ପୋଲିସ ଠିକା କମ୍ପାନୀର ଗୁଣ୍ଡା ସାଜିଛି: ମାଓବାଦୀ ସଂଗଠନ

ରାୟଗଡ଼ା,୧୬।୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ଓ ଘରୋଇ କମ୍ପାନୀ ବିରୋଧରେ ବାଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନାଲ ମାଓବାଦୀ କମିଟି ପ୍ରେସ୍‌ ରିଲିଜ ଜାରି କରିଛି। ଏସ୍‌ପି ଶର୍ମାଙ୍କ ନେତୃତ୍ୱରେ ଜିଲା ପୋଲିସ ଠିକା କମ୍ପାନୀର ଗୁଣ୍ଡା ସାଜିଛି। ପୋଲିସ ନିରୀହ ଆଦିବାସୀ, ଦଳିତ ଓ ଚାଷୀ ସମାଜର ଲୋକଙ୍କୁ ଉଠାଇ ନେଇ ନିର୍ଯାତନା ଦେଉଛି । ବେଦାନ୍ତ, ଆଦାନୀ, ବିର୍ଲା ଭଳି ଖଣି ଲୁଟେରାଙ୍କୁ ସୁହାଇଲା ଭଳି ରାଜ୍ୟ ସରକାର ଓ ପୋଲିସ କାମ କରୁଥିବା ଉକ୍ତ ପ୍ରେସ୍‌ ରିଲିଜରେ ଉଲ୍ଲେଖ କରାଯାଇଛି । ହେଲେ ଏହି ଦମନଲୀଳାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ମାଓବାଦୀ ସଂଗଠନ ପକ୍ଷରୁ କୁହାଯାଇଛି।
ରାୟଗଡ଼ା ଓ କଳାହାଣ୍ଡି ଜିଲାରେ ରହିଥିବା ସିଜିମାଳି ଓ କୁଟ୍ରୁମାଳି ପାହାଡ଼ ବେଦାନ୍ତ ଏବଂ ଆଦାନୀ କମ୍ପାନୀକୁ ଲିଜ୍‌ରେ ମିଳିଛି । ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା ଉକ୍ତ କମ୍ପାନୀର ଠିକା ଗୁଣ୍ଡା ଭଳି କାମ କରୁଛନ୍ତି। ଜୁଲାଇରୁ ଅଦ୍ୟାବଧି ଜିଲାର ୨୭ଜଣ ନିରୀହ ଆଦିବାସୀଙ୍କୁ ରାତିଅଧିଆ ଉଠାଇ ନେଇ ମାଡ଼ ମାରି ନିର୍ଯାତନା ଦେଉଛନ୍ତି ଏବଂ ପରବର୍ତ୍ତୀ ସମୟରେ ଦେଶଦ୍ରୋହୀ ଭଳି ୟୁଏପିଏ ମାମଲାରେ ଛନ୍ଦି ଜେଲ ପଠାଉଛନ୍ତି। ସେହିଭଳି ଜିଲାରେ ରହୁଥିବା ବିଭିନ୍ନ ଦଳର ରାଜନେତା, କୁଜିନେତାମାନେ କମ୍ପାନୀର ଦଲାଲ ସାଜି ପଇସା ଖାଇ କମ୍ପାନୀ ସପକ୍ଷରେ ଖୋଲାଖୋଲି ଖବରଦାତା ସମ୍ମିଳନୀ କରୁଛନ୍ତି । ଏହା କ’ଣ ତାଙ୍କ ଦଳ ହାଇକମାଣ୍ଡଙ୍କ ନିଷ୍ପତ୍ତି ନା ଏହି ନେତାମାନେ ନିଜ ସ୍ବାର୍ଥ ପାଇଁ ଏଭଳି କରୁଛନ୍ତି ବୋଲି ମାଓବାଦୀ ପ୍ରଶ୍ନ କରିଛନ୍ତି । ଖଣି ଅଞ୍ଚଳବାସୀ ଯଦି କମ୍ପାନୀ ଓ ପୋଲିସର ଏହି ଜୁଲମକୁ ବିରୋଧ କରିବା ପାଇଁ କୌଣସି ସହାୟତା ଚାହୁଁଛନ୍ତି, ତେବେ ବାଘୁନା କମିଟି ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛି ବୋଲି ଏହି ପ୍ରେସ୍‌ ବିବୃତିରେ ଉଲ୍ଲେଖ ରହିଛି। ପ୍ରେସ ବିବୃତି ବାଘୁନା ଡିଭିଜନାଲ କମିଟି ସମ୍ପାଦିକା ରୀତାଙ୍କ ପକ୍ଷରୁ ଜାରି ହୋଇଥିବା ଉଲ୍ଲେଖ ରହିଛି। ଏ ନେଇ ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମାଙ୍କୁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ‘ବେଆଇନ ବିଦେଶୀ’ ତାଲିକାରେ ୮୯ ଭାରତୀୟ

ନୂଆଦିଲ୍ଲୀ,୭ା୨: ବେଆଇନ ବିଦେଶୀ ଅପରାଧୀଙ୍କ ତାଲିକା ଶେୟାର କରିବା ପାଇଁ ଆମେରିକାର ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ‘ଆରେଷ୍ଟେଡ୍‌: ଓ୍ବର୍ଷ୍ଟ ଅଫ୍‌ ଓ୍ବର୍ଷ୍ଟ’ ନାମରେ ଏକ ପବ୍ଲିକ୍‌…

ଚନ୍ଦ୍ରକୁ ଯିବ iPhone: ନାସା କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୨: ଚନ୍ଦ୍ରକୁ ଯାତ୍ରା କରୁଥିବା ମହାକାଶଚାରୀମାନେ ଏବେ ନିଜ ସହିତ iPhone ନେଇପାରିବେ। ଆମେରିକାର ମହାକାଶ ସଂସ୍ଥା ନାସା ଏବେ ମହାକାଶଚାରୀମାନଙ୍କୁ iPhone ଏବଂ ଅନ୍ୟାନ୍ୟ ଆଧୁନିକ…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଢାଞ୍ଚା ପ୍ରକାଶିତ, କୃଷକ, ମତ୍ସ୍ୟଜୀବୀଙ୍କ ପାଇଁ…

ନୂଆଦିଲ୍ଲୀ,୭।୨: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏବେ ଜିନିଷଗୁଡ଼ିକ ସ୍ପଷ୍ଟ ହୋଇଯାଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ…

ନାବାଳିକାଙ୍କୁ କୁରକୁରି, ଚକଲେଟ ଦେଖାଇ ଏକ ନିଛାଟିଆ ସ୍ଥାନକୁ ଡାକିନେଲେ ବୃଦ୍ଧ, ତା’ପରେ…

ଖୁଣ୍ଟୁଣୀ,୭l୨(ସଚ୍ଚିଦାନନ୍ଦ ପଣ୍ଡା): ଜଣେ ନାବାଳିକା ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିବା ଅଭିଯୋଗରେ ଖୁଣ୍ଟୁଣୀ ଥାନା ପୋଲିସ ଶୁକ୍ରବାର ରାଧାଦାମୋଦରପୁର (କଣ୍ଟାବନ୍ଧ) ଗ୍ରାମର ଗଗନ ବିହାରୀ…

ଆରମ୍ଭ ହେଲା ପ୍ରେମ ସପ୍ତାହ…ଆଜି ରୋଜ୍‌ ଡେ’

ଭୁବନେଶ୍ୱର,୭/୨ (ସୌମ୍ୟରଞ୍ଜନ ରାଉତ):ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଓ ପ୍ରେମୀଯୁଗଳଙ୍କ ପାଇଁ ଖାସ୍‌ ଦିନଟିଏ। ଅନ୍ୟମାନଙ୍କ ପାଇଁ ହୁଏତ ଏହି ଦିନଟି ସାଧାରଣ, ହେଲେ ପ୍ରେମୀମାନଙ୍କ…

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri