ରାଜନୀତିର ହଟ୍‌ସ୍ପଟ୍‌ ଗୋପାଳପୁର: ପ୍ରଚାର ମଇଦାନକୁ ଓହ୍ଲାଇଲା ଭାଜପା

ଗୋପାଳପୁର,୨୧ା୪(ନବୀନ ରାଜ ଆଚାରୀ): ରାଜ୍ୟ ରାଜନୀତିରେ ହଟସ୍ପଟ୍‌ ରୂପେ ପରିଚିତ ଗୋପାଳପୁର ନିର୍ବାଚନ ମଣ୍ଡଳୀ। ଏଠାରେ କେଉଁ ଦଳର ପ୍ରାର୍ଥୀ ବାଜି ମାରିବେ ସେ ନେଇ ସମସ୍ତଙ୍କ ନଜର ରହିଛି। ଅନ୍ୟ ପଟେ ଦିନକୁ ଦିନ ରାଜନୀତି ତାତି ବି ବଢ଼ିବାରେ ଲାଗିଛି। ରବିବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଖଜୁରିଆ ବାଇପାସ ନିକଟରେ ଭାଜପାର ଯୁବ ଓ ମହିଳା ମୋର୍ଚ୍ଚା ଜାଗରଣ ସମାବେଶ ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଭାଜପାର ବ୍ରହ୍ମପୁର ଲୋକ ସଭା ପ୍ରାର୍ଥୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଗୋପାଳପୁର ବିଧାୟକ ପ୍ରାର୍ଥୀ ବିଭୁତି ଭୂଷଣ ଜେନା, ଲୋକ ସଭା ସଂଯୋଜକ ସରୋଜ ସାବତ, ଯୁବନେତା ବାଲ୍ୟ ରାମ ଦଳେଇ, ଗୌରୀ ସାମନ୍ତରାୟ, ଜିଲା ଉପସଭାପତି ଗଙ୍ଗା ଶତପଥୀ,ଜିଲା ଯୁବ ମୋର୍ଚ୍ଚା ସଭାପତି ଶିବ ନାୟକ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁଜା ନନ୍ଦ ବିଶ୍ୱାଳ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦକ ବବିତା ପାତ୍ର ଓ ଅନ୍ୟମାନେ ଯୋଗ ଦେଇଥିଲେ। କେନ୍ଦ୍ର ସରକାର ଯୋଜନା ସମ୍ପର୍କରେ ନେଇ ଲୋକ ନିକଟରେ ପହଞ୍ଚଇବା ସହ ପରିଶ୍ରମ କରିବା ପାଇଁ କର୍ମୀମାନଙ୍କୁ ଆହ୍ବାନ ଦିଆଯାଇଥିଲା। ଏହି ସରକାର ପରିବର୍ତ୍ତନ କରି ଡବଲ ଇଞ୍ଜିନ ସରକାର ଆସିବ ବୋଲି ଲୋକ ସଭା ପ୍ରାର୍ଥୀ ପାଣିଗ୍ରାହୀ କହିଥିଲେ। ଲୁହାଝର ସରପଞ୍ଚ କମଳା ରେଡ୍ଡିଙ୍କ ସମେତ ପୂର୍ବତନ ସରପଞ୍ଚ, ବିଜେଡି କର୍ମୀମାନେ ଭାଜପା ସାମିଲ ହୋଇଥିଲେ। ଏହି ଅବସରରେ କର୍ପୋରେଟର ବନିତା ସାହୁ, ମମତା ରଣ, ରାଜେଶ ସାହୁ, ରାଜେଶ ପଟ୍ଟନାୟକ, ଅନିଲ ପତି, ଅକ୍ଷୟ ପାଢ଼ୀ, ଏନ ଧନଞ୍ଜୟ ରାଓ, ଅସିତ ଶତପଥୀ, ସନ୍ତୋଷ ବିଷୋୟୀ, ଗଙ୍ଗା ପାତ୍ର, ଲଷ୍ମୀନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri