୫୦୦୦ କୋଟି ନିବେଶ କରିବ ଗୋଲ୍‌ଡି

ନୂଆଦିଲ୍ଲୀ,୨୮।୯: ଦେଶର ପ୍ରମୁଖ ଷ୍ଟାର୍ଟଅପ୍‌ କମ୍ପାନୀ ‘ଗୋଲ୍‌ଡି ସୋଲାର’ ପକ୍ଷରୁ ବ୍ୟବସାୟ ବିସ୍ତାର ଯୋଜନାର ଏକ ଅଂଶ ଭାବେ ପ୍ରାୟ ୫୦୦୦ କୋଟି ଟଙ୍କାର ନିବେଶ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଗୋଲ୍‌ଡି ସୋଲାର ୨୦୨୫ ସୁଦ୍ଧା କ୍ଷମତା ସମ୍ପ୍ରସାରଣ ସହ ଏଚ୍‌ଜେଟି ଟେକ୍ନୋଲୋଜିରେ ପ୍ରବେଶ କରିବାକୁ ମଧ୍ୟ ଘୋଷଣା କରିଛି। ଏହା ବ୍ୟତୀତ ହେଲୋକ ପ୍ଲସ୍‌ ପ୍ରଦାନ କରୁଥିବା ଏକ ନୂଆ ଉପତ୍ାଦକୁ ମଧ୍ୟ ଉନ୍ମୋଚନ କରାଯାଇଛି। ଏହା ଉଚ୍ଚ ଦକ୍ଷତା ଓ ହେଟେରୋଜେକ୍ସନ ଟେକ୍ନୋଲୋଜି ସହ ମଡ୍ୟୁଲ ସିରିଜର। ବିଶେଷକରି ଥରେ ଲଞ୍ଚ ହେବା ପରେ ଏହା ଭାରତରେ ବୃହତ୍‌ ୭୧୦ଡବ୍ଲ୍ୟୁପି ସୋଲାର ମଡ୍ୟୁଲ ଭାବେ ସମ୍ପୂର୍ଣ୍ଣ ସ୍ବଦେଶୀ ଭାବେ ଉପତ୍ାଦିତ ହେବ। ଗୋଲ୍‌ଡି ସୋଲାର ଏକ ମଡ୍ୟୁଲ, ସେଲ୍‌ ଏବଂ କଞ୍ଚାମାଲ ଉତ୍ପାଦନ କ୍ଷମତା ସହିତ ଏକ ଏଣ୍ଡ-ଟୁ-ଏଣ୍ଡ ଏବଂ ଭୂଲମ୍ବ ଭାବେ ଏକୀକୃତ କମ୍ପାନୀ ହେବାକୁ ଲକ୍ଷ୍ୟ ରଖିଛି। ସେହି ଅନୁସାରେ ଗୁଜରାଟଠାରେ ଏହାର ସେଲ୍‌ ଉତ୍ପାଦନ ୟୁନିଟ୍‌ ଆରମ୍ଭ କରିବାକୁ ଯୋଜନା କରିଛି। ପରବର୍ତ୍ତୀ ସମୟରେ ଏହାର କ୍ଷମତାକୁ ୫ଜିଡବ୍ଲ୍ୟୁକୁ ବୃଦ୍ଧି କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। ଗୋଲ୍‌ଡି ସୋଲାର ବିଭିନ୍ନ କାର୍ଯ୍ୟରେ ୪୫୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାକୁ ମଧ୍ୟ ଯୋଜନା କରିଛି, ଯାହାକି ବର୍ତ୍ତମାନର କର୍ମଜୀବୀ ସମେତ ୫,୫୦୦ରୁ ଅଧିକକୁ ବୃଦ୍ଧି ପାଇବ। ଏ ସମ୍ପର୍କରେ ଗୋଲ୍‌ଡି ସୋଲାରର ପରିଚାଳନା ନିର୍ଦ୍ଦେଶକ କ୍ୟାପ୍‌ଟେନ ଈଶ୍ୱର ଢୋଲକିଆ କହିଛନ୍ତି, ତୃଣମୂଳ ସ୍ତରରେ ନିଯୁକ୍ତ ସୃଷ୍ଟି କରିବା ପାଇଁ ଗୋଲ୍‌ଡି ସୋଲାର ଏହାର ପ୍ରସ୍ତାବିତ ଉପତ୍ାଦନ ସୁବିଧା ସହ ସ୍ଥାନୀୟ ଆଦିବାସୀ ଅଞ୍ଚଳରୁ ୨୫% କର୍ମନିଯୁକ୍ତି ପ୍ରଦାନ କରିବ। ନବୀକରଣ ଯୋଗ୍ୟ କ୍ୟାରିୟର ପାଇଁ ମଧ୍ୟ ଏହା ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ତାଲିମ ବ୍ୟବସ୍ଥା ରଖିବ ଯାହା ଗୁଜରାଟରେ ନାଭସାରିରେ (ରାଷ୍ଟ୍ରୀୟ ଦକ୍ଷତା ପରିଷଦ) ସହଯୋଗରେ ଖୋଲିବାକୁ ଯୋଜନା ରଖିଛି। ସେହିଭଳି ଗୋଲ୍‌ଡି ସୋଲାରର ନିର୍ଦ୍ଦେଶକ ଭାରତ ଭୂତ କହିଛନ୍ତି, ଗୋଲ୍‌ଡି ସୋଲାର କ୍ରମାଗତ ଭାବେ ଗୁଣାତ୍ମକ ମଡ୍ୟୁଲ ସୃଷ୍ଟି ଓ ବିତରଣ କରି ଆସିଛି। ଆମର ମନ୍ତ୍ର ହେଉଛି ଉନ୍ନତ ତଥା ଅଧିକ ଦକ୍ଷ ଉପତ୍ାଦ ଯୋଗାଇବା। ଆମର ଗୁଣାତ୍ମକ ନୈତିକତା ଅନୁଯାୟୀ ଆମେ ଏକ ଉତ୍ସର୍ଗୀକୃତ ଉପତ୍ାଦ ବିକାଶ ଓ ଆଣ୍ଡ ଡି ଦଳ ଗଠନ କରିବାକୁ ଇଚ୍ଛା କରୁଛୁ ଯାହା ଉଚ୍ଚ ଦକ୍ଷତା ମଡ୍ୟୁଲ ଗଠନକୁ ତ୍ୱରାନ୍ବିତ କରିବ। ସେହିପରି ଗୋଲ୍‌ଡି ଷ୍ଟାରର ପ୍ରେସିଡେଣ୍ଟ ଓ ଗ୍ଲୋବାଲ ହେଡ୍‌, ସେଲ୍‌ସ ଓ ମାର୍କେଟିଂ ହରଦୀପ ସିଂ କହିଛନ୍ତି, ଆମର ଘର୍‌ ଘର୍‌ କି ଗୋଲ୍‌ଡି ମନ୍ତ୍ର ଭାରତରେ ଗୋଲ୍‌ଡି ସୋଲାରକୁ ଏକ ବ୍ରାଣ୍ଡ୍‌ କରିବାରେ ଆମର ଅଭିଳାଷକୁ ପ୍ରମାଣ କରେ। ସମ୍ପ୍ରତି ଆମେ ଆଇପିପି, ସି ଆଣ୍ଡ ଆଇ, ଇପିସି, ରପ୍ତାନି ଓ ଉପତ୍ାଦନ ବିଭାଗକୁ ନେଇ କାର୍ଯ୍ୟ କରୁଛୁ। ଭାରତର ଘରୋଇ ବଜାରରେ ଆମର ଉପସ୍ଥିତିକୁ ଅଧିକ ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛୁ। ପ୍ରସ୍ତାବିତ ସମ୍ପ୍ରସାରଣ ଆମର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?