ପଦ୍ମଶ୍ରୀ ଗ୍ରହଣ କଲେ ଗୋପୀନାଥ, ବିନୋଦ ପଶାୟତ

ଭୁବନେଶ୍ୱର,୨୨।୪(ଶର୍ମିଷ୍ଠା ପାଣିଗ୍ରାହୀ): ପଦ୍ମଶ୍ରୀ ଗ୍ରହଣ କଲେ ୨ ଓଡ଼ିଆ। କୃଷ୍ଣ ଲୀଳାର ସଙ୍ଗୀତକାର ଗୁରୁ ଗୋପୀନାଥ ସ୍ବାଇଁ ଓ ସମ୍ବଲପୁରର ନାଟ୍ୟକାର ତଥା ଗୀତିକାର ବିନୋଦ ପଶାୟତଙ୍କୁ ସୋମବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପଦ୍ମ ପୁରସ୍କାରର ଏହା ପ୍ରଥମ ପର୍ଯ୍ୟାୟ। ଅନ୍ୟ ଏକ ପର୍ଯ୍ୟାୟରେ ଓଡ଼ିଶାର ଅନ୍ୟ ୨ଜଣ ପଦ୍ମଶ୍ରୀଙ୍କୁ ସମ୍ମାନିତ କରାଯିବ। ଚଳିତ ବର୍ଷ ଓଡ଼ିଶାରୁ ୪ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।
ଲୋକକଳାର ବର୍ଷୀୟାନ ଗୁରୁ ଗୋପୀନାଥ ସ୍ବାଇଁ ୧୦୬ବର୍ଷ ବୟସରେ ପଦ୍ମଶ୍ରୀ ଗ୍ରହଣ କରିଛନ୍ତି। କୃଷ୍ଣ ଲୀଳା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଗଞ୍ଜାମ ଜିଲା ସେରଗଡ଼ ବ୍ଲକର ଗୋବିନ୍ଦପୁର ଗ୍ରାମରେ ୧୯୧୮ରେ ଗୋପୀନାଥଙ୍କ ଜନ୍ମ। ୧୦ବର୍ଷ ବୟସରୁ ସେ କୃଷ୍ଣ ଲୀଳା ଶିଖିବା ଆରମ୍ଭ କରିଥିଲେ। କୃଷ୍ଣଙ୍କ ଅଭିନୟ କରିବା ସହ ଗୀତ ବୋଲୁଥିଲେ। ପରେ ସେ ଗୁରୁ ଭାବେ ଅନ୍ୟକୁ ଶିଖାଇବା ଆରମ୍ଭ କଲେ। ଲୋପ ପାଇଯାଉଥିବା ଅନେକ ରାଗକୁ ସେ ତାଙ୍କ ପ୍ରଦର୍ଶନରେ ପୁଣି ଉଜ୍ଜବୀତ କରିଛନ୍ତି। ଏବେ ବି ସେ ସୁସ୍ଥ ଅଛନ୍ତି ଓ ନିଜର କାର୍ଯ୍ୟ ଜାରି ରଖିଛନ୍ତି। ଲଗାତାର ୧୨ ଘଣ୍ଟା ଧରି ଗୀତ ଗାଇପାରୁଛନ୍ତି। ସେହିପରି ବିନୋଦ ପଶାୟତଙ୍କ ଜନ୍ମ ବଲାଙ୍ଗୀରରେ। ପରେ ସମ୍ବଲପୁରରେ ବାସ କଲେ। ସେ ଜଣେ ପ୍ରସିଦ୍ଧ ସମ୍ବଲପୁରୀ ଲେଖକ ଭାବେ ଜଣାଶୁଣା। ସେ ଅନେକ ସମ୍ବଲପୁରୀ ଗୀତ ଲେଖିଛନ୍ତି। ଏଥିସହ ଜଣେ ନାଟ୍ୟକାର ଭାବରେ ମଧ୍ୟ ପରିଚିତ ଲାଭ କରିଛନ୍ତି। ୧୯୮୧ରେ ରାଉରକେଲା  ଓ ୧୯୮୨ରେ ସମ୍ବଲପୁରରେ ମଞ୍ଚସ୍ଥ ହୋଇଥିବା ଉଖି ନାଟକ ସମ୍ବଲପୁରୀ ନାଟକ ଜଗତରେ ବିପ୍ଳବ ଆଣିପାରିଥିଲା। ସେ ଜଣେ ଆକାଶବାଣୀ ଗୀତିକାର। ଯେତେବେଳେ ସମ୍ବଲପୁର ରେଡ଼ିଓ ଷ୍ଟେଶନ ପ୍ରତିଷ୍ଠା ହେଲା ସେତେବେଳେ ଅନୁମୋଦିତ ଗୀତିକାରଙ୍କ ମଧ୍ୟରେ ସେ ପ୍ରଥମ ୫ଜଣଙ୍କ ମଧ୍ୟରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଟ ହେଲାଣି ରନ୍ଧନ ଗ୍ୟାସ ସଙ୍କଟ: ଡିପୋରେ ପଡ଼ିଛି ତାଲା, ଖାଲି ସିଲିଣ୍ଡର ଧରି…

ମୋହନା, ୧୨।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ଏବେ ରନ୍ଧନ ଗ୍ୟାସର ଘୋର ସଙ୍କଟ ଦେଖାଦେଇଛି। ବିଶ୍ୱ ବଜାରରେ ଇରାନ ଓ ଇଜରାଏଲ ମଧ୍ୟରେ…

ଆମେରିକାକୁ ଥରାଇ ଦେଲାଣି ଇରାନର ସୁପ୍ରିମ ଲିଡରଙ୍କ ବୟାନ! ହର୍ମୁଜ ବନ୍ଦ ରଖିବାକୁ ଦେଲେ କଡ଼ା ଚେତାବନୀ

ତେହରାନ,୧୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ, ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ କରିବାକୁ ଘୋଷଣା କରିଛି, ଯାହା ସାରା ବିଶ୍ୱରେ ଶକ୍ତି ପ୍ରବେଶକୁ ବାଧା ସୃଷ୍ଟି କରୁଛି।…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ରାଜ୍ୟରେ ବଢ଼ିଲା ତାତି; ଚଳିତ ବର୍ଷ ପ୍ରଥମ ଥର ୪୦ ଡିଗ୍ରୀ ପାର କଲା ତାପମାତ୍ରା

ଭୁବନେଶ୍ୱର,୧୨।୩: ମାର୍ଚ୍ଚ ମାସ ଅଧା ନହେଉଣୁ ଓଡ଼ିଶାରେ କଲବଲ କଲାଣି ଖରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍…

ବିବାହର ପରେ ରଶ୍ମିକାଙ୍କ ପୁରୁଣା ପ୍ରେମକୁ ନେଇ ବିବାଦ: ଚେତାବନୀ ଦେଲେ ଅଭିନେତ୍ରୀ

ହାଇଦ୍ରାବାଦ,୧୨।୩: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହର କିଛି ଦିନ ପରେ ଏକ ପୁରୁଣା ଅଡିଓ କ୍ଲିପ୍‌କୁ ନେଇ ସୋସିଆଲ ମିଡିଆରେ ହଟଚମଟ ସୃଷ୍ଟି ହୋଇଛି।…

ଗ୍ୟାସ ବୁକିଂ ସମୟ ବଦଳାଇଲେ ଏଜେନ୍ସି, ଏହି ନମ୍ବରରେ କରନ୍ତୁ କଲ, ନୋଟ୍‌ କରନ୍ତୁ ସମୟ, ୨୪ ଘଣ୍ଟାରେ ମିଳିବ ସିଲିଣ୍ଡର!

ଆଗ୍ରା,୧୨।୩: ଯଦି ଆପଣଙ୍କୁ ଗ୍ୟାସ ସିଲିଣ୍ଡର ବୁକ କରିବାକୁ ପଡିବ, ତେବେ ଏହି ଖବରକୁ ଭଲ ଭାବେ ପଢନ୍ତୁ, କାରଣ ବୁକିଂ କେବଳ ସକାଳ ୫ ଟାରୁ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ରହସ୍ୟମୟ ମୃତ୍ୟୁ: ସ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବଢୁଛି ସନ୍ଦେହ, ହତ୍ୟା ନା ଆତ୍ମହତ୍ୟା…

ଥୁଆମୂଳ ରାମପୁର,୧୨।୩: ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିବା ସହ ସନ୍ଦେହ ପ୍ରକାଶ ପାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର…

IPL 2026 ପୂର୍ବରୁ ‘ଫିକ୍ସିଂ’କୁ ନେଇ କ୍ରିକେଟ ଜଗତରେ ଆଲୋଡ଼ନ,ପୂର୍ବତନ KKR ଖେଳାଳିଙ୍କୁ ନିଲମ୍ବିତ କଲା ICC

ନୂଆଦିଲ୍ଲୀ,୧୨।୩: IPL 2026 ଆରମ୍ଭ ହେବା ପୂର୍ବରୁ, କ୍ରିକେଟ ଜଗତ ‘ଫିକ୍ସିଂ’ ଅଭିଯୋଗରେ ଦୋହଲିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) କୋଲକାତା ନାଇଟ ରାଇଡର୍ସ (KKR) ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri