ଗୁଗଲ ପେ’ ବ୍ୟବହାରକାରୀ ଏହି କଥା ଜାଣିବା ନିହାତି ଦରକାର, ନଚେତ୍‌…

ନୂଆଦିଲ୍ଲୀ: ଯଦି ଆପଣ ଗୁଗଲ ପେ’ରୁ ପଇସା ନେଣଦେଣ କରୁଛନ୍ତି ତେବେ ଏହି କଥା ଜାଣିବା ନିହାତି ବହୁତ ଜରୁରୀ । ଡିଜିଟାଲ ପ୍ଲାଟଫର୍ମ ଗୁଗଲ ପେ’ ଆଗାମୀ ବର୍ଷ ଜାନୁୟାରୀରୁ ନିଜ ପିୟର-ଟୁ-ପିୟର ପେମେଣ୍ଟ ସୁବିଧାକୁ ବନ୍ଦ କରିବାକୁ ଯାଉଛି । ଏହା ବଦଳରେ କମ୍ପାନୀ ପକ୍ଷରୁ ଇନ୍‌ଷ୍ଟାଣ୍ଟ ମନି ଟ୍ରାନ୍ସଫର ପେମେଣ୍ଟ ସିଷ୍ଟମ ଯୋଡ଼ା ଯିବ, ଯାହାକୁ ବ୍ୟବହାର କଲେ ଗ୍ରାହକଙ୍କୁ ଚାର୍ଜ ଦେବାକୁ ପଡ଼ିବ ।

ସୂଚନା ଅନୁସାରେ, ଏବେ କମ୍ପାନୀ ଏହି ଚାର୍ଜକୁ ନେଇ କୌଣସି ସୂଚନା ଶେୟାର କରିନି । ବର୍ତ୍ତମାନ ଗ୍ରାହକ ଗୁଗଲ ପେ’ ଆପ ଓ pay.google.com ଉଭୟ ପ୍ଲାଟଫର୍ମ ଜରିଆରେ ଟ୍ରାଞ୍ଜାକ୍ସନ କରିଥାନ୍ତି। କିନ୍ତୁ ଏବେ ଗୁଗଲ ଏକ ନୋଟିସ ଜାରି କରି ୟୁଜର୍ସଙ୍କୁ ନୋଟିଫାଇ କରିଛି କି ତାର ଓ୍ବେବ୍‌ ପେମେଣ୍ଟ ସର୍ଭିସ ଆଗାମୀ ବର୍ଷ ଜାନୁୟାରୀରୁ ଆଉ କାମ କରିବନି ।
9to5Googleର ରିପୋର୍ଟ ଅନୁସାରେ ୨୦୨୧ର ପ୍ରାରମ୍ଭରେ ୟୁଜର୍ସ pay.google.com ପ୍ଲାଟଫର୍ମରେ ଯାଇ ପଇସା ପଠାଇ ପାରିବେନି କିମ୍ବା ପାଇ ପାରିବେନି ମଧ୍ୟ। ପଇସା ଟ୍ରାନ୍ସଫର କରିବା ପାଇଁ ସେମାନଙ୍କୁ ଗୁଗଲ ପେ’ ଆପ ବ୍ୟବହାର କରିବାକୁ ପଡ଼ିବ । ଏହା ବଦଳରେ ଗୁଗଲ ଏକ ନୂଆ ପେମେଣ୍ଟ ଆପ ଆଣିବା ପାଇଁ ପ୍ରସ୍ତୁତ ହେଉଛି । ତେବେ ଦେଖିବାକୁ ରହିଲା ଏଥିରେ କେତେ ଚାର୍ଜ ଲାଗୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri