ଅଧିକ ଚାଇନା ସାମଗ୍ରୀ ଉପରେ ଲାଗିବ କଟକଣା

ନୂଆଦିଲ୍ଲୀ,୨୮।୭: ଗଲ୍‌ଓ୍ବାନ ଘାଟିରେ ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚାଇନା ବିରୋଧରେ ଆର୍ଥତ୍କ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ସେଠାରୁ ଆସୁଥିବା ଗୁଣବତ୍ତାହୀନ ପ୍ରଡକ୍ଟ ଉପରେ କଟକଣା ଲଗାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ଚାଇନା ସମେତ ଅନ୍ୟ ଦେଶଗୁଡିକରୁ ଭାରତକୁ ଆସୁଥିବା ଏଭଳି ସାମଗ୍ରୀଗୁଡିକର ଏକ ତାଲିକା ପ୍ରସ୍ତୁତ ହୋଇଛି। ଏଥିରେ ୩୭୧ ସାମଗ୍ରୀ ରହିଛି। ଏହାର ବିସ୍ତୃତ କ୍ୱାଲିଟି ପରୀକ୍ଷଣ ଉପରେ କେନ୍ଦ୍ର ସରକାର ଧ୍ୟାନ ଦେବେ। ନଜରରେ ରହିଥିବା ସାମଗ୍ରୀଗୁଡିକୁ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଅନ୍ତର୍ଭୁକ୍ତ କରାଯିବ। ନୂଆ ନିୟମକୁ ୨୦୨୧ ମାର୍ଚ୍ଚଠାରୁ ଲାଗୁ କରାଯିବ। ସାମଗ୍ରୀ ତାଲିକାରେ ଖେଳନା, ଷ୍ଟିଲ୍‌ ବାର୍‌, ଷ୍ଟିଲ୍‌ ଟ୍ୟୁବ, କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ, ଟେଲିକମ ଯନ୍ତ୍ରାଂଶ, ହେଭି ମେଶିନାରି, ପେପର, ରବର ଆର୍ଟିକିଲ, ଗ୍ଲାସ୍‌ ମ୍ୟାଟେରିଆଲ ସାମିଲ ରହିଛି। ଭାରତ ଏଭଳି ବର୍ଗ ସମେତ ଅନ୍ୟ ସାମଗ୍ରୀଗୁଡିକୁ ଚାଇନାରୁ ବହୁଳ ମାତ୍ରାରେ ଆମଦାନୀ କରିଥାଏ। ନୂଆ ନିୟମ ଲାଗୁ ହେଲେ ସରକାର ଏହି ବର୍ଗରେ ଚାଇନାରୁ ଆସୁଥିବା ସାମଗ୍ରୀଗୁଡିକୁ ନିୟନ୍ତ୍ରଣ କରିବା ଦିଗରେ ସକ୍ଷମ ହେବେ। ଅପରପକ୍ଷରେ ଆତ୍ମନିର୍ଭର ଭାରତ ଯୋଜନାକୁ ଏହାଦ୍ୱାରା ଦୃଢ଼ କରାଯାଇପାରିବ। ଚାଇନା ସହ ଭାରତର ବାଣିଜ୍ୟ କ୍ଷତି ବୃହତ୍‌ ସ୍ତରରେ ରହିଛି। ଧୀରେ ଧୀରେ ଚାଇନା ରପ୍ତାନି କମାଇବା ଉପରେ ସରକାର ବର୍ତ୍ତମାନ ଫୋକସ କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri