ଖିଲାପକାରୀଙ୍କୁ ସୁହାଇବ ଆଚରଣବିଧି

ଭୁବନେଶ୍ୱର,୧୮।୩ (ବନ୍ଦନା ସେଠୀ): ୨୦୨୩-୨୪ ଆର୍ଥିକ ବର୍ଷର ରାଜସ୍ବ ଆଦାୟ ଲକ୍ଷ୍ୟ ପୂରଣ ନେଇ ଏବେ ବିଏମ୍‌ସି ଅଧିକାରୀ ଚିନ୍ତାରେ। ଆର୍ଥତ୍କ ବର୍ଷ ପୂରିବାକୁ ଆଉ ଅଳ୍ପଦିନ ଥିବାବେଳେ ଏବେସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୫୦% ରାଜସ୍ବ ମଧ୍ୟ ଆଦାୟ ହୋଇପାରିନାହିଁ। ଗୋଟିଏ ପଟେ ଟ୍ୟାକ୍ସ କଲେକ୍ଟର ତଥା ୱାର୍ଡ ଅଫିସରଙ୍କୁ ଟାର୍ଗେଟ ପୂରଣ କରିବାକୁ ପରୱାନା ଜାରି କରାଯିବା ସହ ଦରମା ବନ୍ଦ ନେଇ ଚେତାବନୀ ଦିଆଯାଇଛି। ମାତ୍ର ସରକାରୀ କାମ ଓ ଚାପରୁ ଫୁର୍‌ସତ ମିଳୁ ନ ଥିବାରୁ ଟିକସ ଆଦାୟ ପ୍ରଭାବିତ ହୋଇଥିବା କୁହାଯାଉଛି। ଏବେ ଓ୍ବାର୍ଡ ଅଫିସର ଏବଂ ଜୋନାଲ୍‌ ଡେପୁଟି କମିଶନରଙ୍କୁ ନିର୍ବାଚନ ଲାଗି ପ୍ରସ୍ତୁତ କରାଯାଉଛି। ଏପରିସ୍ଥିତିରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଯାଇଥିବାରୁ ଏବେ ଆଉ ଟିକସଦାତାମାନଙ୍କୁ କୌଣସି ପ୍ରକାରର ବାଧ୍ୟ କରାଯାଇପାରିବ ନାହିଁ। କେବଳ ଯାହା ସଚେତନ କରାଯିବ ବୋଲି ସୂଚନା ମିଳିଛି। ତେଣୁ କଙ୍କଡ଼ାକୁ ଗୋଳିଆ ପାଣି ସୁହାଇଲା ଭଳି ଖିଲାପକାରୀଙ୍କୁ ନିର୍ବାଚନ ଆଳ ସୁହାଇବ ବୋଲି ଆଶଙ୍କା କରାଯାଉଛି। ଏପରିସ୍ଥିତିରେ ବିଏମ୍‌ସିର ରାଜସ୍ବ ଲକ୍ଷ୍ୟ ପୂରଣ ଆଶା କ୍ଷୀଣ ହେବାରେ ଲାଗିଛି।
ଗତ ୧୪ ତାରିଖରେ ବିଏମସି ୫୫ଜଣ ବଡ଼ ଖିଲାପକାରୀଙ୍କ ତାଲିକା ନିଜ ଓ୍ବେବ୍‌ସାଇଟ୍‌ରେ ପ୍ରକାଶ କରିଥିଲା। ଏମାନଙ୍କଠାରୁ ବିଏମସି ମୋଟ୍‌ ୨୯,୫୦,୪୧,୬୪୩.୫୧ କୋଟି ଟଙ୍କା ପାଇବ। ଓ୍ବେବ୍‌ସାଇଟ୍‌ରେ ତଥ୍ୟ ପ୍ରକାଶ କରିବା ପରେ ଖିଲାପକାରୀଙ୍କ ବିରୋଧରେ ବିଏମ୍‌ସି କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆଶା ଦେଖାଦେଇଥିଲା। ମାତ୍ର ନିର୍ବାଚନ ଆଚରଣବିଧି ନାମରେ ଏବେ ଆଉ ସେଭଳି କିଛି ହେବାଭଳି ମନେ ହେଉ ନ ଥିବା କେତେଜଣ ଓ୍ବାର୍ଡଅଫିସର କହିଛନ୍ତି। ସେହିପରି ଯଦି ଏହି ତାଲିକା ଆଉ କିଛିଦିନ ଆଗରୁ ପ୍ରକାଶ ପାଇଥାନ୍ତା ତେବେ ହୁଏତ କିଛି ହୋଇପାରିଥାନ୍ତା ବୋଲି କୁହାଯାଇଛି।
ଅପରପକ୍ଷେ ଗତବର୍ଷ ଆର୍ଥତ୍କ ବର୍ଷରେ ବିଏମ୍‌ସି ମୋଟ୍‌ ୨୭୭ କୋଟି ଟଙ୍କାର ରାଜସ୍ବ ଆଦାୟ ଲକ୍ଷ୍ୟ ରଖିଥିଲା। ସେଥି ମଧ୍ୟରେ ୧୨୦ କୋଟି ହୋଲ୍ଡିଂ ଟିକସ ଥିବାବେଳେ ୧୫୦ କୋଟି ଅନ୍ୟାନ୍ୟ ଟିକସ ରହିଥିଲା। ପରେ ହୋଲ୍ଡିଂ ଟିକସ ଲକ୍ଷ୍ୟକୁ ୮୦କୋଟିକୁ ଖସାଇ ଦିଆଯାଇଥିଲା। ଏହାବାଦ୍‌ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ମାର୍ଚ୍ଚ ୪ ବେଳକୁ ପ୍ରତିଓ୍ବାର୍ଡରେ ରାଜସ୍ବ ରଥ ବୁଲିବା ସହ ଜୋନ୍‌ ସ୍ତରରେ ସ୍ବତନ୍ତ୍ର କ୍ୟାମ୍ପ ଆୟୋଜନ କରାଯାଇଥିଲା। ଟିକସଦାତାମାନେ ସହଜରେ ଆସି ସେମାନଙ୍କ ଟିକସ ପଇଠ କରିପାରିବାର ବ୍ୟବସ୍ଥା ହୋଇଥିଲା। ଏଥିସହ ଓ୍ବାର୍ଡଅଫିସରମାନେ ଘରକୁ ଘର ବୁଲି କ୍ୟୁ-ଆର୍‌ କୋଡ୍‌ ସାହାଯ୍ୟରେ ଟିକସ ସଂଗ୍ରହ କରିବାକୁ ବିଏମ୍‌ସି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ଏପରିକି ପୂର୍ବବର୍ଷର ଖିଲାପକାରୀଙ୍କଠାରୁ ରାଜସ୍ବ ଆଦାୟ ପାଇଁ କିନ୍ନରମାନଙ୍କୁ ନିୟୋଜିତ କରାଯାଇଥିଲା। ତେବେ ଗତବର୍ଷଠାରୁ ଚଳିତ ବର୍ଷ ପ୍ରାୟ ଦୁଇଗୁଣ ଅର୍ଥାତ୍‌ ୧୫୫କୋଟି ଟଙ୍କାର ହୋଲ୍ଡିଂ ଟିକସ ଆଦାୟ ଲକ୍ଷ୍ୟ ରଖିଥିଲେ ମଧ୍ୟ ସେପରି କିଛି ହୋଇପାରିଲା ନାହିଁ। ପୁଣି ନିର୍ବଚନ ଆଚରଣବିଧି ଲାଗୁ ହୋଇ ଯାଇଥିବାରୁ କେବଳ ସଚେତନତା ଗାଡ଼ି ବୁଲାଇବା ବ୍ୟତୀତ ଆଉ କିଛି କରିବାର ବାଟ ମଧ୍ୟ ନାହିଁ। ତେଣୁ ରାଜସ୍ବ ଆଦାୟ କିପରି ହେବ ସେ ନେଇ ଚିନ୍ତା ବଢ଼ିଛି।
ସେହିଭଳି ବିଏମ୍‌ସି ଅଞ୍ଚଳରେ ଲାଗିଥିବା ହୋର୍ଡିଂରୁ ମଧ୍ୟ ପୂର୍ଣ୍ଣ ରାଜସ୍ବ ଆସିପାରୁ ନାହିଁ। ହୋର୍ଡିଂ ସର୍ଭେ କରିବାକୁ ଦାୟିତ୍ୱ ଦିଆଯାଇଥିବା ଘରୋଇ ସଂସ୍ଥାର ତ୍ରୁଟିପୂର୍ଣ୍ଣ ସର୍ଭେ ପାଇଁ ଠିକ୍‌ ଭାବେ ହୋର୍ଡିଂ ମାଲିକଙ୍କୁ ଚିହ୍ନଟ କରିବା ସମ୍ଭବ ହେଉନାହିଁ। ତେଣୁ ଅନ୍ଧାରରେ ବାଡି ବୁଲାଇବା ଭଳି ବିଏମ୍‌ସି ଅଧିକାରୀ ବିଜ୍ଞାପନ ସଂସ୍ଥାମାନଙ୍କୁ ଡିମାଣ୍ଡ ନୋଟିସ୍‌ ପଠାଉଛନ୍ତି। ଯିଏ ଟିକସ ପଇଠ କଲା ଭଲ କଥା ନଚେତ୍‌ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରୁ ନାହିଁ।
ଜଣେ ଓ୍ବାର୍ଡ ଅଫିସରଙ୍କ ସୂଚନା ମୁତାବକ, ଗତବର୍ଷ ଅପେକ୍ଷା ଏଥର ରାଜସ୍ବ ଆଦାୟ ନୈରାଶ୍ୟଜନକ ହୋଇଛି। ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ହୋଲ୍ଡିଂ ଟିକସ ଆଦାୟ ହୋଇଛି। ପ୍ରତିବର୍ଷ ମାର୍ଚ୍ଚ ୩୧ ବେଳକୁ ବଡ଼ବଡ଼ ସରକାରୀ ଅନୁଷ୍ଠାନ ଏବଂ ଘରୋଇ ଅନୁଷ୍ଠାନ ଟିକସ ପଇଠ କରନ୍ତି। ତେଣୁ ନିର୍ଦ୍ଧାରିତ ସମୟ ବେଳକୁ ୬୦ରୁ ୬୫% ଟିକସ ଆଦାୟ ହୋଇଯାଏ। ଚଳିତ ବର୍ଷ ମଧ୍ୟ ତାହା ହେବ। ଶେଷ ବେଳକୁ ହିଁ ଆଉ ୨୦/୨୫% ଟିକସ ଆଦାୟ ହୋଇଯିବ। ଏନେଇ ବିଏମ୍‌ସି ରାଜସ୍ବ ବିଭାଗ ଅଧିକାରୀ କହିଛନ୍ତି, ଖିଲାପକାରୀଙ୍କ ତାଲିକା ପ୍ରକାଶ ପାଇବା ପରେ ସେମାନଙ୍କ ମଧ୍ୟରୁ କିଛି ଟିକସ ପଇଠ କରିଛନ୍ତି। ହୋର୍ଡିଂରୁ ମଧ୍ୟ ଆଦାୟ ଜାରି ରହିଛି। ଗତବର୍ଷ ଭଳି ଏଥର ମଧ୍ୟ ରାଜସ୍ବ ଆଦାୟ ଭଲ ହେବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?