ଖୁସି ଖବର: ସୁନା ହେବ ଶସ୍ତା, ସରକାର ନେଲେ ଏହି ବଡ ପଦକ୍ଷେପ…

ନୂଆଦିଲ୍ଲୀ,୨୭।୧୨ : ଲୋକଙ୍କ ପାଇଁ ଖୁସି ଖରବ ଦେଶରେ ସୁନା ଅଳଙ୍କାରର ମୂଲ୍ୟ ହ୍ରାସ ହେବାକୁ ଯାଉଛି। ଏ ବାବଦରେ ମୋଦି ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରୁ ବିପୁଳ ପରିମାଣର ସୁନା ଆମଦାନୀ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଅନୁଯାୟୀ, ସୁନା ୟୁଏଇରୁ ରିହାତି ମୂଲ୍ୟରେ ଆମଦାନୀ ହେବ। ଅଧିକାଂଶ ସୁନା ଦେଶକୁ ଆମଦାନୀ ହୋଇଥାଏ। ଏହା ଅନୁଯାୟୀ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ରୁ ସୁନା ଆମଦାନୀ କରିବାକୁ ଅନୁମତି ପ୍ରାପ୍ତ ଜୁଏଲର୍ସ ବ୍ୟାଙ୍କଗୁଡ଼ିକୁ ସରକାର ଅନୁମତି ଦେଇଛନ୍ତି।

୨୦୨୩-୨୪ ବର୍ଷରେ ଭାରତରେ ୧୪୦ ଟନ ସୁନା ଆମଦାନୀ ପାଇଁ ଏକ ପ୍ରତିଶତ ଡ୍ୟୁଟି ସୁବିଧା ଦେବାକୁ ନିଷ୍ପତ୍ତି ନିଆଯାଇଛି। ରାଜସ୍ବ ବିଭାଗ ନିକଟରେ ଏକ ବିଜ୍ଞପ୍ତି ଜାରି କରି କହିଛି ଶୁଳ୍କ ହାର କୋଟାର ଲାଭ ପାଇବାକୁ ଯୋଗ୍ୟତା ମାନଦଣ୍ଡ ଦିଆଯାଇଛି। ଜଣେ ସରକାରୀ ଅଧିକାରୀ କହିଛନ୍ତି ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣ ଯୋଗ୍ୟ ଅଳଙ୍କାରଗୁଡ଼ିକୁ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ବୁଲିଅନ ଏକ୍ସଚେଞ୍ଜ ମାଧ୍ୟମରେ ସୂଚନା ଦେଇଛି।

ବାଣିଜ୍ୟ ଚୁକ୍ତି ଅନୁଯାୟୀ, ୟୁଏଇ ଭାରତକୁ ତୁରନ୍ତ ଶୁଳ୍କ ମୂଲ୍ୟ କୋଟା ବଦଳରେ ସୁନା ଅଳଙ୍କାର ରପ୍ତାନି ପାଇଁ ତୁରନ୍ତ ଶୂନ ଡ୍ୟୁଟି ବଜାର ପ୍ରବେଶ ପ୍ରଦାନ କରିଛି, ଯାହା ପୂର୍ବରୁ ୫ ପ୍ରତିଶତ ଆମଦାନୀ ଶୁଳ୍କ ଥିଲା। ୨୦୨୨-୨୩ରେ ୧୧୦ଟନ ସୁନା ଏବଂ ୨୦୨୩-୨୪ ରେ୧୪୦ ଟନ ସୁନା ଆମଦାନୀ ସ୍ଥିର ହୋଇଛି। ଆଗାମୀ ୫ ବର୍ଷରେ ସୁନା ଆମଦାନୀ ଧୀରେ ଧୀରେ ୨୦୦ ଟନକୁ ବୃଦ୍ଧି ପାଇବ। ବାଣିଜ୍ୟ ବିଶେଷଜ୍ଞମାନେ କହିଛନ୍ତି ବର୍ତ୍ତମାନ ଭାରତୀୟ ଆମଦାନୀକାରୀମାନେ ୟୁଏଇରୁ ୧୫ ପ୍ରତିଶତ ବଦଳରେ ୧୪ ପ୍ରତିଶତ ଟିକସ ଦେଇ ସୁନା ଆମଦାନୀ କରିପାରିବେ।

ଏ ବାବଦରେ ଫେଡେରେଶନ ଅଫ ଇଣ୍ଡିଆନ ରପ୍ତାନି ସଂଗଠନର ମହାନିର୍ଦ୍ଦେଶକ ଅଜୟ ସାହା କହିଛନ୍ତି ସରକାର ଦେଇଥିବା ଆମଦାନୀ ଟ୍ୟାକ୍ସରେ ୧ ପ୍ରତିଶତ ରିହାତି ସୁନା ଅଳଙ୍କାରର ମୂଲ୍ୟ ହ୍ରାସ କରିବ। ରତ୍ନ ଅଳଙ୍କାର ରପ୍ତାନି ପ୍ରୋତ୍ସାହନ ପରିଷଦର ଉତ୍ତର ଅଞ୍ଚଳର ଅଧ୍ୟକ୍ଷ ଅଶୋକ ସେଠ କହିଛନ୍ତି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଅନୁଯାୟୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?