ସରକାରୀ ବସ୍‌ରେ  ପଇସା ନେଇ ଦେଉନାହାନ୍ତି ଟିକେଟ: କି ଫେରେଉନାହାନ୍ତି ଖୁଚୁରା 

ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତକୁ ଜିଲା ହେଡକ୍ୱାଟର ଫୁଲବାଣୀରୁ ସରକାରୀ ବସ୍‌ ଚଳାଚଳ କରୁଛି ତେବେ ଉକ୍ତ ଯାତ୍ରୀବାହୀ ବସ୍‌ରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ଦାୟିତ୍ୱରେ ଥିବା କଣ୍ଡକ୍ଟର ସବ୍ୟସାଚୀ ବେହେରା ଟିଜେଟ ଅର୍ଥ ଆଦାୟ କରୁଥିବା ବେକେ ସେମାନଙ୍କୁ ଅର୍ଥ ବଦଳରେ ଯାତ୍ରୀଙ୍କୁ ଟିକେଟ୍‌ ଦେଉ ନ ଥିବା ଅଭିଯୋଗ ହେଉଛି। ଜି. ଉଦୟଗିରିରୁ ଆସୁଥିବା ଯାତ୍ରୀ ଶ୍ରୀଚନ୍ଦ୍ର ପ୍ରଧାନ ଏବଂ ଆଦବ ପ୍ରଧାନ କହିଛନ୍ତି। ଆମେ ଦାରିଙ୍ଗବାଡି ପର୍ଯ୍ୟନ୍ତ ଆସିଲୁ ଏବଂ ଜଣକ ପିଛା ୬୧ଟଙ୍କା ଲେଖାଏଁ ଟିକେଟ ପଇସା ଦେଲୁ କିନ୍ତୁ ଆମେ ଦାରିଙ୍ଗବାଡି ପହଞ୍ଚିବା ପର୍ଯ୍ୟନ୍ତ ଆମକୁ ଟିକେଟ ପ୍ରଦାନ କରାଯାଇନାହିଁ । ସେହିଭଳି ବସ୍‌ରେ ସିଟ୍‌ରେ ବସିଥିବା ଯାତ୍ରୀ ଓ ଠିଆ ହୋଇ ଆସୁଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଟିଜେଟ୍‌ ପ୍ରଦାନ କରାଯାଉନଥିବା ଅଭିଯୋଗ ହେଉଛି।
ସେହିପରି ସିମନବାଡିରୁ ଯାତ୍ରୀ ଦାରିଙ୍ଗବାଡି ଆସୁଥିବା ଟିକେଟର ମୁଖ୍ୟ ୧୪ ଟଙ୍କା ରହିଥିବା ବେଳେ ଯାତ୍ରୀ ୨୦ ଦେଲେ ଆଉ ବଳକା ଖୁଚୁରା ନଥିବା କାହି ଫେରସ୍ତ କରାଯାଉ ନ ଥିବା ଅଭିଯୋଗ ହୋଇଛି । ଏ ନେଇ ବିଭାଗ ତଦନ୍ତ କରିବା ସହ ଯାତ୍ରୀମାନଙ୍କ ଆର୍ଥିକ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି। ସରକାର ଲୋକଙ୍କ ସୁବିଧା ପାଇଁ ଦୁର୍ଗମ ଅଞ୍ଚଳରୁ ସରକାରୀ ବସକୁ ଜିଲା ହେଡକ୍ୱାଟରଠାରୁ କାଟିଙ୍ଗିଆ ବ୍ରାହ୍ମଣୀଗାଁ, ହାତୀମୁଣ୍ଡା ଆଦି ଅଞ୍ଚଳକୁ ଚଳାଉଥିବା ବେକେ ଯାତ୍ରୀମାନେ ମଧ୍ୟ ସରକାରୀ ବସ୍‌ ଉପରେ ନିର୍ଭର କରୁଛନ୍ତି। ତେବେ ଯାତ୍ରୀଙ୍କ ଅର୍ଥ ସରକାରଙ୍କ ଆକାଉଣ୍ଟକୁ ଯିବା ବଦଳରେ ସିଧା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ପକେଟକୁ ଯାଉଥିବା ଅଭିଯୋଗ ହେଉଛି। ଏ ନେଇ ଫୁଲବାଣୀଠାରୁ କାଟିଙ୍ଗିଆ ଆସୁଥିବା ସରକାରୀ ବସର କଣ୍ଡକ୍ଟର ସବ୍ୟସାଚୀ ବେହେରାଙ୍କୁ ପଚାରିବାରୁ ତାଙ୍କର ଭୁଲ ହୋଇଯାଇଛି। ଆଉ କେବେ ଏମିତି ହେବନି ବୋଲି କାହିଥିଲେ।ଏସଂକ୍ରାନ୍ତରେ ଜିଲ୍ଲା ପରିବହନ ଅଧିକାରୀ ଅଭିଶେଖ ସାମନ୍ତରାୟଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲୁ କିନ୍ତୁ ସେ ଫୋନ ରିସିଭ କରି ନ ଥିଲେ।