ଆହୁରି ମହଙ୍ଗା ହେବ ସୁନା

ନୂଆଦିଲ୍ଲୀ,୧୮।୪:  ଦେଶରେ ବର୍ତ୍ତମାନ କରୋନା ମହାମାରୀର ୨ୟ ଲହର ଜାରି ରହିଛି। ଏହି ସମୟରେ ଦେଶରେ ସୁନା ଓ ରୁପାର ଦର ଲଗାତର ଭାବେ ପରିବର୍ତ୍ତନ ହେଉଛି। ଶନିବାର ସୁନା ୧୭୫ ଟଙ୍କା ବୃଦ୍ଧି ପାଇ ୪୭,୩୫୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି। ସେହିଭଳି ରୁପା ଦାମ ମଧ୍ୟ ସେହି ଅନୁପାତରେ ୬୨ଟଙ୍କା ବୃଦ୍ଧି ପାଇ ୬୮୬୦୨ ଟଙ୍କାରେ ପହଞ୍ଚିଛି। ଗତ ୧୫ ଦିନ ମଧ୍ୟରେ ସୁନାର ମୂଲ୍ୟ ପ୍ରାୟ ୬% ବୃଦ୍ଧି ପାଇଥିବା ସୂଚନା ମିଳିଛି। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦର ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସୁନାରେ ନିବେଶ କରିବାକୁ ନିବେଶକମାନେ ଅଧିକ ନିରାପଦ ମନେ କରୁଛନ୍ତି। ପ୍ରତି ୧୦ ଗ୍ରାମ ସୁନା ପିଛା ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍ସିଏକ୍ସ) ରେ ବର୍ତ୍ତମାନ ୪୭ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ରହିଛି। ଗତ ୭ ସପ୍ତାହ ମଧ୍ୟରେ ଏହି ଦର ସର୍ବାଧିକ ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଗତ ୩ ସପ୍ତାହରେ ସୁନା ଦାମ୍‌ ପାଖାପାଖି ୫.୪୦% ବଢି ୪୭୩୫୦ ଟଙ୍କାରେ ପହଞ୍ଚିଛି। ସେହିପରି ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଗୋଲ୍ଡ ରେଟ୍‌ ୪% ବୃଦ୍ଧି ପାଇ ୧୭୮୧ ଡଲାର ପ୍ରତି ଅଂଶ ହୋଇଯାଇଛି। ସେହିଭଳି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୪୪,୩୪୦ ଥିଲା ବେଳେ ରୁପା କେଜି ପ୍ରାୟ ୭୦ ହଜାର ଟଙ୍କା ରହିଥିବା ସୂଚନା ମିଳିଛି। ତେବେ ଏହା ମଧ୍ୟରେ ବିଶେଷଜ୍ଞମାନେ ଚକିତ କଲା ଭଳି ପୂର୍ବାନୁମାନ କରିଛନ୍ତି, ୨୦୨୧ରେ ସୁନା ଏବଂ ରୁପା ଦର ରେକର୍ଡ ସ୍ତରକୁ ଛୁଇଁବ। ଏହାରି ମଧ୍ୟରେ ଗ୍ରାହକମାନଙ୍କ ମଧ୍ୟରେ ଆଶଙ୍କା ଦେଖିବାକୁ ମିଳିଛି ଯେ, ସୁନା ଏବଂ ରୁପାର ଦାମ ପୁଣି ଥରେ ପୂର୍ବ ଦରକୁ ଫେରିଆସିବ କି ? ଅଗଷ୍ଟ ୨୦୨୦ରେ ଦେଶରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୫୬,୨୦୦ ଟଙ୍କା ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri