Posted inUncategorized

ସାରା ବିଶ୍ୱରେ ଗୁଗୁଲ୍‌ ସେବା ଠପ୍; ଖୋଲୁନି ସର୍ଚ୍ଚ, ୟୁଟ୍ୟୁବ, କ’ଣ ଆପଣଙ୍କୁ ବି…

ନୂଆଦିଲ୍ଲୀ,୪।୯: ବିଶ୍ୱର କିଛି ଦେଶରେ ଠପ୍‌ ହୋଇଛି ଗୂଗଲର ମୁଖ୍ୟ ସେବା, ଯେପରିକି ଗୂଗଲ ସର୍ଚ୍ଚ ଓ ୟୁଟ୍ୟୁବ। ଏହା ଫଳରେ ବୁଧବାର ଶତାଧିକ ଉପଭୋକ୍ତା ଏହି ପ୍ଲାଟଫର୍ମଗୁଡ଼ିକୁ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା କୌଣସି ଦେଶର ଇଣ୍ଟରନେଟ ନିଷେଧ ନୀତି କିମ୍ବା ସରକାରୀ ପ୍ରତିବନ୍ଧକ କାରଣରୁ ହୋଇନାହିଁ, ବରଂ ଏହା ଏକ ତାନ୍ତ୍ରିକ ତ୍ରୁଟି ଯୋଗୁ ଘଟିଥିବା ଜଣାପଡ଼ିଛି।

ଆଉଟେଜ୍‌ ଟ୍ରାକିଂ ୱେବସାଇଟ Downdetector ଅନୁଯାୟୀ, ଅଭିଯୋଗଗୁଡ଼ିକ ମଧ୍ୟରୁ ୫୨% ଗୂଗଲ ସର୍ଚ୍ଚ ସହ ଜଡ଼ିତ। ସେହିଭଳି ୩୫% ଉପଭୋକ୍ତା ୱେବସାଇଟ୍‌କୁ ପ୍ରବେଶ କରିବାରେ ଅସମର୍ଥ ହେଉଥିବା ବେଳେ ୧୩% ଅଭିଯୋଗ ଅନ୍ୟାନ୍ୟ ଯାନ୍ତ୍ରିକ ସମସ୍ୟା ସହ ଜଡ଼ିତ ରହିଛି।

Downdetector ରେ ଏପର୍ଯ୍ୟନ୍ତ ୪୦୪ରୁ ଅଧିକ ଅଭିଯୋଗ ପଞ୍ଜୀକୃତ ହୋଇଛି। ଏହି ଆଉଟେଜ ଦିନ ପ୍ରାୟ ୧୨:୪୫ରେ ଆରମ୍ଭ ହୋଇଥିଲା। ଗୂଗଲ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ, କିନ୍ତୁ ସୋସିଆଲ ମିଡିଆ ପ୍ଲାଟଫର୍ମ X (ଟୱିଟର) ରେ #GoogleDown ହ୍ୟାଶଟ୍ୟାଗ ସହିତ ଉପଭୋକ୍ତାମାନେ ନିଜର ଅସୁବିଧା ଓ ଅସନ୍ତୋଷ ପ୍ରକାଶ କରୁଛନ୍ତି।

ଜଣେ ଉପଭୋକ୍ତା ଲେଖିଛନ୍ତି, ଆମେରିକା ଓ ୟୁରୋପର କିଛି ଅଞ୍ଚଳରେ ଗୂଗଲ ବନ୍ଦ ହୋଇଯାଇଛି। ଗୂଗଲ ଅନେକ ଦେଶରେ ରହସ୍ୟମୟ ଭାବେ ଡାଉନ ହୋଇଛି। ଆମେରିକାର ବଡ଼ ସହରଗୁ ଡ଼ିକ ଓ ପୂର୍ବ ୟୁରୋପରେଅଭିଯୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସର୍ଚ, ଜିମେଲ ଓ ଅନ୍ୟାନ୍ୟ ସେବାଗୁଡ଼ିକରେ ବାଧା ସୃଷ୍ଟି ହେଉଛି ଏବଂ କାହାକୁ ବି ସଠିକ କାରଣ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ବିଷାକ୍ତ ଶିଳ୍ପର ଯାତ୍ରା

ମାନବ ସଭ୍ୟତାର ସବୁଠାରୁ ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ଶିଳ୍ପ ଏବଂ ଲାଭ ପାଇଁ ଭୋକ ବୃଦ୍ଧି ପାଇଛି, ସେତେବେଳେ ପ୍ରଥମେ ମାନବ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୨୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୯।୨: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ପରିସ୍ଥିତି ସ୍ପଷ୍ଟ କରିବା ପାଇଁ…

ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri