ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ ଚାଲୁଥିବା ବେଳେ ଅନ୍ୟପଟେ ରୂପାର ମୂଲ୍ୟ କେଜି ପିଛା 193000 ଟଙ୍କା ରହିଛି ।
ଫେଡ ରେଟ କମ ହେବା ସୁନା-ରୂପା ଉପରେ ପ୍ରଭାବ- ଆମେରିକାର ଫେଡରାଲ ରିଜର୍ଭ ବୁଧବାର ଦିନ ସୁଧ ହାରରେ .25 ବେସିସ ପଏଣ୍ଟସ ହ୍ରାସ କରିଛି । ତୃତୀୟ ଥର ପାଇଁ ଏହାକୁ କମାଇଛି ବ୍ୟାଙ୍କ । ଏହା ଫଳରେ ଆମେରିକାରେ ସୁଧର ହାର 3.50ରୁ 3.75 ହୋଇଛି । 2022 ମସିହା ପରେ ଏହା ସବୁଠାରୁ ବଡ଼ ହ୍ରାସ । ଏହାର ସିଧା ସଳଖ ପ୍ରଭାବ ସୁନା-ରୂପା ଦର ଉପରେ ଦେଖାଯାଇଛି ।
ଆଜିର ସୁନା ଦର- ଆଜି ଅନେକ ସହରରେ ସୁନା ଦରରେ ବୃଦ୍ଧି ଦେଖାଯାଇଛି । ଦିଲ୍ଲୀରେ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 130350 ଟଙ୍କା ରହିଛି । ଏହାପରେ 22 କ୍ୟାରେଟ ସୁନାର ମୂଲ୍ୟ 119500 ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଚେନ୍ନାଇରେ 24 କ୍ୟାରେଟ ସୁନାର ମୂଲ୍ୟ 131460 ଟଙ୍କା ରହିଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ 120500 ରହିଛି । ଯଦି ଭୁବନେଶ୍ବରରେ ସୁନା ଦର ଦେଖିବା ତାହେଲେ 24 କ୍ୟାରେଟ ସୁନାର ମୂଲ୍ୟ 13020 ରହିଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ 11935 ରହିଛି ।
2 ଲକ୍ଷ ଟପିବ କି ରୂପା ଦର- ମାର୍କେଟ ଏକ୍ସପର୍ଟଙ୍କ କହିବା ଅନୁସାରେ, ଯଦି ରୂପାର ଦର ଏଭଳି ବୃଦ୍ଧି ଲାଗିରୁହେ ତାହେଲେ ଡିସେମ୍ବର ଶେଷ ସୁଦ୍ଧା ରୂପା ଦର କିଲୋ ପିଛା 2 ଲକ୍ଷ ପାର କରିପାରେ । ଅନ୍ୟ କିଛି ଏକ୍ସପର୍ଟଙ୍କ କହିବା ଅନୁସାରେ, ରୂପା କିଲୋ ପିଛା 210000 ଟଙ୍କା ହୋଇପାରେ ।


