ଅଧିକ ଚାଇନା ସାମଗ୍ରୀ ଉପରେ ଲାଗିବ କଟକଣା

ନୂଆଦିଲ୍ଲୀ,୨୮।୭: ଗଲ୍‌ଓ୍ବାନ ଘାଟିରେ ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚାଇନା ବିରୋଧରେ ଆର୍ଥତ୍କ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ସେଠାରୁ ଆସୁଥିବା ଗୁଣବତ୍ତାହୀନ ପ୍ରଡକ୍ଟ ଉପରେ କଟକଣା ଲଗାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ଚାଇନା ସମେତ ଅନ୍ୟ ଦେଶଗୁଡିକରୁ ଭାରତକୁ ଆସୁଥିବା ଏଭଳି ସାମଗ୍ରୀଗୁଡିକର ଏକ ତାଲିକା ପ୍ରସ୍ତୁତ ହୋଇଛି। ଏଥିରେ ୩୭୧ ସାମଗ୍ରୀ ରହିଛି। ଏହାର ବିସ୍ତୃତ କ୍ୱାଲିଟି ପରୀକ୍ଷଣ ଉପରେ କେନ୍ଦ୍ର ସରକାର ଧ୍ୟାନ ଦେବେ। ନଜରରେ ରହିଥିବା ସାମଗ୍ରୀଗୁଡିକୁ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଅନ୍ତର୍ଭୁକ୍ତ କରାଯିବ। ନୂଆ ନିୟମକୁ ୨୦୨୧ ମାର୍ଚ୍ଚଠାରୁ ଲାଗୁ କରାଯିବ। ସାମଗ୍ରୀ ତାଲିକାରେ ଖେଳନା, ଷ୍ଟିଲ୍‌ ବାର୍‌, ଷ୍ଟିଲ୍‌ ଟ୍ୟୁବ, କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ, ଟେଲିକମ ଯନ୍ତ୍ରାଂଶ, ହେଭି ମେଶିନାରି, ପେପର, ରବର ଆର୍ଟିକିଲ, ଗ୍ଲାସ୍‌ ମ୍ୟାଟେରିଆଲ ସାମିଲ ରହିଛି। ଭାରତ ଏଭଳି ବର୍ଗ ସମେତ ଅନ୍ୟ ସାମଗ୍ରୀଗୁଡିକୁ ଚାଇନାରୁ ବହୁଳ ମାତ୍ରାରେ ଆମଦାନୀ କରିଥାଏ। ନୂଆ ନିୟମ ଲାଗୁ ହେଲେ ସରକାର ଏହି ବର୍ଗରେ ଚାଇନାରୁ ଆସୁଥିବା ସାମଗ୍ରୀଗୁଡିକୁ ନିୟନ୍ତ୍ରଣ କରିବା ଦିଗରେ ସକ୍ଷମ ହେବେ। ଅପରପକ୍ଷରେ ଆତ୍ମନିର୍ଭର ଭାରତ ଯୋଜନାକୁ ଏହାଦ୍ୱାରା ଦୃଢ଼ କରାଯାଇପାରିବ। ଚାଇନା ସହ ଭାରତର ବାଣିଜ୍ୟ କ୍ଷତି ବୃହତ୍‌ ସ୍ତରରେ ରହିଛି। ଧୀରେ ଧୀରେ ଚାଇନା ରପ୍ତାନି କମାଇବା ଉପରେ ସରକାର ବର୍ତ୍ତମାନ ଫୋକସ କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri