ସରକାରଙ୍କ ବଡ଼ ପଦକ୍ଷେପ: ବଦଳିଲେ ୬ ଅଧିକାରୀ

ବୌଦ୍ଧ,୧୬।୨(ଅଜିତ କୁମାର ବାରିକ): ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୌଦ୍ଧ ଜିଲାର ୬ଜଣ ଅଧିକାରୀଙ୍କ ବଦଳି ହୋଇଥିବା ଜଣାଯାଇଛି। ଅଳ୍ପଦିନ ତଳେ ବୌଦ୍ଧରେ ତହସିଲଦାର ଭାବେ ଯୋଗ ଦେଇଥିବା ଲଗ୍ନଜିତ ବେହେରାଙ୍କୁ ବଲାଙ୍ଗୀର ତହସିଲଦାର ଭାବେ ବଦଳି ହୋଇଛି। ସେହିପରି ଜିଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଶାଶ୍ୱତ ପ୍ରଧାନଙ୍କୁ ରାଜ୍ୟ ଉଦ୍ୟାନ ନିର୍ଦ୍ଦେଶାଳୟର ପ୍ରଶାସନିକ ଅଧିକାରୀ ଭାବେ ବଦଳି ହୋଇଛି। ଡେପୁଟି କଲେକ୍ଟର ସୁଚିସ୍ମିତା ମୁଗ୍ରୀଙ୍କୁ ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ, ସବ୍‌ରେଜିଷ୍ଟ୍ରାର ମନୋରଞ୍ଜନ ବଘାରଙ୍କୁ ସୁବର୍ଣ୍ଣପୁର ଜିଲାପାଳଙ୍କ କାର୍ଯ୍ୟାଳୟ, ଡେପୁଟି କଲେକ୍ଟର ଦୋଳଗୋବିନ୍ଦ ସାହୁଙ୍କୁ ତୁମୁଡିବନ୍ଧ ତହସିଲଦାର, ଡେପୁଟି କଲେକ୍ଟର ବବିତା ମିଶ୍ରଙ୍କୁ ହିନ୍ଦୋଳ ଉପଜିଲାପାଳଙ୍କ କାର୍ଯ୍ୟାଳୟ, ହରଭଙ୍ଗା ତହସିଲଦାର ବିଭୁପ୍ରସାଦ ସିଂଙ୍କୁ ନର୍ଲା ତହସିଲକୁ ବଦଳି କରାଯାଇଛି।