା ଆସି ପାରି ନାହିଁ। ଅନ୍ୟପଟେ ବସଷ୍ଟାଣ୍ଡରେ ଯାତ୍ରୀମାନେ ସର୍ବନିମ୍ନ ମୌଳିକ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି) ଏଠାରେ ନିଜସ୍ବ ଶୌଚାଳୟ କିମ୍ବା ପାନୀୟଜଳ ବ୍ୟବସ୍ଥା କରିପାରି ନାହିଁ। ୨୦୦୯ରେ ତତ୍କାଳୀନ ବରଗଡ଼ ଏମ୍‌ପିଙ୍କ ଅନୁଦାନ ପାଣ୍ଠିରୁ ଶୌଚାଳୟ ଏବଂ ଥଣ୍ଡା ପାନୀୟଜଳ ପ୍ରକଳ୍ପ କରାଯାଇଥିଲା। ମାତ୍ର ବର୍ଷର ଅଧିକାଂଶ ସମୟ ଧରି ତାହା ଅଚଳ ହୋଇ ପଡ଼ିଥାଏ। ଏବେ ପାନୀୟଜଳ ପ୍ରକଳ୍ପ ଚାଲୁଛି, କିନ୍ତୁ ଶୌଚାଳୟର ଦୁରବସ୍ଥା କହିଲେ ନ ସରେ। ସଫେଇ ଅଭାବରୁ ଶୌଚାଳୟ ପରିସର ଅପରିଷ୍କୃତ ହୋଇ ପଡ଼ି ରହିଛି। ଏପରିକି ସେଠାରେ ଖାଲି କଫ ସିରପ୍‌ ବୋତଲ ମଧ୍ୟ ପଡ଼ିଥିବା ପରିଲକ୍ଷିତ ହେଉଛି। ଏହି ଦୃଷ୍ଟିରୁ ଯାତ୍ରୀଙ୍କ ସେବା ପାଇଁ ଉଦ୍ଦିଷ୍ଟ ଶୌଚାଳୟ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ।
ବସ ସଂଖ୍ୟା ବୃଦ୍ଧି ପାଇଥିବାରୁ ଉକ୍ତ ବସଷ୍ଟାଣ୍ଡରେ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଏହି ବସଷ୍ଟାଣ୍ଡରୁ ଗ୍ରାମାଞ୍ଚଳକୁ ଲକ୍ଷ୍ମୀ ବସ୍‌ ନିୟମିତ ଯାତାୟାତ କରୁଛି। ସେହିପରି ଜିଲା ତଥା ଜିଲା ବାହାରକୁ ମଧ୍ୟ ଅନେକ ବସ୍‌ ଯିବା ଆସିବା କରୁଛି। କେବଳ ସେତିକି ନୁହେଁ, ଏହି ବସଷ୍ଟାଣ୍ଡ୍‌ ଦେଇ ରାଜ୍ୟ ବାହାରକୁ ମଧ୍ୟ ଯାତ୍ରୀବାହୀ ବସ୍‌ ଚଳାଚଳ କରୁଛି। ହେଲେ ଏପର୍ଯ୍ୟନ୍ତ ଉକ୍ତ ବସଷ୍ଟାଣ୍ଡ ପରିସରର କିଛି ବିକାଶ ହୋଇପାରି ନାହିଁ ଏବଂ ସେଥିପାଇଁ ଯାତ୍ରୀମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଶୌଚାଳୟ ସମସ୍ୟା ନିତିଦିନିଆ ଘଟଣା। ତେବେ ବର୍ଷାଦିନେ ବସଷ୍ଟାଣ୍ଡର ସମସ୍ୟା ଆହୁରି ବଢ଼ି ଯାଏ। ଡ୍ରେନେଜ୍‌ ସୁବ୍ୟବସ୍ଥା ନ ଥିବା ଯୋଗୁ ସାମାନ୍ୟ ବର୍ଷାରେ ବସଷ୍ଟାଣ୍ଡ ଜଳାର୍ଣ୍ଣବ ହୋଇପଡ଼େ। ସେହିପରି ବସଷ୍ଟାଣ୍ଡରୁ ଉଚ୍ଚରେ ମୁଖ୍ୟରାସ୍ତା ଥିବାଯୋଗୁ ରାସ୍ତା ପାଣି ମଇଲା, ଆବର୍ଜନା ସହିତ ବସଷ୍ଟାଣ୍ଡକୁ ପଶିଥାଏ। ଫଳରେ ବସକୁ ଚଢ଼ିବା କିମ୍ବା ବସ୍‌ରୁ ଓହ୍ଲାଇବା ସମୟରେ ଯାତ୍ରୀମାନଙ୍କୁ ଖୁବ୍‌ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଦୀର୍ଘବର୍ଷରୁ ଏହି ସମସ୍ୟା ରହିଛି। ମାତ୍ର ଏଥପ୍ରତି ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ଆଖିବୁଜି ଦେଇଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

ପ୍ରଥମ ଦିନରେ ସିଂହାରିନି ଦଳ ବିଜୟୀ: ଆଜି ହେବ ଫାଇନାଲ ମୁକାବିଲା

ଗଞ୍ଜାମ,୩୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ସୋମବାର…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ରାଶନ ଦୋକାନରେ ପୁଣି ମିଳିବ କିରୋସିନ: ଶକ୍ତି ସଙ୍କଟ ମଧ୍ୟରେ କେଉଁ ରାଜ୍ୟକୁ ମିଳିଲା ଅନୁମୋଦନ ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୩: ଆଜି ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ୩୨ ତମ ଦିନ। ଏହା ଶକ୍ତି ଯୋଗାଣ ନେଇ ଚିନ୍ତାକୁ ଆହୁରି ଘନୀଭୂତ କରିଛି। ଏହି ଶକ୍ତି ସଙ୍କଟ ମଧ୍ୟରେ,…

ବେଲଗଛରେ ଛୁଲୁଥିଲା ବିଜେଡି ନେତାଙ୍କ ସ୍ତ୍ରୀଙ୍କ ମୃତଦେହ: ପୋଲିସ କଲା ଜବତ

ନୂଆପଡ଼ା,୩୧ା୩ (ମକାରୁ ବେମାଲ):ନୂଆପଡା ସହରର ମାତାଗୁଡି ପଡାସ୍ଥିତ ଏକ ବେଲଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ହେଲେ ପୂର୍ବତନ ଯୁବ ବିଜୁ ଜନତା…

ବିଧାୟିକା, ଅଧ୍ୟକ୍ଷଙ୍କ ପୁତ୍ତଳିକା ପୋଡ଼ି ବିକ୍ଷୋଭ: ଭାଜପା କହିଲା ଗୁଣ୍ଡାରାଜ କଥା ଆସିଲାବେଳକୁ ବିଜେଡି…

କେସିଙ୍ଗା,୩୧।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନମଣ୍ଡଳୀର ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷ ମୁନା ମହାନ୍ତି ତହସିଲଦାରଙ୍କୁ ଧମକ ଦେବା…

ହର୍ମୁଜରେ ଏବେ ଟିକସ ଆଦାୟ କରିବ ଇରାନ, ସଂସଦରେ ଆଇନକୁ ମିଳିଲା ମଞ୍ଜୁରୀ

ତେହରାନ,୩୧।୩: ଇରାନ ସହିତ ସଂଘର୍ଷ ପରିପ୍ରେକ୍ଷୀରେ, ଯାହା ଡରାଉ ଥିଲା ତାହା ହିଁ ଘଟିଛି। ଇରାନର ସଂସଦ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ଉପରେ ଟୋଲ ଲାଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri