Posted inଖେଳ

ଦୀପ୍‌ ରଞ୍ଜନଙ୍କୁ ସ୍ବର୍ଣ୍ଣ; ସୁଚିତ୍ରା, ଜୟନ୍ତୀଙ୍କୁ ରୌପ୍ୟ

ଭୁବନେଶ୍ୱର, ୯।୧୨(ତପନ ସ୍ବାଇଁ): ଥାଇଲାଣ୍ଡର ନାଖୋନ ରାଚାସୀମାରେ ଓ୍ବାଲର୍‌ଡ ଆବିଲିଟି ସ୍ପୋର୍ଟ ଗେମ୍ସ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଏଥିରେ ଭାରତ ୩୬ ସ୍ବର୍ଣ୍ଣ, ୩୨ ରୌପ୍ୟ ଓ ୩୫ ବ୍ରୋଞ୍ଜ ସହ ମୋଟ ୧୦୩ଟି ପଦକ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଓଡ଼ିଶାର ୧୩ ଖେଳାଳି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଓଡ଼ିଶା ପ୍ରତିଯୋଗୀମାନେ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୪ ବ୍ରୋଞ୍ଜ ସହ ୯ଟି ପଦକ ହାସଲ କରିଛନ୍ତି। ଓଡ଼ିଶାର ଦୀପ୍‌ ରଞ୍ଜନ ବିଶୋଇ ବ୍ୟାଡ୍‌ମିଣ୍ଟନ ଡବଲ୍ସରେ ସ୍ବର୍ଣ୍ଣ ଏବଂ ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଡବଲ୍ସ ଫାଇନାଲରେ ସେ ଶରଦ ଚନ୍ଦ୍ର ଯୋଶୀଙ୍କୁ ପାର୍ଟନର କରି ଫାଇନାଲରେ ନିଜ ଦେଶର ପ୍ରେମ୍‌ କୁମାର ଇଝିଲ ଓ ଦୀନେଶ ରାଜାଇଆଙ୍କୁ ୨୧-୧୧, ୨୧-୧୨ରେ ପରାସ୍ତ କରିଛନ୍ତି। ମାତ୍ର ସିଙ୍ଗଲ୍ସ ସେମିଫାଇନାଲରେ ଇଣ୍ଡୋନେସିଆର ହକମତ ରାନଦାନିଙ୍କଠାରୁ ୧୩-୨୧, ୨୧-୧୧ରେ ହାରିଯିବାରୁ ବ୍ରୋଞ୍ଜ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେହିପରି ଅନ୍ୟତମ ଓଡ଼ିଆ ଖେଳାଳି ଶୁଭ୍ରଜିତ୍‌ ମହାରଣା ଡବଲ୍ସରେ ଜଗଦୀଶ ଦିଲିଙ୍କୁ ପାର୍ଟନର କରି ସେମିଫାଇନାଲରେ ଅନ୍ୟତମ ଭାରତୀୟ ଯୋଡ଼ି ପ୍ରେମ୍‌ କୁମାର ଇଝିଲ ଓ ଦୀନେଶ ରାଜାଇଆଙ୍କଠାରୁ ୧୬-୨୧, ୨୧-୧୮, ୧୨-୨୧ରେ ପରାସ୍ତ ହେଇଛନ୍ତି। ଫଳରେ ସେ ବ୍ରୋଞ୍ଜ୍‌ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଓଡ଼ିଶାର ଅନ୍ୟ ଦୁଇ ଖେଳାଳି ଦିଲେଶ୍ୱର ରାଓ ଓ ନୁରୁଲ ହୁସେନ ଖାନ୍‌ ଖାଲିହାତରେ ଫେରିଛନ୍ତି।
ଆଥ୍‌ଲେଟିକ୍ସରେ ସୁଚିତ୍ରା ପରିଡ଼ା ମହିଳା ଶଟ୍‌ପୁଟ୍‌ରେ ରୌପ୍ୟ ପଦକ ଜିତିଛନ୍ତି। ପୂର୍ବରୁ ଜାଭେଲିନ୍‌ରେ ସ୍ବର୍ଣ୍ଣ ପଦକ ଜିତିସାରିଥିବା ସୁଚିତ୍ରା ମହିଳା ଶଟ୍‌ପୁଟ୍‌ର ଏଫ୍‌ ୩୪/୫୩/୫୪/୫୬ ବର୍ଗର ଫାଇନାଲରେ ୫.୨୩ ମିଟର ଥ୍ରୋ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଜୟନ୍ତୀ ବେହେରା ୪୦୦ ମିଟରରେ ରୌପ୍ୟ ପଦକ ହାସଲ କରିଛନ୍ତି।
ସେ ଟି-୪୭ ବର୍ଗର ୪୦୦ମି.କୁ ୧:୦୦.୪୮ ସେକେଣ୍ଡରେ ଅତିକ୍ରମ କରି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ପୂର୍ବରୁ ସେ ୧୦୦ ଓ ୨୦୦ମି.ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ୪୦୦ ମିଟରରେ ଥାଇଲାଣ୍ଡର ଶଶିରାଓ୍ବନ ଇନ୍ଥାଚୋଟ୍‌ ୫୯.୫୮ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ହୁଇଲ ଚେୟାର ଫେନ୍‌ସିଂ ଇଭେଣ୍ଟରେ ଏହି ୭ ଖେଳାଳି ଭାଗ ନେଇଥିଲେ ହେଁ ସଫଳତା ପାଇପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri