ସାମ୍‌ସଙ୍ଗ ଫୋନ୍‌ରେ ଗୁଗଲ ପ୍ରଡକ୍ଟକୁ ମିଳିବ ପ୍ରାଥମିକତା

ନୂଆଦିଲ୍ଲୀ,୨୯।୭: ଦକ୍ଷିଣ କୋରିଆ ଭିତ୍ତିକ କମ୍ପାନୀ ସାମ୍‌ସଙ୍ଗର ଫୋନଗୁଡିକରେ ଗୁଗଲ ପ୍ରଡକ୍ଟଗୁଡିକୁ ପ୍ରାଥମିକତା ମିଳିବାକୁ ଯାଉଛି। ଆଲ୍‌ଫାବେଟ୍‌ ଇଙ୍କ୍‌ର ଗୁଗଲ ଏବଂ ସାମ୍‌ସଙ୍ଗ ଇଲେକଟ୍ରୋନିକ୍ସ ମଧ୍ୟରେ ଏ ନେଇ ଏକ ବଡ ଡିଲ୍‌ ହେବାକୁ ଯାଉଛି ବୋଲି ବ୍ଲୁମବର୍ଗ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହା ଦ୍ୱାରା ସାରାବିଶ୍ୱରେ ବ୍ୟବହାର ହେଉଥିବା ସାମ୍‌ସଙ୍ଗ ହ୍ୟାଣ୍ଡସେଟଗୁଡିକରେ ହେଉଥିବା ସର୍ଚ୍ଚ କ୍ଷେତ୍ରରେ ଗୁଗଲକୁ ଅଧିକ ନିୟନ୍ତ୍ରଣ କ୍ଷମତା ମିଳିବ ବୋଲି ରିପୋର୍ଟରେ କୁହାଯାଇଛି। ସାମ୍‌ସଙ୍ଗ ବିଶ୍ୱର ସର୍ବବୃହତ୍ତ ସ୍ମାର୍ଟଫୋନ ନିର୍ମାତା ଭାବେ ପରିଗଣିତ ହେଉଛି। ଏହା ଗତ ଆର୍ଥତ୍କ ବର୍ଷରେ ସାରା ବିଶ୍ୱରେ ୩୦ କୋଟି ଫୋନ ବିକ୍ରି କରିବାକୁ ସକ୍ଷମ ହୋଇଛି। ସାମ୍‌ସଙ୍ଗର ଗାଲାକ୍ସି ଡିଭାଇସଗୁଡିକରେ ଗୁଗଲର ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ ବ୍ୟବହାର ହେଉଛି। ବର୍ତ୍ତମାନର ଡିଲ୍‌ ମୁତାବକ ସାମ୍‌ସଙ୍ଗ ଫୋନରେ ଗୁଗଲର ଡିଜିଟାଲ ଆସିଷ୍ଟାନ୍ସ ବ୍ୟବହାରକୁ ବଢାଇବା, ପ୍ଲେ ଷ୍ଟୋର ଆପ୍‌ ବ୍ୟବହାର ଭଳି ପ୍ରସଙ୍ଗ ଉପରେ ଆଲୋଚନା ଜାରି ରହିଥିବା ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି। ସାମ୍‌ସଙ୍ଗ ୟୁଜରଙ୍କ ନିକଟରେ ଭାଲ୍ୟୁଯୁକ୍ତ ଦୈନିକ ଆକ୍‌ସେସ୍‌ ବଢାଇବା ଦିଗରେ ଗୁଗଲକୁ ଅଧିକ ସୁଯୋଗ ମିଳିପାରିବ। ସେହିଭଳି ସାମ୍‌ସଙ୍ଗର ଡିଭାଇସଗୁଡିକରେ ଏହାର ନିଜସ୍ବ ବିକ୍ସ ବି ଡିଜିଟାଲ ଆସିଷ୍ଟାନ୍ସ ବ୍ୟବହାର କମ୍‌ ହେବ। ଏହି ଡିଲ୍‌ ସାମ୍‌ସଙ୍ଗ ଲାଗି ଲାଭଜନକ ହେବ ବୋଲି କୁହାଯାଉଛି। କାରଣ କୋଭିଡ୍‌ ଯୋଗୁ କମ୍ପାନୀ ବର୍ତ୍ତମାନ ଚାହିଦା ହ୍ରାସର ସମ୍ମୁଖୀନ ହୋଇଛି। ଅନ୍ୟ ଆଣ୍ଡ୍ରଏଡ ଡିଭାଇସ ମେକରଙ୍କ ଭଳି ସାମ୍‌ସଙ୍ଗ ନିଜସ୍ବ ଆପ୍‌ଷ୍ଟୋର ଏବଂ ଡିଜିଟାଲ ଆସିଷ୍ଟାନ୍ସ ପ୍ରସ୍ତୁତ କରିପାରିବ ବୋଲି ଗୁଗଲର ମୁଖପାତ୍ର କହିଛନ୍ତି। ଆଣ୍ଡ୍ରଏଡ ପ୍ଲାଟଫର୍ମରେ ଏହା ଏକ ସର୍ବୋତ୍ତମ ଫିଚର। ୟୁଜର ଅଭିଜ୍ଞତା ବଢାଇବା ଲାଗି ଅଂଶୀଦାରଙ୍କ ସହ ନିୟମିତ ସମ୍ପର୍କରେ ରହିଛୁ। ଏଥିରେ କୌଣସି ପରିବର୍ତ୍ତନ କରିବା ଯୋଜନା ନାହିଁ ବୋଲି ମୁଖପାତ୍ର ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

ଆସନ୍ତାକାଲିଠୁ Flipkart Freedom Sale ଆରମ୍ଭ: ଜାଣନ୍ତୁ ୫ ଧମାକାଦାର ଡିସ୍‌କାଉଣ୍ଟ, କରନ୍ତୁ ନାହିଁ ମିସ୍‌

ନୂଆଦିଲ୍ଲୀ, ୭।୮: Flipkart Freedom Sale ୨୦୨୬ ଆସନ୍ତାକାଲି ଅର୍ଥାତ୍‌ ୮ ଅଗଷ୍ଟରୁ ଆରମ୍ଭ ହେଉଛି। ଯଦି ଆପଣ ଏହି ସେଲ୍‌ରେ ନୂଆ ଫୋନ କିଣିବାକୁ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri