Posted inଖେଳ

ସ୍ବସ୍ତିଙ୍କୁ ସ୍ବର୍ଣ୍ଣ, ଖୋ ଖୋରେ ୨ ରୌପ୍ୟ

ଭୁବନେଶ୍ୱର,୯ା୧୧(ସରୋଜ ଜେନା): ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡାରେ ଓଡ଼ିଶା ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ବୁଧବାର ଓଡ଼ିଆ ସାଇକ୍ଲିଷ୍ଟ ସ୍ବସ୍ତି ସିଂ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଓଡ଼ିଶାର ପଦକ ସଂଖ୍ୟା ୫୦ ପାର କରିଛି। ୭୫ କି.ମି. ମାସ୍‌ ଷ୍ଟାର୍ଟ ରୋଡ ସାଇକ୍ଲିଂ ଇଭେଣ୍ଟରେ ସ୍ବସ୍ତି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ସହିତ ଓଡ଼ିଶାର ପୁରୁଷ ଓ ମହିଳା ଖୋ ଖୋ ଦଳ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ନୂତନ ଭାବରେ ଜାତୀୟ କ୍ରୀଡାରେ ସାମିଲ କରାଯାଇଥିବା ସ୍କ୍ବେ ମାର୍ଶିଆଲ ଆଟର୍‌ସରେ ଓଡ଼ିଶାର କୁନ୍ଧା ମାଝି ରୌପ୍ୟ ପଦକ ହାସଲ କରିଥିବା ବେଳେ ମୀନତି ସାହୁ ଓ ଡିଲାଫ୍ରୋଜ୍‌ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ଲନ୍‌ ବୋଲ୍‌ରେ ମଧ୍ୟ ଓଡ଼ିଶା ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛି। ପୁରୁଷ ଫୋର୍‌ସ ଓ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଦଳ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛି।
ବୁଧବାର ସାଇକ୍ଲିଂରେ ଓଡ଼ିଶା ଏହାର ଚତୁର୍ଥ ପଦକ ହାସଲ କରିଥିଲା। ପୂର୍ବରୁ ୩ଟି ବ୍ରୋଞ୍ଜ ମିଳିଥିବା ବେଳେ ସ୍ବସ୍ତି ବ୍ୟକ୍ତିଗତ ପ୍ରଥମ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଅନ୍ୟ ପକ୍ଷରେ ଖୋ ଖୋରେ ଉଭୟ ପୁରୁଷ ଓ ମହିଳା ଦଳର ଅପରାଜେୟ ଧାରା ଶେଷ ହୋଇଛି। ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ୍‌ ମହାରାଷ୍ଟ୍ର ଉଭୟ ଦଳଙ୍କୁ ପରାସ୍ତ କରିଥିଲା। ପୁରୁଷ ଦଳ ୨୬-୭୨ରେ ପରାଜିତ ହୋଇଥିବା ବେଳେ ମହିଳା ଦଳ ସଂଘର୍ଷପୂର୍ଣ୍ଣ ୪୦-୪୬ରେ ପରାଜିତ ହୋଇଥିଲା। ମହାରାଷ୍ଟ୍ର ଏକ ଶକ୍ତିଶାଳୀ ଦଳ ହୋଇଥିବା ବେଳେ ଆମ ଦଳର ପ୍ରଦର୍ଶନକୁ ନେଇ ମୁଁ ଖୁସି ଅଛି ବୋଲି କୋଚ୍‌ ସଞ୍ଜୀବ ଶର୍ମା କହିଛନ୍ତି। ଅଗଷ୍ଟ ମାସରୁ ଆମେ ଜାତୀୟ କ୍ରୀଡା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲୁ ଯାହାର ସୁଫଳ ମିଳିଛି। ପୁରୀରେ କରାଯାଇଥିବା କ୍ୟାମ୍ପ ଆମ ପାଇଁ ଲାଭଦାୟକ ରହିଥିଲା ବୋଲି ସେ କହିଛନ୍ତି। ଏହା ସହ ସେ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳୁଥିବା ସହାୟତାକୁ ପ୍ରଶଂସା କରିଛନ୍ତି। ଦୀର୍ଘ ୩୬ ବର୍ଷର କ୍ରୀଡା କ୍ୟାରିୟର ମଧ୍ୟରେ କୌଣସି ସରକାରଙ୍କ ନିକଟରୁ ଏଭଳି ସହଯୋଗିତା ଦେଖି ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri