Posted inଖେଳ

ଦୀପ୍‌ ରଞ୍ଜନଙ୍କୁ ସ୍ବର୍ଣ୍ଣ; ସୁଚିତ୍ରା, ଜୟନ୍ତୀଙ୍କୁ ରୌପ୍ୟ

ଭୁବନେଶ୍ୱର, ୯।୧୨(ତପନ ସ୍ବାଇଁ): ଥାଇଲାଣ୍ଡର ନାଖୋନ ରାଚାସୀମାରେ ଓ୍ବାଲର୍‌ଡ ଆବିଲିଟି ସ୍ପୋର୍ଟ ଗେମ୍ସ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଏଥିରେ ଭାରତ ୩୬ ସ୍ବର୍ଣ୍ଣ, ୩୨ ରୌପ୍ୟ ଓ ୩୫ ବ୍ରୋଞ୍ଜ ସହ ମୋଟ ୧୦୩ଟି ପଦକ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଓଡ଼ିଶାର ୧୩ ଖେଳାଳି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଓଡ଼ିଶା ପ୍ରତିଯୋଗୀମାନେ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୪ ବ୍ରୋଞ୍ଜ ସହ ୯ଟି ପଦକ ହାସଲ କରିଛନ୍ତି। ଓଡ଼ିଶାର ଦୀପ୍‌ ରଞ୍ଜନ ବିଶୋଇ ବ୍ୟାଡ୍‌ମିଣ୍ଟନ ଡବଲ୍ସରେ ସ୍ବର୍ଣ୍ଣ ଏବଂ ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଡବଲ୍ସ ଫାଇନାଲରେ ସେ ଶରଦ ଚନ୍ଦ୍ର ଯୋଶୀଙ୍କୁ ପାର୍ଟନର କରି ଫାଇନାଲରେ ନିଜ ଦେଶର ପ୍ରେମ୍‌ କୁମାର ଇଝିଲ ଓ ଦୀନେଶ ରାଜାଇଆଙ୍କୁ ୨୧-୧୧, ୨୧-୧୨ରେ ପରାସ୍ତ କରିଛନ୍ତି। ମାତ୍ର ସିଙ୍ଗଲ୍ସ ସେମିଫାଇନାଲରେ ଇଣ୍ଡୋନେସିଆର ହକମତ ରାନଦାନିଙ୍କଠାରୁ ୧୩-୨୧, ୨୧-୧୧ରେ ହାରିଯିବାରୁ ବ୍ରୋଞ୍ଜ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେହିପରି ଅନ୍ୟତମ ଓଡ଼ିଆ ଖେଳାଳି ଶୁଭ୍ରଜିତ୍‌ ମହାରଣା ଡବଲ୍ସରେ ଜଗଦୀଶ ଦିଲିଙ୍କୁ ପାର୍ଟନର କରି ସେମିଫାଇନାଲରେ ଅନ୍ୟତମ ଭାରତୀୟ ଯୋଡ଼ି ପ୍ରେମ୍‌ କୁମାର ଇଝିଲ ଓ ଦୀନେଶ ରାଜାଇଆଙ୍କଠାରୁ ୧୬-୨୧, ୨୧-୧୮, ୧୨-୨୧ରେ ପରାସ୍ତ ହେଇଛନ୍ତି। ଫଳରେ ସେ ବ୍ରୋଞ୍ଜ୍‌ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଓଡ଼ିଶାର ଅନ୍ୟ ଦୁଇ ଖେଳାଳି ଦିଲେଶ୍ୱର ରାଓ ଓ ନୁରୁଲ ହୁସେନ ଖାନ୍‌ ଖାଲିହାତରେ ଫେରିଛନ୍ତି।
ଆଥ୍‌ଲେଟିକ୍ସରେ ସୁଚିତ୍ରା ପରିଡ଼ା ମହିଳା ଶଟ୍‌ପୁଟ୍‌ରେ ରୌପ୍ୟ ପଦକ ଜିତିଛନ୍ତି। ପୂର୍ବରୁ ଜାଭେଲିନ୍‌ରେ ସ୍ବର୍ଣ୍ଣ ପଦକ ଜିତିସାରିଥିବା ସୁଚିତ୍ରା ମହିଳା ଶଟ୍‌ପୁଟ୍‌ର ଏଫ୍‌ ୩୪/୫୩/୫୪/୫୬ ବର୍ଗର ଫାଇନାଲରେ ୫.୨୩ ମିଟର ଥ୍ରୋ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଜୟନ୍ତୀ ବେହେରା ୪୦୦ ମିଟରରେ ରୌପ୍ୟ ପଦକ ହାସଲ କରିଛନ୍ତି।
ସେ ଟି-୪୭ ବର୍ଗର ୪୦୦ମି.କୁ ୧:୦୦.୪୮ ସେକେଣ୍ଡରେ ଅତିକ୍ରମ କରି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ପୂର୍ବରୁ ସେ ୧୦୦ ଓ ୨୦୦ମି.ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ୪୦୦ ମିଟରରେ ଥାଇଲାଣ୍ଡର ଶଶିରାଓ୍ବନ ଇନ୍ଥାଚୋଟ୍‌ ୫୯.୫୮ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ହୁଇଲ ଚେୟାର ଫେନ୍‌ସିଂ ଇଭେଣ୍ଟରେ ଏହି ୭ ଖେଳାଳି ଭାଗ ନେଇଥିଲେ ହେଁ ସଫଳତା ପାଇପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri