ଏହି ବ୍ୟକ୍ତି ନ ଥିଲେ ବିଶ୍ୱକୁ ମିଳି ନ ଥାନ୍ତା ‘ଗୁଗୁଲ୍‌’…

ନୂଆଦିଲ୍ଲୀ,୨୭।୯: ଗୁଗୁଲ ଏକ ସର୍ଚ୍ଚ ଇଞ୍ଜିନ। ଏଥିଯୋଗୁ ସାଧାରଣ ଲୋକଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଘଟିଛି। କୌଣସି ବିଷୟରେ ଜାଣିବା ଲାଗି ହେଉ ଅଥବା କିଛି କିଣିବା, ପଢ଼ିବା ଲାଗି ତୁରନ୍ତ ଗୁଗୁଲ୍‌ କରିବାକୁ ପସନ୍ଦ କରୁଛନ୍ତି ଲୋକେ। ୧୯୯୮ରେ ଆରମ୍ଭ ହୋଇଥିବା ଏହି ଗୁଗୁଲ୍‌ ସେପ୍ଟେମ୍ବର ୨୭ ଅର୍ଥାତ ଆଜି ୨୫ ବର୍ଷର ହୋଇଛି।

ଲାରି ପେଜ ଏବଂ ସର୍ଗି ବ୍ରିନ୍‌ ଗୁଗୁଲର ପ୍ରତିଷ୍ଠାତା। ହେଲେ ଏ ଦୁହିଁଙ୍କ ବ୍ୟତିତ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏ କମ୍ପାନୀର ପ୍ରାରମ୍ଭିକ ଦିନରେ ପ୍ରମୁଖ ଭୂମିକା ତୁଲାଇଥିଲେ। ବ୍ୟକ୍ତିଜଣଙ୍କ ହେଉଛନ୍ତି ଆଣ୍ଡି ବେଚଟୋଲ୍‌ସେମ୍‌।

ବିଶ୍ୱର ସବୁଠାରୁ ଧନୀ ତାଲିକାରେ ୧୫୮ତମ ସ୍ଥାନରେ ଥିବା ଆଣ୍ଡିଙ୍କ ନେଟଓ୍ବର୍ଥ ୯୮୨୦୮ କୋଟି ଟଙ୍କା। ସେ ଗୁଗୁଲର ପ୍ରଥମ ନିବେଶକ ଥିଲେ। ୧୯୯୮ ଅଗଷ୍ଟରେ ପେଜ୍‌ ଏବଂ ବ୍ରିନ୍‌ଙ୍କୁ ସେ ୧ ଲକ୍ଷ ଡଲାରର ଚେକ୍‌ ଦେଇଥିଲେ। ଏଥିରୁ ହିଁ ପେଜ୍‌ ଏବଂ ବ୍ରିନ୍‌ ଆଗକୁ ବଢ଼ିଥିଲେ। ନିବେଶକ ଭାବେ ପାଣ୍ଠି ଦେବା ଯୋଗୁ ଗୁଗୁଲ ଟିମ୍‌ ହଷ୍ଟେଲରୁ ନିଜର ପ୍ରଥମ ଅଫିସ ନିର୍ମାଣ କରିଥିଲେ।

ଆଣ୍ଡି ଜର୍ମାନୀର ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର, ବ୍ୟବସାୟୀ ଏବଂ ନିବେଶକ। ୧୯୮୨ରେ ପ୍ରତିଷ୍ଠିତ ସନ୍‌ ମାଇକ୍ରୋସିଷ୍ଟମ୍‌ର ସେ ସହପ୍ରତିଷ୍ଠାତା ଏବଂ ଏହାର ମୁଖ୍ୟ ହାଡ୍‌ଓ୍ବେୟାର ଡିଜାଇନର।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରି ହତ୍ୟାକାଣ୍ଡ: ପୁଅ ପରେ, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବାପା

ଭୁବନେଶ୍ୱର,୩୦।୬: ରାଜଧାନୀର ବହୁଚର୍ଚ୍ଚିତ ଖଣ୍ଡଗିରି ହତ୍ୟାକାଣ୍ଡରେ ମୃତକଙ୍କ ପରିବାରକୁ ଆଉ ଏକ ବଡ଼ ଝଟକା ଲାଗିଛି। ହତ୍ୟାକାଣ୍ଡ ସମୟରେ ପୁଅଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଥିବା…

ଜାତୀୟ ରାଜପଥରୁ ମିଳିଲା ଅଚିହ୍ନା ମୃତଶରୀର: ବଢୁଛି ସନ୍ଦେହ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବରଗଡ-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ଅମାଠ ଛକଠାରେ ରାସ୍ତା ଉପରେ ଏକ ଅଚିହ୍ନା ମୃତଶରୀର ମଙ୍ଗଳବାର ପଡ଼ିଥିବାର…

Women’s T20 World Cup 2026 Prize Money: ବିଜୟୀ ଟିମ ଉପରେ ହେବ କୋଟି କୋଟି ଟଙ୍କା ବର୍ଷା, ଉପ ବିଜେତାବି ହେବେ ମାଲାମାଲ

ନୂଆଦିଲ୍ଲୀ,୩୦।୬: ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ବହୁ ପୂର୍ବରୁ ICC ମହିଳା T20 ବିଶ୍ୱକପ 2026 ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା। ଏହି ସଂସ୍କରଣ ପାଇଁ ମୋଟ…

କ୍ରିକେଟରଙ୍କ ବିରୋଧରେ ଘରୋଇ ସହାୟକଙ୍କୁ ଆକ୍ରମଣ ଅଭିଯୋଗ, ତାଙ୍କ ବାପା-ଡ୍ରାଇଭରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ

ନୂଆଦିଲ୍ଲୀ,୩୦।୬: ଆଇପିଏଲରେ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା ଶଶାଙ୍କ ସିଂହ ଏବେ ଏକ ଭିନ୍ନ କାରଣ ପାଇଁ ଖବରର ଶିରୋନାମା ପାଲଟିଛନ୍ତି। ଭୋପାଳରେ ତାଙ୍କ ବିରୋଧରେ ଏକ…

ହୁମ୍ମା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ସାଇକେଲରେ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ…

ଗଞ୍ଜାମ,୩୦।୬(ଅନାଥ ତରାଇ): ହୁମ୍ମା ଓଭରବ୍ରିଜ୍ ଜାତୀୟ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ,…

ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ:୫ ସ୍ଥାନରେ ଖାନତଲାସି ଜାରି

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ଆୟ ବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର) ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ…

‘କକ୍ରୋଚ ଜନତା ପାର୍ଟି’କୁ ନେଇ ପ୍ରଥମ ବିବୃତ୍ତି ଜାରି କଲା ଭାଜପା, ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୬: ‘କକ୍ରୋଚ ଜନତା ପାର୍ଟି’ (CJP) ସମ୍ପ୍ରତି ଦେଶରେ ଆଲୋଚନାର ବିଷୟ ପାଲଟିଛି। ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହ ଜଡିତ ଥିବାରୁ ଏହି ଦଳ ଚର୍ଚ୍ଚାରେ ରହିଛି।…

ଆନ୍ଧ୍ର ପୋଲିସ ମାଡ଼ରେ ୨ ଓଡ଼ିଆ ଯୁବକ ଗୁରୁତର, ଗଞ୍ଜେଇ ଚାଲାଣକାରୀ କହି ଉଠାଇ ନେଇଥିବା ଅଭିଯୋଗ

ନନ୍ଦପୁର,୩୦।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତ ସୁରୁମି ଗ୍ରାମର ୨ ଯୁବକଙ୍କୁ ଆନ୍ଧ୍ର ମୁଚିମପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri