Posted inଖେଳ

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ ରେକର୍ଡ ବ୍ରେକିଂ ପ୍ରଦର୍ଶନ ସହ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଟୋକିଓରେ ରୌପ୍ୟ ପଦକ ଲାଭ କରିଥିବା ପ୍ରବୀଣ ପ୍ୟାରିସ୍‌ରେ ଏହାକୁ ସ୍ବର୍ଣ୍ଣରେ ପରିଣତ କରିଛନ୍ତି। ଚଳିତ ପ୍ୟାରିସ୍‌ ଗେମ୍ସରେ ଭାରତର ଏହା ହେଉଛି ୬ଷ୍ଠ ସ୍ବର୍ଣ୍ଣ ପଦକ। ଗୋଟିଏ ଗୋଡ଼ ଛୋଟ ଅବସ୍ଥାରେ ଜନ୍ମ ହୋଇଥିବା ନଏଡ଼ାର ଏହି ୨୧ ବର୍ଷୀୟ ଆଥ୍‌ଲେଟ୍‌ ୨.୦୮ ମିଟର ଡେଇଁ ଏସିଆନ ରେକର୍ଡକୁ ଭାଙ୍ଗିଛନ୍ତି। ୬-ଜମ୍ପର ବିଶିଷ୍ଟ ଫାଇନାଲରେ ସେ ଅନ୍ୟ ୫ ଜଣଙ୍କୁ ପଛରେ ପକାଇବାରେ ସକ୍ଷମ ହୋଇଛନ୍ତି। ଆମେରିକାର ଡେରେକ ଲୋସିଡେଣ୍ଟ ୨.୦୬ ମିଟର ସହ ରୌପ୍ୟ ଓ ଉଜ୍‌ବେକିସ୍ତାନର ଟେମୁରବେକ୍‌ ଗିୟାଜୋଭ ୨.୦୩ ମିଟର ସହିତ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୧.୮୯ ମିଟରରୁ ସେ ଅଭିଯାନ ଆରମ୍ଭ କରି ପରବର୍ତ୍ତୀ ୬ ଉଦ୍ୟମରେ ୧.୯୩, ୧.୯୭, ୨.୦୦, ୨.୦୩, ୨.୦୬ ଓ ୨.୦୮ ମିଟର କ୍ଲିୟର କରିବାରେ ସକ୍ଷମ ହୋଇଛନ୍ତି। ଶେଷରେ ପ୍ରବୀଣ ଓ ଆମେରିକାର ଲୋସିଡେଣ୍ଟଙ୍କ ମଧ୍ୟରେ ୨.୧୦ ମିଟର କ୍ଲିୟର କରିବାକୁ ଲଢ଼େଇ ହୋଇଥିଲା। ମାତ୍ର ଏଥିରେ ୨ ଜଣଯାକ ବିଫଳ ହୋଇଥିଲେ। ପୂର୍ବରୁ ପୁରୁଷ ଟି୬୪ ବର୍ଗରେ ପାରାଲିମ୍ପିକ୍ସ ରେକର୍ଡ ଥିଲା ୧.୮୮ ମିଟର। ଟୋକିଓରେ ଜାପାନର ସୁଜୁକି ତୋରୁ ଏହି ରେକର୍ଡର ଅଧିକାରୀ ଥିଲେ। ଏଠାରେ ପ୍ରବୀଣ ଏହି ରେକର୍ଡ ଭାଙ୍ଗିଛନ୍ତି।
୨୦୨୩ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ମେଡାଲିଷ୍ଟ ପ୍ରବୀଣଙ୍କ ପାଇଁ ଏହାଥିଲା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ। ନିଜକୁ ଫିଟ୍‌ ରଖିବାପାଇଁ କ୍ରୀଡ଼ାକୁ ଆପଣେଇଥିବା ପ୍ରବୀଣ ପ୍ରଥମେ ଭଲିବଲ ପ୍ରେମରେ ପଡ଼ିଥିଲେ। ପରେ ଏକ ହାଇଜମ୍ପ ଇଭେଣ୍ଟରେ ଭାଗ ନେବାପରେ ତାଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥିଲା। ଚଳିତ ପାରାଲିମ୍ପିକ୍ସରେ ଶରଦ କୁମାର ଓ ମାରିୟାପ୍ପାନ ଥଙ୍ଗାଭେଲୁଙ୍କ ପରେ ତୃତୀୟ ଭାରତୀୟ ଆଥ୍‌ଲେଟଭାବେ ସେ ହାଇଜମ୍ପ ଇଭେଣ୍ଟରେ ପଦକ ହାସଲ କରିଛନ୍ତି। ପ୍ରବୀଣ ସମ୍ପ୍ରତି କିଟ୍‌ ବିଶ୍ୱବିଦ୍ୟାଳୟରେ ପଢ଼ୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri