୫୦୦୦ କୋଟି ନିବେଶ କରିବ ଗୋଲ୍‌ଡି

ନୂଆଦିଲ୍ଲୀ,୨୮।୯: ଦେଶର ପ୍ରମୁଖ ଷ୍ଟାର୍ଟଅପ୍‌ କମ୍ପାନୀ ‘ଗୋଲ୍‌ଡି ସୋଲାର’ ପକ୍ଷରୁ ବ୍ୟବସାୟ ବିସ୍ତାର ଯୋଜନାର ଏକ ଅଂଶ ଭାବେ ପ୍ରାୟ ୫୦୦୦ କୋଟି ଟଙ୍କାର ନିବେଶ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଗୋଲ୍‌ଡି ସୋଲାର ୨୦୨୫ ସୁଦ୍ଧା କ୍ଷମତା ସମ୍ପ୍ରସାରଣ ସହ ଏଚ୍‌ଜେଟି ଟେକ୍ନୋଲୋଜିରେ ପ୍ରବେଶ କରିବାକୁ ମଧ୍ୟ ଘୋଷଣା କରିଛି। ଏହା ବ୍ୟତୀତ ହେଲୋକ ପ୍ଲସ୍‌ ପ୍ରଦାନ କରୁଥିବା ଏକ ନୂଆ ଉପତ୍ାଦକୁ ମଧ୍ୟ ଉନ୍ମୋଚନ କରାଯାଇଛି। ଏହା ଉଚ୍ଚ ଦକ୍ଷତା ଓ ହେଟେରୋଜେକ୍ସନ ଟେକ୍ନୋଲୋଜି ସହ ମଡ୍ୟୁଲ ସିରିଜର। ବିଶେଷକରି ଥରେ ଲଞ୍ଚ ହେବା ପରେ ଏହା ଭାରତରେ ବୃହତ୍‌ ୭୧୦ଡବ୍ଲ୍ୟୁପି ସୋଲାର ମଡ୍ୟୁଲ ଭାବେ ସମ୍ପୂର୍ଣ୍ଣ ସ୍ବଦେଶୀ ଭାବେ ଉପତ୍ାଦିତ ହେବ। ଗୋଲ୍‌ଡି ସୋଲାର ଏକ ମଡ୍ୟୁଲ, ସେଲ୍‌ ଏବଂ କଞ୍ଚାମାଲ ଉତ୍ପାଦନ କ୍ଷମତା ସହିତ ଏକ ଏଣ୍ଡ-ଟୁ-ଏଣ୍ଡ ଏବଂ ଭୂଲମ୍ବ ଭାବେ ଏକୀକୃତ କମ୍ପାନୀ ହେବାକୁ ଲକ୍ଷ୍ୟ ରଖିଛି। ସେହି ଅନୁସାରେ ଗୁଜରାଟଠାରେ ଏହାର ସେଲ୍‌ ଉତ୍ପାଦନ ୟୁନିଟ୍‌ ଆରମ୍ଭ କରିବାକୁ ଯୋଜନା କରିଛି। ପରବର୍ତ୍ତୀ ସମୟରେ ଏହାର କ୍ଷମତାକୁ ୫ଜିଡବ୍ଲ୍ୟୁକୁ ବୃଦ୍ଧି କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। ଗୋଲ୍‌ଡି ସୋଲାର ବିଭିନ୍ନ କାର୍ଯ୍ୟରେ ୪୫୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାକୁ ମଧ୍ୟ ଯୋଜନା କରିଛି, ଯାହାକି ବର୍ତ୍ତମାନର କର୍ମଜୀବୀ ସମେତ ୫,୫୦୦ରୁ ଅଧିକକୁ ବୃଦ୍ଧି ପାଇବ। ଏ ସମ୍ପର୍କରେ ଗୋଲ୍‌ଡି ସୋଲାରର ପରିଚାଳନା ନିର୍ଦ୍ଦେଶକ କ୍ୟାପ୍‌ଟେନ ଈଶ୍ୱର ଢୋଲକିଆ କହିଛନ୍ତି, ତୃଣମୂଳ ସ୍ତରରେ ନିଯୁକ୍ତ ସୃଷ୍ଟି କରିବା ପାଇଁ ଗୋଲ୍‌ଡି ସୋଲାର ଏହାର ପ୍ରସ୍ତାବିତ ଉପତ୍ାଦନ ସୁବିଧା ସହ ସ୍ଥାନୀୟ ଆଦିବାସୀ ଅଞ୍ଚଳରୁ ୨୫% କର୍ମନିଯୁକ୍ତି ପ୍ରଦାନ କରିବ। ନବୀକରଣ ଯୋଗ୍ୟ କ୍ୟାରିୟର ପାଇଁ ମଧ୍ୟ ଏହା ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ତାଲିମ ବ୍ୟବସ୍ଥା ରଖିବ ଯାହା ଗୁଜରାଟରେ ନାଭସାରିରେ (ରାଷ୍ଟ୍ରୀୟ ଦକ୍ଷତା ପରିଷଦ) ସହଯୋଗରେ ଖୋଲିବାକୁ ଯୋଜନା ରଖିଛି। ସେହିଭଳି ଗୋଲ୍‌ଡି ସୋଲାରର ନିର୍ଦ୍ଦେଶକ ଭାରତ ଭୂତ କହିଛନ୍ତି, ଗୋଲ୍‌ଡି ସୋଲାର କ୍ରମାଗତ ଭାବେ ଗୁଣାତ୍ମକ ମଡ୍ୟୁଲ ସୃଷ୍ଟି ଓ ବିତରଣ କରି ଆସିଛି। ଆମର ମନ୍ତ୍ର ହେଉଛି ଉନ୍ନତ ତଥା ଅଧିକ ଦକ୍ଷ ଉପତ୍ାଦ ଯୋଗାଇବା। ଆମର ଗୁଣାତ୍ମକ ନୈତିକତା ଅନୁଯାୟୀ ଆମେ ଏକ ଉତ୍ସର୍ଗୀକୃତ ଉପତ୍ାଦ ବିକାଶ ଓ ଆଣ୍ଡ ଡି ଦଳ ଗଠନ କରିବାକୁ ଇଚ୍ଛା କରୁଛୁ ଯାହା ଉଚ୍ଚ ଦକ୍ଷତା ମଡ୍ୟୁଲ ଗଠନକୁ ତ୍ୱରାନ୍ବିତ କରିବ। ସେହିପରି ଗୋଲ୍‌ଡି ଷ୍ଟାରର ପ୍ରେସିଡେଣ୍ଟ ଓ ଗ୍ଲୋବାଲ ହେଡ୍‌, ସେଲ୍‌ସ ଓ ମାର୍କେଟିଂ ହରଦୀପ ସିଂ କହିଛନ୍ତି, ଆମର ଘର୍‌ ଘର୍‌ କି ଗୋଲ୍‌ଡି ମନ୍ତ୍ର ଭାରତରେ ଗୋଲ୍‌ଡି ସୋଲାରକୁ ଏକ ବ୍ରାଣ୍ଡ୍‌ କରିବାରେ ଆମର ଅଭିଳାଷକୁ ପ୍ରମାଣ କରେ। ସମ୍ପ୍ରତି ଆମେ ଆଇପିପି, ସି ଆଣ୍ଡ ଆଇ, ଇପିସି, ରପ୍ତାନି ଓ ଉପତ୍ାଦନ ବିଭାଗକୁ ନେଇ କାର୍ଯ୍ୟ କରୁଛୁ। ଭାରତର ଘରୋଇ ବଜାରରେ ଆମର ଉପସ୍ଥିତିକୁ ଅଧିକ ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛୁ। ପ୍ରସ୍ତାବିତ ସମ୍ପ୍ରସାରଣ ଆମର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ସୁଦ୍ଧା ୧୦୦ ନୂଆ ବିମାନ ବନ୍ଦର; ଯାତ୍ରା କରିବ ୧୫୦ରୁ ଅଧିକ ଟ୍ରେନ୍‌

ନୂଆଦିଲ୍ଲୀ,୧।୨: ଚଳିତ ବର୍ଷର ବଜେଟ୍‌ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଉପସ୍ଥାପନ କରିଛନ୍ତି। ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ବହୁ ଯୋଜନା...

୭୦୪ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଗତ ୬ ସେସନ ହେବ ଦେଶର ପୁଞ୍ଜିବଜାରରେ ଭଲ କାରବାର ଦେଖିବାକୁ ମିଳିଛି। ସୋମବାର ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌...

ଆଜିଠାରୁ ଟାଟା ମୋଟର୍ସର ନୂଆ ଦର

ନୂଆଦିଲ୍ଲୀ,୭।୧୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ପାସେଞ୍ଜର ଭେଇକିଲ (ପିଭି) ବା ଯାତ୍ରୀବାହୀ ଯାନରେ ଆଜିଠାରୁ (୭ ନଭେମ୍ବର) ନୂଆ ଦର ଲାଗୁ...

ରାଜ୍ୟଗୁଡିକ ଲାଗି ଓଭରଡ୍ରାଫ୍ଟ ସମୟ ଅବଧି ବଢିଲା

ନୂଆଦିଲ୍ଲୀ,୮।୪: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ରାଜ୍ୟଗୁଡିକ ଲାଗି ଏକ ସ୍ବତନ୍ତ୍ର ପଦକ୍ଷେପ ଘୋଷଣା କରାଯାଇଛି। ବର୍ତ୍ତମାନର ଲକ୍‌ଡାଉନକୁ ନଜରରେ ରଖି ରାଜ୍ୟଗୁଡିକ ଲାଗି...

ପର୍ଯ୍ୟଟନ ଲାଗି ଲିଜ୍‌ରେ କୋଚ୍‌ ଦେବ ରେଲଓ୍ବେ

ନୂଆଦିଲ୍ଲୀ,୧୩।୯: ରେଲଓ୍ବେ ଦ୍ୱାରା ସାରା ଦେଶରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଲାଗି ସରକାର ଯୋଜନା ରଖିଛନ୍ତି। ସ୍ପେଶାଲ ଥିମ୍‌ ବିଶିଷ୍ଟ ସାଂସ୍କୃତିକ, ଧାର୍ମିକ ଏବଂ ଟୁରିଷ୍ଟ ସର୍କିଟ...

କମିଲା ସୁନା ଦର

ନୂଆଦିଲ୍ଲୀ, ୧୭ା୩: ଅନ୍ତର୍ଜାତୀୟ ବଜାରରେ ବୁଧବାର ବହୁମୂଲ୍ୟ ଧାତୁ ସୁନା ଏବଂ ରୂପା ଦରରେ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳିଛି। ସୁନାଦର ୨୧୬ଟଙ୍କା ହ୍ରାସ ଘଟିଥିବା...

୨୦୨୬ ସୁଦ୍ଧା ଭାରତ ହୋଇପାରେ ୪ର୍ଥ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୩୦-୧୨: ୨୦୨୬ ସୁଦ୍ଧା ଭାରତ ଜର୍ମାନୀକୁ ଟପି ବିଶ୍ୱର ୪ର୍ଥ ଅର୍ଥ ବ୍ୟବସ୍ଥା ହୋଇପାରେ। ସେହିଭଳି ୨୦୩୪ ସୁଦ୍ଧା ଏହା ଜାପାନକୁ ଟପି ଭାରତ ବିଶ୍ୱର...

ବଜାରରେ ମୋଦି ରାଖୀ

ନୂଆଦିଲ୍ଲୀ,୨୨।୭: ଚାଇନା ସେନା ଆକ୍ରମଣରେ ଭାରତର ୨୦ ଯବାନ ଶହୀଦ ହେବା ପରେ ଭାରତରେ ଚାଇନା ସାମଗ୍ରୀ ବର୍ଜନ ଅଭିଯାନ ଜୋର୍‌ଦାର ହୋଇଛି। ଚଳିତ ବର୍ଷ...

Advertisement
Archives

Model This Week