ଅଯୋଧ୍ୟା ଅଭିମୁଖେ ସ୍ବର୍ଣ୍ଣ ଧନୁ

ପୁରୀ,୧୯।୧(ଅଜିତ୍‌ କୁମାର ମହାନ୍ତି): ଅଯୋଧ୍ୟା ଅଭିମୁଖେ ଯାତ୍ରା କଲା ସ୍ବର୍ଣ୍ଣ ଧନୁ। ରବିବାର ଭୁବନେଶ୍ୱରରେ ଧନୁ ପ୍ରଦର୍ଶନ ହେବାପରେ ବିଳମ୍ବିତ ରାତିରେ ପୁରୀରେ ପହଞ୍ଚିଥିଲା। ସ୍ବର୍ଣ୍ଣରେ  ନିର୍ମିତ ଏହି ସ୍ବର୍ଣ୍ଣ ଧନୁ ପୁରୀ ଉତ୍ତରପାର୍ଶ୍ୱ ମଠରେ ପହଞ୍ଚିବା ପରେ  ସେଠାରେ ଧନୁକୁ ଭବ୍ୟ ସ୍ବାଗତ କରାଯିବା ସହ ପୂଜାଚ୍ଚର୍ନା କରାଯାଇଥିଲା। ପରେ ଶ୍ରୀମନ୍ଦିର ଚତୁଃପାର୍ଶରେ ଏହା ପରିକ୍ରମା କରିଥିଲା।
ବିରାଟ ଶୋଭାଯାତ୍ରାରେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛି। ଏଥିରେ ସେବାୟତ, ମଠାଧୀଶ, ସାଧୁ ସନ୍ଥ ଏବଂ ଭକ୍ତମାନେ ଯୋଗଦେବା ପାଇଁ ଶ୍ରୀମନ୍ଦିର ସେବାୟତ ସଂଘ ପକ୍ଷରୁ ନିବେଦନ କରାଯାଇଛି।
ସୂଚନାଯୋଗ୍ୟ, ରାଉଲକେଲା ସନାତନ ଜାଗରଣ ମଞ୍ଚ ପକ୍ଷରୁ ନିର୍ମାଣ ହୋଇଥିବା ଏହି ସ୍ବର୍ଣ୍ଣର ଧନୁ ୩୦ ଟି ଜିଲା ଭ୍ରମଣ କରି ରବିବାର ରାତିରେ ପୁରୀରେ ଆସି ପହଞ୍ଚିଥିଲା। ସ୍ବର୍ଣ୍ଣରେ ନିର୍ମିତ ଏହି ଧନୁର ଓଜନ ୨୮୦ କିଲୋ ଏବଂ ଏହା ପଞ୍ଚ ଧାତୁ ତଥା ସୁନା, ରୁପାା, ତମ୍ବା, ଲୁହା ଏବଂ ଜିଙ୍କରେ ନିର୍ମାଣ  କରାଯାଇଛି।
Dharitri – Odisha’s No.1 Odia Daily