୫୪,୫୩୮ ଟଙ୍କା ଛୁଇଁଲା ସୁନା

ନୂଆଦିଲ୍ଲୀ,୩୧।୭ : ଅନ୍ତର୍ଜାତୀୟ ବଜାରରେ ସୁନା ଚାହିଦା ଲାଗି ରହିବାରୁ ସୁନା ଦରରେ ବୃଦ୍ଧି ଘଟିଥିବା ଜଣାପଡିଛି। ଶୁକ୍ରବାର ଦିଲ୍ଲୀରେ ୧୦ ଗ୍ରାମ ପିଛା ସୁନା ଦର ୮୬୭ ଟଙ୍କା ବଢ଼ିଛି। ସେହିଭଳି ରୁପା ଦର କିଲୋ ପିଛା ୨୮୫୪ ଟଙ୍କା ବୃଦ୍ଧି ଘଟିଥିବା ନଜରକୁ ଆସିଛି। ଏହି ସମୟରେ ଦିଲ୍ଲୀରେ ସୁନାଦର ୧୦ ଗ୍ରାମ ପିଛା ୫୪,୫୩୮ ଟଙ୍କା ରହିଥିବା ବେଳେ ପୂର୍ବ କାରବାରରେ ସୁନା ୫୩,୮୬୧ ଟଙ୍କାରେ ବନ୍ଦ ରହିଥିଲା। ରୁପା ଦର କିଲୋ ଗ୍ରାମ ପିଛା ୬୫,୯୧୦ ଟଙ୍କା ଛୁଇଁଛି। ଏହାର ପୂର୍ବ କାରବାରରେ ରୁପା ଦର ୬୩,୦୫୬ ଟଙ୍କା ରହିଥିଲା। ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୯୭୬ ଡଲାର ଥିବା ବେଳେ ରୁପା ଦର ଆଉନ୍ସ ପ୍ରତି ୨୪ ଡଲାର ରହିଛି। ଆମେରିକା ଅର୍ଥ ବ୍ୟବସ୍ଥାରେ ଆସିଥିବା ପ୍ରଭାବ ଆଧାରରେ ସୁନା ଏବଂ ରୁପା ଦରରେ ପରିବର୍ତ୍ତନ ଆସିଥିବା କୁହାଯାଉଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଅକ୍ଟୋବର ମାସ ଲାଗି ଡେଲିଭରି ହେବାକୁ ଥିବା ସୁନା ଦର ୬୪୫ ଟଙ୍କା ବା ୧.୨୨% ବଢିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଟମାଟୋ କିଲୋ ୮୦

ନୂଆଦିଲ୍ଲୀ,୧୦-୧୦: ପିଆଜ ପରେ ଏବେ ଟମୋଟୋ ଦର ଆକାଶ ଛୁଆଁ ହୋଇଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଟମାଟୋର କିଲୋ ପ୍ରତି ଦର ବୁଧବାର ୮୦ ଟଙ୍କା...

ପ୍ରତ୍ୟାହାର ହୋଇପାରେ ଏଟିଏମ୍‌ ଚାର୍ଜ: ଆର୍‌ବିଆଇ ଗଠନ କଲା ସମୀକ୍ଷା କମିଟି

ମୁମ୍ବାଇ,୧୨-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏନ୍‌ଇଏଫ୍‌ଟି ଏବଂ ଆର୍‌ଟିଜିଏସ୍‌ ଉପରେ ଲାଗୁଥିବା ଶୁଳ୍କ ପ୍ରତ୍ୟାହାର କରିନେଇଛି। ତେବେ ଅଟୋମେଟେଡ ଟେଲର ମେଶିନ(ଏଟିଏମ୍‌) ବ୍ୟବହାର ଲାଗି ଲାଗୁଥିବା...

ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନା ବନ୍ଦ ହୋଇପାରେ

ନୂଆଦିଲ୍ଲୀ,୧୮-୭: କେନ୍ଦ୍ର ସରକାର ଆଉ ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନଆର୍‌ଇଜିଏ)କୁ ବନ୍ଦ କରିଦେବା ଲାଗି କେନ୍ଦ୍ର ସରକାର ଚାହୁଁଛନ୍ତି। ଏହି ଯୋଜନା ଗରିବଙ୍କ...

ଆର୍‌କମ୍‌ ବିରୋଧରେ ଚାଲିବ ଦେବାଳିଆ ପ୍ରକ୍ରିୟା

ନୂଆଦିଲ୍ଲୀ,୧-୫: ନିଜର ବକେୟା ଫେରସ୍ତ ପାଇଁ ରିଲାଏନ୍ସ କମ୍ୟୁନିକେଶନ୍ସ(ଆର୍‌କମ୍‌) ବିରୋଧରେ ଦୀର୍ଘ ଦିନ ଧରି ମାମଲା ଚଳାଇ ଆସିଥିବା ଏରିକସନକୁ ମଙ୍ଗଳବାର ଜୋରଦାର ଝଟ୍‌କା ଲାଗିଛି।...

ନୀରବଙ୍କଠୁ ୭୨୦୦ କୋଟି ଅସୁଲ କରିବ ବ୍ୟାଙ୍କ

ନୂଆଦିଲ୍ଲୀ,୬-୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)କୁ ଶନିବାର ଭଲ ଖବର ମିଳିଛି। ଡେଟ୍‌ ରିକଭରୀ ଟ୍ରିବ୍ୟୁନାଲ(ଡିଆର୍‌ଟି) ତାଙ୍କର ଅନ୍ତିମ ରାୟ ଶୁଣାଇଛନ୍ତି। ପିଏନ୍‌ବି ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ...

ନିବେଶକଙ୍କ ୨.୮୭ଲକ୍ଷ କୋଟି ଲାଭ

ମୁମ୍ବାଇ,୨୪-୫: ଏନ୍‌ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରିବା ଖୁସିରେ ଗୁରୁବାର ପୂର୍ବାହ୍ନରେ ଷ୍ଟକ୍‌ ମାର୍କେଟରେ ସେନ୍‌ସେକ୍ସ ୪୦ ହଜାର ଏବଂ ନିଫ୍ଟି ୧୨ ହଜାର ପଏଣ୍ଟ...

ପୀୟୂଷ ଗୋୟଲଙ୍କ ସହ ମତଭେଦ ଯୋଗୁ ପଦ ଛାଡ଼ିଥିଲେ ଉର୍ଜିତ

ନୂଆଦିଲ୍ଲୀ,୧।୮ : ପୀୟୂଷ ଗୋୟଲଙ୍କ ସହ ମତଭେଦ ଯୋଗୁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଉର୍ଜିତ ପଟେଲ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ଉର୍ଜିତ ସିଧାସଳଖ...

ଆତ୍ମନିର୍ଭର ଭାରତ ବାଟରେ କଣ୍ଟା: ବଜାରରେ କୋଟି କୋଟି ଟଙ୍କାର ଚାଇନା ସାମଗ୍ରୀ

ନୂଆଦିଲ୍ଲୀ, ୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଲୋକେ ସ୍ବଦେଶୀ ଉତ୍ପାଦ ବ୍ୟବହାର କଲେ ଦେଶର ଆର୍ଥତ୍କ ସ୍ଥିତିରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *