Odisha Elections 2024

ଖୁସି ଖବର: ପିଏଫ ଆକାଉଣ୍ଟକୁ ଆସିଲା ଟଙ୍କା, କିପରି କରିବେ ବାଲାନ୍ସ ଯାଞ୍ଚ୍‌ ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୧୧: ଇପିଏଫଓ ହିତାଧିକାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ ପକ୍ଷରୁ ଏହାର ହିତାଧିକାରୀଙ୍କ ପାଇଁ ୨୦୨୨-୨୩ ପାଇଁ ସୁଧ ହାର ଆକାଉଣ୍ଟକୁ ପଠାଇବା ଆରମ୍ଭ କରିଛି। ଇପିଏଫଓ ଆକାଉଣ୍ଟରେ ସୁଧ ହାର ହେଉଛି ୮.୨ ପ୍ରତିଶତ। ଯାହା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ସହିତ ପ୍ରତିବର୍ଷ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ସ୍ଥିର ହୋଇଥାଏ। ୨୦୨୩ବର୍ଷ ବିଷୟରେ କଥାବାର୍ତ୍ତା କରି ସରକାର ଜୁନ ମାସରେ ଏହାର ସୁଧ ହାର ଘୋଷଣା କରିଥିଲେ।

ସୋସିଆଲ ମିଡିଆରେ କର୍ମଚାରୀମାନେ କ୍ରମାଗତ ଭାବରେ ଇପିଏଫଓକୁ ପଚାରୁଥିଲେ ସେମାନଙ୍କ ଆକାଉଣ୍ଟକୁ ସୁଧ କେବେ ସ୍ଥାନାନ୍ତର ହେବ। ଏହା ଉପରେ ଇପିଏଫଓ କହିଛି ଏହାର ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସମସ୍ତ ଆକାଉଣ୍ଟଧାରୀମାନେ ଚଳିତ ବର୍ଷ ସୁଧ ଟଙ୍କା ପାଇବେ।

ତେବେ କିପରି ପିଏଫ ବାଲାନ୍ସ ଯାଞ୍ଚ କରିପାରିବ । ଏଥିପାଇଁ ହିତାଧିକାରୀ ମେସେଜ, ମିସ କଲ କିମ୍ବା ଉମଙ୍ଗ ଆପର ସାହାଯ୍ୟ ନେଇପାରିବେ। ମେସେଜ ପାଇଁ ୭୭୩୮୨୯୯୮୯୯ ବ୍ୟବହାର କରିହେବ। ଏଥିସହ, ଯଦି ଏକ ମିସ କଲ ମାଧ୍ୟମରେ ବାଲାନ୍ସ ଯାଞ୍ଚ କରିବାକୁ ଚାହୁଁଥିବା ହିତାଧିକାରୀ ପଞ୍ଜୀକୃତ ମୋବାଇଲରୁ ୦୧୧-୨୨୯୦୧୪୦୬ରେ ଏକ ମିସ କଲ ଦେଇ ବାଲାନ୍ସ ଯାଞ୍ଚ କରି ହେବ।

ଉମଙ୍ଗ ଆପରେ ଇପିଏଫଓ ବିଭାଗକୁ ଯାଇ ଭ୍ୟୁ ପାସବୁକ ଚୟନ କରିବାକୁ ପଡିବ। ଏହା ପରେ, କର୍ମଚାରୀ ସେଣ୍ଟ୍ରିକ ସେବା ଉପରେ କ୍ଲିକ କରିବାକୁ ପଡିବ ଏବଂ ଓଟିପି ଦାଖଲ କରିବାକୁ ପଡିବ। ଯାହା ପଞ୍ଜୀକୃତ ମୋବାଇଲରେ ଆସିବ। ଏହା ଦାଖଲ କରିବା ମାତ୍ରେ ତୁମର ପିଏଫ ବାଲାନ୍ସ ଦେଖିହେବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ କହିଥିବା ପ୍ରତିଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବି; ଭାବବିହ୍ବଳ ହୋଇ ଏଭଳି କହିଲେ ରାହୁଲ…

ରାଏବରେଲି,୧୭।୫: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଶୁକ୍ରବାର ରାଏବରେଲିରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପୁଅ ରାହୁଲଙ୍କୁ ଆପଣମାନଙ୍କୁ ଦେଉଛି, ତାଙ୍କ କଥା ବୁଝିବେ...

ଫୁଲମାଳ ପକେଇବା ବାହାନାରେ କହ୍ନେୟା କୁମାରଙ୍କୁ ମାଡ଼, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୭।୫: କଂଗ୍ରେସର ଲୋକ ସଭା ପ୍ରାର୍ଥୀ କହ୍ନେୟା କୁମାରଙ୍କ ଉପରେ ହୋଇଛି ଆକ୍ରମଣ। ଉତ୍ତର ପୂର୍ବ ଦିଲ୍ଲୀରେ କହ୍ନେୟା ପ୍ରଚାର କରୁଥିବା ବେଳେ କିଛି ଯୁବକ...

ନିର୍ବାଚିତ ହେଲେ ଅମେଠି, ରାଏବରେଲିକୁ ସମାନ ଭାବେ ଦେଖିବି: ରାହୁଲ

ଅମେଠି,୧୭ା୫: ରାଏବରେଲିରୁ ନିର୍ବାଚିତ ହେଲେ ଉଭୟ ଅମେଠି ଓ ରାଏବରେଲିର ବିକାଶ ପାଇଁ ସମାନ ଧ୍ୟାନ ଦେବେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି।...

ଭାଜପାର ଏଜେଣ୍ଟ କହିବାରୁ ସ୍ବାତୀ ମାଲିଓ୍ବାଲଙ୍କ କାଉଣ୍ଟର, କେଜରିଓ୍ବାଲଙ୍କୁ କହିଲେ ଗୁଣ୍ଡା

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟିର ଅଡ଼ୁଆ ବଢିବାରେ ଳାଗିଛି। କାରଣ ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କ ବିବାଦ ଏବେ ଉଗ୍ର ରୂପରେ ମୁଣ୍ଡ ଟେକିବାରେ...

ମମତାଙ୍କୁ ‘ଆପଣଙ୍କ ଦାମ କେତେ’ ପଚାରି ଅଡ଼ୁଆରେ ଭାଜପା ପ୍ରାର୍ଥୀ

ନୂଆଦିଲ୍ଲୀ,୧୭ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲକ୍ଷ୍ୟ କରି ଭାଜପା ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟ ଦେଇଥିବା ମନ୍ତବ୍ୟ ଉପରେ ନିର୍ବାଚନ କମିଶନ (ଇସି) ତାଙ୍କୁ କାରଣ...

‘ସ୍ବାତୀ ମାଲିଓ୍ବାଲ ଭାଜପାର ମୋହରା’

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କ ମାମଲା ଦିନକୁ ଦିନ ବିବାଦ ଘେରକୁ ଟାଣି ହେବାରେ ଲାଗିଛି। ଯେଉଁଥିରେ ଏଏପି...

ଏଥିପାଇଁ ସାମ୍ବାଦିକ ସମ୍ମିଳନୀ କରନ୍ତିନି ପ୍ରଧାନମନ୍ତ୍ରୀ ମୋଦି, କହିଲେ ବଡ଼ କାରଣ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତିନି, ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ କାହିଁକି ସେ ଖୁବ...

ସ୍ବାତୀ ମାଲିଓ୍ବାଲ କିଏ? ସ୍ବାମୀଙ୍କଠାରୁ ଅଲଗା; କିଭଳି କରିଥିଲେ ରାଜନୀତିରେ ଏଣ୍ଟ୍ରି..ଯାହା ପାଇଁ ଏବେ ଅଡୁଆରେ ଏଏପି…

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟି(ଏଏପି) ପକ୍ଷରୁ ରାଜ୍ୟ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ସ୍ବାତୀ ମାଲିଓ୍ବାଲଙ୍କ ସହ ଜଡ଼ିତ ଅସଦାଚରଣ ମାମଲା ଚର୍ଚ୍ଚାରେ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri