Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ ଚାଲୁଥିବା ବେଳେ ଅନ୍ୟପଟେ ରୂପାର ମୂଲ୍ୟ କେଜି ପିଛା 193000 ଟଙ୍କା ରହିଛି ।

ଫେଡ ରେଟ କମ ହେବା ସୁନା-ରୂପା ଉପରେ ପ୍ରଭାବ- ଆମେରିକାର ଫେଡରାଲ ରିଜର୍ଭ ବୁଧବାର ଦିନ ସୁଧ ହାରରେ .25 ବେସିସ ପଏଣ୍ଟସ ହ୍ରାସ କରିଛି । ତୃତୀୟ ଥର ପାଇଁ ଏହାକୁ କମାଇଛି ବ୍ୟାଙ୍କ । ଏହା ଫଳରେ ଆମେରିକାରେ ସୁଧର ହାର 3.50ରୁ 3.75 ହୋଇଛି । 2022 ମସିହା ପରେ ଏହା ସବୁଠାରୁ ବଡ଼ ହ୍ରାସ । ଏହାର ସିଧା ସଳଖ ପ୍ରଭାବ ସୁନା-ରୂପା ଦର ଉପରେ ଦେଖାଯାଇଛି ।
ଆଜିର ସୁନା ଦର- ଆଜି ଅନେକ ସହରରେ ସୁନା ଦରରେ ବୃଦ୍ଧି ଦେଖାଯାଇଛି । ଦିଲ୍ଲୀରେ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 130350 ଟଙ୍କା ରହିଛି । ଏହାପରେ 22 କ୍ୟାରେଟ ସୁନାର ମୂଲ୍ୟ 119500 ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଚେନ୍ନାଇରେ 24 କ୍ୟାରେଟ ସୁନାର ମୂଲ୍ୟ 131460 ଟଙ୍କା ରହିଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ 120500 ରହିଛି । ଯଦି ଭୁବନେଶ୍ବରରେ ସୁନା ଦର ଦେଖିବା ତାହେଲେ 24 କ୍ୟାରେଟ ସୁନାର ମୂଲ୍ୟ 13020 ରହିଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ 11935 ରହିଛି ।

2 ଲକ୍ଷ ଟପିବ କି ରୂପା ଦର- ମାର୍କେଟ ଏକ୍ସପର୍ଟଙ୍କ କହିବା ଅନୁସାରେ, ଯଦି ରୂପାର ଦର ଏଭଳି ବୃଦ୍ଧି ଲାଗିରୁହେ ତାହେଲେ ଡିସେମ୍ବର ଶେଷ ସୁଦ୍ଧା ରୂପା ଦର କିଲୋ ପିଛା 2 ଲକ୍ଷ ପାର କରିପାରେ । ଅନ୍ୟ କିଛି ଏକ୍ସପର୍ଟଙ୍କ କହିବା ଅନୁସାରେ, ରୂପା କିଲୋ ପିଛା 210000 ଟଙ୍କା ହୋଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ଗ୍ୟାସ ବୁକିଂ ସମୟ ବଦଳାଇଲେ ଏଜେନ୍ସି, ଏହି ନମ୍ବରରେ କରନ୍ତୁ କଲ, ନୋଟ୍‌ କରନ୍ତୁ ସମୟ, ୨୪ ଘଣ୍ଟାରେ ମିଳିବ ସିଲିଣ୍ଡର!

ଆଗ୍ରା,୧୨।୩: ଯଦି ଆପଣଙ୍କୁ ଗ୍ୟାସ ସିଲିଣ୍ଡର ବୁକ କରିବାକୁ ପଡିବ, ତେବେ ଏହି ଖବରକୁ ଭଲ ଭାବେ ପଢନ୍ତୁ, କାରଣ ବୁକିଂ କେବଳ ସକାଳ ୫ ଟାରୁ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ରହସ୍ୟମୟ ମୃତ୍ୟୁ: ସ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବଢୁଛି ସନ୍ଦେହ, ହତ୍ୟା ନା ଆତ୍ମହତ୍ୟା…

ଥୁଆମୂଳ ରାମପୁର,୧୨।୩: ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିବା ସହ ସନ୍ଦେହ ପ୍ରକାଶ ପାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର…

IPL 2026 ପୂର୍ବରୁ ‘ଫିକ୍ସିଂ’କୁ ନେଇ କ୍ରିକେଟ ଜଗତରେ ଆଲୋଡ଼ନ,ପୂର୍ବତନ KKR ଖେଳାଳିଙ୍କୁ ନିଲମ୍ବିତ କଲା ICC

ନୂଆଦିଲ୍ଲୀ,୧୨।୩: IPL 2026 ଆରମ୍ଭ ହେବା ପୂର୍ବରୁ, କ୍ରିକେଟ ଜଗତ ‘ଫିକ୍ସିଂ’ ଅଭିଯୋଗରେ ଦୋହଲିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) କୋଲକାତା ନାଇଟ ରାଇଡର୍ସ (KKR) ପାଇଁ…

ମିଳିଲାନି ସୁଭଦ୍ରା ଟଙ୍କା: ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ ମହିଳା

ଗୁଡାରି,୧୨।୩ (ପ୍ରମୋଦ କୁମାର ପତି): ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମହିଳା ଦିବସ ଅବସରରେ ଚତୁର୍ଥ କିସ୍ତି ଟଙ୍କା ମିଳିଛି। କିନ୍ତୁ ରାୟଗଡା ଜିଲା…

କାର୍‌ ନେଲା ଜୀବନ

ପାତ୍ରପୁର,୧୨ା୩(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ସୁରଙ୍ଗୀଠାରେ ଏକ କାର୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ସୁରଙ୍ଗୀ ଗ୍ରାମର ଅଭିମନ୍ୟୁ…

ଗ୍ୟାସ କଳାବଜାରୀ କରୁଥିବା ବ୍ୟକ୍ତିଙ୍କୁ ମିଳିବ ସିଧାସଳଖ ଏମିତି ଦଣ୍ଡ, ବଡ଼ ଚେତାବନୀ ଦେଲେ ସିଟି SP

ମେରଠ,୧୨।୩: ଗ୍ୟାସ କଳାବଜାରୀରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ ତୁରନ୍ତ ମାମଲା ରୁଜୁ କରିବାକୁ ଉତ୍ତର ପ୍ରଦେଶ ମେରଠର ଏସଏସପି ନିର୍ଦ୍ଦେଶ ଦେଇଛନ୍ତି। କଳାବଜାରୀ ସମ୍ପର୍କରେ ସୂଚନା ପାଇବା…

ତଣ୍ଟି କାଟି ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା, ପ୍ରେମିକାକୁ ହତ୍ୟା ପରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମିକ

ବାଲେଶ୍ୱର,୧୨ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅର୍ନ୍ତଗତ ଫକୀରମୋହନ ନଗରରେ ଜଣେ ମହିଳାଙ୍କ ତଣ୍ଟି କାଟି ବିଭତ୍ସ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ପୁରୁଷବନ୍ଧୁ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri