ଯାତ୍ରୀଙ୍କ ପାଇଁ ଖୁସିଖବର: ଫୁଲବାଣୀରେ ଗଡ଼ିଲା ଲଷ୍ମୀ ବସ୍‌

ଫୁଲବାଣୀ,୧୯।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ସୋମବାର ଆରମ୍ଭ ହୋଇଛି ଲଷ୍ମୀ ବସ୍‌ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭରର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଏହି ବସ୍‌ ପ୍ରତି ପଞ୍ଚାୟତରୁ ବ୍ଳକ ମୁଖ୍ୟାଳୟକୁ ଗଡ଼ିବ। ଏହି ସେବା ଦ୍ୱାରା ଛାତ୍ରୀଛାତ୍ର ଏବଂ ମହିଳାଙ୍କ ସହ ଜନସାଧାରଣ ଉପକୃତ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନୀ ଉତ୍ସବରେ କହିଛନ୍ତି।

ସାଧାରଣ ଲୋକଙ୍କ ସହ ଛାତ୍ରୀଛାତ୍ରମାନେ ସ୍କୁଲ କିମ୍ବା କଲେଜକୁ ଲକ୍ଷ୍ମୀ ବସ୍‌ ମାଧ୍ୟମରେ ମାତ୍ର ୫ ଟଙ୍କା ଦେଇ ଯାତାୟତ କରିପାରିବେ। ଏପରିକି ଏହି ବସ୍‌ ସେବା ଦୁର୍ଗମ ଅଞ୍ଚଳକୁ ମଧ୍ୟ ଗମନାଗମନ ସୁଗମ୍ୟ ହୋଇପାରିବ । ସେହିପରି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳା, ମିଶନ ଶକ୍ତି ମହିଳାମାନେ ମଧ୍ୟ ୫ ଟଙ୍କାରେ ଯାତ୍ରା କରି ପାରିବେ ।

ଲକ୍ଷ୍ମୀ ବସ୍‌ ଦ୍ୱାରା ଗ୍ରାମାଞ୍ଚଳରେ ଯାତାୟତ ସୁଗମ ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। କନ୍ଧମାଳ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୨୭ଟି ବସ୍‌ ଆସିଥିବା ବେଳେ ଆଉ ୨୩ଟି ବସ୍‌ ଆସିବ। ଜିଲାରେ ମୋଟ ୫୦ଟି ଲକ୍ଷ୍ମୀ ବସ୍‌ ୧୭୧ ପଞ୍ଚାୟତରେ ଗଡ଼ିବ। ଏହା ଦ୍ୱାରା ଲକ୍ଷାଧିକ ଲୋକେ ଉପକୃତ ହେବେ । ମିଶନ ଶକ୍ତି ମହିଳାଙ୍କୁ ରୋଜଗାର ଦେବା ପାଇଁ ଏହି ବସ୍‌ ପରିଚାଳନା ଭାର ମହିଳାଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ।

କନ୍ଧମାଳ ଷ୍ଟାଡ଼ିୟମଠାରେ ସ୍ବତନ୍ତ୍ର ସଭାର ଆୟୋଜନ ହୋଇଥିଲା। ଏଥିରେ ଉପ ବାଚସ୍ପତି ସାଲୁଗା ପ୍ରଧାନ, କନ୍ଧମାଳ ଏମ୍‌ପି ଅଚ୍ୟୁତ ସାମନ୍ତ, ଏସ୍‌ଡିସି ଅଧ୍ୟକ୍ଷ ରୋଦନ ମଲିକ, ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର, ଫୁଲବାଣୀ ବିଧାୟକ ଅଂଗଦ କହଁର, ଜିଲା ପରିକ୍ଷଦ ଅଧ୍ୟକ୍ଷା ଶୁସ୍ରୀ ନନ୍ଦୀନି ମଳିକ ଓ କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ଅନୁଦାନରୁ ବଞ୍ଚିତ ଅଧ୍ୟାପକମାନଙ୍କ ସମନ୍ୱୟ ସମିତି ବୈଠକ: ସରକାରୀ ପ୍ରତିଶ୍ରୁତିକୁ ନେଇ କ୍ଷୋଭ

ଭୁବନେଶ୍ୱର/ମହାକାଳପଡ଼ା,୨୦ା୮: ରାଜ୍ୟର ଅନୁଦାନରୁ ବଞ୍ଚିତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ନେଇ ଭୁବନେଶ୍ୱର ସ୍ଥିତ ଆର୍ଯ୍ୟ ମନ୍ଦିରଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।…

ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ବିଧାନସଭା ଗୃହ କମିଟି: ବିକାଶ କାର୍ଯ୍ୟର…

ପୁରୁଷୋତ୍ତମପୁର,୨୦ା୮(ସବିତା ମିଶ୍ର): ଓଡ଼ିଶା ବିଧାନସଭା ଗୃହ କମିଟି (ସବମିସନ୍) ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ଅବସରରେ ଗୁରୁବାର ସନ୍ଧ୍ୟାରେ ମା’ ତାରାତାରିଣୀଙ୍କ ପୀଠ ପରିଦର୍ଶନ କରିଛନ୍ତି। କମିଟି…

ଥୁଆମୂଳ ରାମପୁରରେ ରାସନ ଚାଉଳ ଓଜନରେ ହେରଫେର୍: ଏମ୍‌ଆଇଙ୍କ ତଦନ୍ତ ପରେ ମେସିନ୍ ବନ୍ଦ, ବଳକା ଚାଉଳ ଯାଉଛି କୁଆଡ଼େ?

ଥୁଆମୂଳ ରାମପୁର,୨୦ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତରେ ପିଡିଏସ (PDS) ରାସନ ଚାଉଳ ଓଜନରେ ବ୍ୟାପକ ହେରଫେର୍ ନେଇ ଗୁରୁବାର ଗୁରୁତର ଅଭିଯୋଗ ସାମ୍ନାକୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

ଘରୋଇ ବସ୍‌ର ଦାଦାଗିରି: ହାଇଦ୍ରାବାଦରୁ ଟିକେଟ୍ କାଟିଥିବା ଯାତ୍ରୀଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲେ,ଆମପାଣିରେ…

କୋକସରା,୨୦ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଘରୋଇ ବସ୍ କର୍ମଚାରୀଙ୍କ ଦବଙ୍ଗଗିରି। ପୂରା ରାସ୍ତାର ଟିକେଟ୍ କାଟି ଅଧା ବାଟରେ ଯାତ୍ରୀଙ୍କୁ ଓହ୍ଲାଇ ଦେବା ଭଳି ଅଭାବନୀୟ ଦୃଶ୍ୟ ଗୁରୁବାର…

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

ଏହି ଜିଲାରେ ବନ୍ଦ ରହିବ ୨୦୫ ସ୍କୁଲ, ୨୬୫ ଅଙ୍ଗନୱାଡି କେନ୍ଦ୍ର, ଜାଣନ୍ତୁ

ଭଦ୍ରକ,୨୦।୮(ସନାତନ ରାଉତ): ଭଦ୍ରକ ଜିଲାରେ ଜାରି ରହିଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ୪ ବ୍ଲକର ୨୦୫ ସ୍କୁଲ ଓ ୨୬୫ ଅଙ୍ଗନୱାଡି କେନ୍ଦ୍ର ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri