ନିର୍ବାଚନ ପୂର୍ବରୁ ରାଶନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସିଖବର: ମିଳିବ ଅଧିକ ୫ କେଜି ଲେଖାଏଁ ଚାଉଳ!

ଭୁବନେଶ୍ୱର,୧୫।୧୦: ରାଶନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସିଖବର। ରାଶନକାର୍ଡ ହିତାଧିକାରୀଙ୍କୁ ମିଳିପାରେ ଅଧିକ ୫ କେଜି ଲେଖାଏଁ ଚାଉଳ। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏ ନେଇ ଆଶା ଦେଖାଇଛିନ୍ତି। ତେବେ ସେ କହିଛନ୍ତି, ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି, ଚିନ୍ତା କରାଯାଉଛି। ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ସମସ୍ତ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ଦେବାକୁ ଚିନ୍ତା କରାଯାଉଛି। ଆମେ ଚାହୁଁଛୁ ଗରିବ ଲୋକମାନେ ଅଧିକ ଚାଉଳ ପାଆନ୍ତୁ। ରାଜ୍ୟ ସରକାର ନିଜସ୍ବ ଖର୍ଚ୍ଚରେ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି ବୋଲି କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।