ଗୋପାଳପୁର ଗଣବଳାତ୍କାର ଘଟଣା: ଅଭିଯୁକ୍ତଙ୍କ କ୍ରାଇମ୍‌ ସିନ୍‌ ସିସିଟିଭିରେ କଏଦ

ଭୁବନେଶ୍ୱର,୨୩ା୬: ଗୋପାଳପୁର ଗଣବଳାତ୍କାର ଘଟଣାରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଭିଯୁକ୍ତଙ୍କ କ୍ରାଇମ୍‌ ସିନ୍‌ ସିସିଟିଭିରେ କଏଦ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପ୍ରମାଣ। ଗିରଫ ୧୦ ଅଭିଯୁକ୍ତଙ୍କ ମୋବାଇଲ ଜବତ କରି ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଯାଇଛି। ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ। ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଛି ବୋଲି କ୍ରାଇମ୍‌ ବ୍ରାଞ୍ଚ ଡିଜି କହିଛନ୍ତି।

ଅନ୍ୟପକ୍ଷରେ ଗୋପାଳପୁର ଗଣବଳାତ୍କାର ମାମଲାରେ ଏନ୍‌ଏଚ୍‌ଆର୍‌ସିରେ ମାମଲା ରୁଜୁ କରାଯାଇଛି। ଗୋପାଳପୁର ବେଳାଭୂମିରେ ହୋଇଥିବା ଗଣବଳାତ୍କାର ମାମଲାରେ ନିଜ ଆଡୁ ମାମଲା ରୁଜୁ କରିଛି ଏନ୍‌ଏଚ୍‌ଆର୍‌ସି। ୨ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।